୨ ବାଇକ୍‌ ସହ ଧକ୍କା ହେଲା ଅଟୋ: ୩ ଗୁରୁତର

ଦାରିଙ୍ଗବାଡ଼ି,୧୮ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ମ୍ଲୁକ୍‌ଚେରୀ ନିକଟରେ ୨ ବାଇକ୍‌ ଏବଂ ଗୋଟିଏ ଅଟୋ ମଧ୍ୟରେ ଧକ୍କା ହୋଇ ୩ ଜଣ ଗୁରୁତର ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ଯୁବତୀ ରହିଛନ୍ତି। ଆହତ ବ୍ୟକ୍ତିମାନେ ହେଲେ ଅର୍ମାନ ନାୟକ, ଚନ୍ଦନ ନାୟକ ଏବଂ ସୁଜାତା ଲିମା ବୋଲି ଜଣାପଡ଼ିଛି। ସମସ୍ତ ଆହତଙ୍କୁ ସ୍ଥାନୀୟ ଲୋକେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି। ସେଠାରେ ପ୍ରାଥମିକ ଚିକିତ୍ସା ଚାଲିଥିବା ଜଣାପଡ଼ିଛି। ତେବେ ଦୁର୍ଘଟଣାଟି କେମିତି ଘଟିଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ପୋଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share