ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା

ଗୁଣୁପୁର, ୨୬।୧୦(ଡି.ଏନ୍‌.ଏ.): ରାୟଗଡ଼ା-ଗଜପତି ଜିଲା ସୀମାନ୍ତ କତାଗୁଡା ଘାଟିରେ ସୋମବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣ ଗୁରୁତର ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି l
ପ୍ରକାଶ ଯେ, ଶିରିଝୋଲୀ ଗ୍ରାମରୁ ଏକ ବାଇକ ଯୋଗ ୩ବ୍ୟକ୍ତି କାଶିନଗର ଅଭିମୁଖେ ଯାଉଥିଲେ। ଏହି ସମୟରେ ଆନ୍ଧ୍ରରୁ ଏକ ଅଟୋରେ ୫ ଜଣ ଆସୁଥିଲେ l କତାଗୁଡା ଘାଟିରେ ବାଇକ ଏବଂ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା l ଖବର ପାଇ ଦମକଳ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତ ଓ ଗୁରୁତରମାନଙ୍କୁ ଉଦ୍ଧାର କରି ଉପଖଣ୍ଡ ସାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।