ବଡ଼ପୋଲ ସ୍ଥିତି ଅନୁଧ୍ୟାନ କଲେ ଅଧିକାରୀ

ସଜନାଗଡ଼, ୨୮।୧(ଡି.ଏନ.ଏ.) ବାଲେଶ୍ୱରରୁ ମୟୂରଭଞ୍ଜ ଜିଲାକୁ ସଂଯୋଗ କରୁଥିବା ସେରଗଡ଼ ଭାୟା ନୀଳଗିରି ଉଦଳା ୧୯ନଂ. ରାଜ୍ୟ ରାଜପଥର ନୀଳଗିରି ନିକଟ ସଜନାଗଡ଼ ଦେଇଯାଇଥିବା ବଡ଼ପୋଲ ଉପରେ ପୂର୍ତ୍ତ ବିଭାଗ ପକ୍ଷରୁ ଘାଘରା ସେତୁ ନିର୍ମାଣ ଆରମ୍ଭ ହୋଇଛି। ୨ବର୍ଷ ପୂର୍ବରୁ ଏଠାରେ ପୋଲ ନିର୍ମାଣ ଲାଗି ଶିଳାନ୍ୟାସ କରାଯାଇଥିଲା। ପରେ ସମ୍ପୃକ୍ତ ଠିକାଦାର ଉକ୍ତ କାର୍ଯ୍ୟ କରୁ ନ ଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ତାଗିଦ୍‌ ପରେ କିଛି ଦିନ ହେବ କାର୍ଯ୍ୟ ଆରମ୍ଭ ହୋଇଛି। ଗୁରୁବାର ପୂର୍ବାହ୍ନରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ରାମଚନ୍ଦ୍ର ସେଠୀ ସେତୁ ନିର୍ମାଣ ସ୍ଥାନରେ ପହଞ୍ଚତ୍ କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ। ସେଠାରେ ଉପସ୍ଥିତ ସହକାରୀ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ଦାସ, କନିଷ୍ଠଯନ୍ତ୍ରୀ ଲକ୍ଷ୍ମଣ ସିଂ ଓ ଠିକା ସଂସ୍ଥାର କର୍ମଚାରୀଙ୍କଠାରୁ ସମସ୍ୟା ବିଷୟରେ ବୁଝିଥିଲେ। ପରେ ପୋଲ ଉପରିଭାଗ ବିପଦସଂକୁଳ ଅବସ୍ଥା ମଧ୍ୟ ବୁଲି ଦେଖିଥିଲେ। ଫେବୃୟାରୀ ୧୦ତାରିଖ ସୁଦ୍ଧା କାମର ଅଗ୍ରଗତି ସହ ଫାଉଣ୍ଡେଶନ୍‌ ବେସ୍‌ ପିଲର ଉପରକୁ ଉଠିବା ଦରକାର ନ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ନେଇ ଚେତାବନୀ ଦେଇଥିଲେ।
ନୂତନ ପୋଲ ନିର୍ମାଣ କାର୍ଯ୍ୟ ପାଇଁ ପୁରୁଣା ପୋଲ ପାଶର୍‌ବରେ ଥିବା ମାଟି ଅଧିକ ତାଡ଼ି ଦିଆଯାଇଥିବାରୁ ପୋଲ ଉପରେ ଭାରିଯାନ ଚଳପ୍ରଚଳ ଫଳରେ ଏହାର ଅପରପାଶର୍‌ବର କିଛି ଅଂଶ ବାଡ଼ା ସହ ୨୦ଫୁଟ ତଳକୁ ଖସି ପଡ଼ିଥିଲା। ଏଥିପାଇଁ ଦୁଇଦିନ ରାସ୍ତା ବିଚ୍ଛିନ୍ନ ହୋଇଯାଇଥିବା ବେଳେ କେବଳ ମୋଟରସାଇକେଲ ଚାଲିଥିଲା। ପରେ ବାଲି ବସ୍ତା ଓ ମୋରମ ଦିଆଯାଇ ଗାଡି ଚଳପ୍ରଚଳ କରୁଛି। ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ପାଇଁ ଏପରି ଅବସ୍ଥା ହୋଇଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଥିଲେ। ଲୋକଙ୍କ ସୁରକ୍ଷା ଦିଗରେ ପ୍ରଶାସନର ନୀରବତାକୁ ନେଇ ଅଞ୍ଚଳବାସୀ ତୀବ୍ର ବିରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ବାଇକ୍‌ ଶୋ’ରୁମ୍‌

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?