Categories: ଖେଳ

୩୧ ବର୍ଷରେ ଅବସର ନେଲେ ଏହି ଦ୍ରୁତ ବୋଲର

ମେଲବୋର୍ନ,୨୦।୧୦: ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜେମ୍ସ ପାଟିନସନ ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଫିଟ୍‌ନେସ୍‌ ଜନିତ ସମସ୍ୟା ଯୋଗୁ ତାଙ୍କୁ ଏହି ନିଷ୍ପତ୍ତି ନେବାକୁ ପଡିଲା ବୋଲି କେ କହିଛନ୍ତି। ଏହି କାରଣରୁ ସେ ଆଗାମୀ ଆସେସ ସିରିଜରେ ଦଳରେ ସ୍ଥାନ ପାଇବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ୩୧ ବର୍ଷୀୟ ପାଟିନସନ ୨୧ଟି ଟେଷ୍ଟ ୧୫ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି।
ଭିକ୍ଟୋରିଆର ଏକ ଇଣ୍ଟ୍ରା ସ୍କ୍ବାଡ ଟ୍ରାଏଲ ମ୍ୟାଚ୍‌ରେ ଖେଳିବା ବେଳେ ପାଟିନସନ ଆଣ୍ଠୁରେ ଆଘାତ ପାଇଥିଲେ। ଆଶେସ ପାଇଁ ଶତପ୍ରତିଶତ ଫିଟନେସର ଆବଶ୍ୟକତା ରହିଥିବା ବେଳେ ଏଥିପାଇଁ ଆଦୌ ପ୍ରସ୍ତୁତ ହୋଇରହି ନାହିଁ। ତେବେ ସେ ଭିକ୍ଟୋରିଆ ପାଇଁ ଘରୋଇ କ୍ରିକେଟ ଖେଳିବା ଜାରି ରଖିବେ ବୋଲି କହିଛନ୍ତି। ପାଟିନସନ କ୍ୟାରିୟରରେ ୮୧ ଟେଷ୍ଟ ଓ ୧୬ଟି ଦିନିକିଆ ଉଇକେଟ ହାସଲ କରିଛନ୍ତି। ୨୦୧୧ ଡିସେମ୍ବରରେ ସେ ବ୍ରିସ୍‌ବେନ୍‌ରେ ମିଚେଲ ଷ୍ଟାର୍କ ଓ ଡେଭିଡ୍‌ ଓ୍ବାର୍ନରଙ୍କ ସହ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ। ୨୦୨୦ ଜାନୁୟାରୀରେ ସିଡନୀରେ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅନ୍ତିମ ଟେଷ୍ଟ ଖେଳିଥିଲେ। ସେହିପରି ୨୦୧୫ରେ ଲିଡ୍ସରେ ଇଂଲଣ୍ଡ ବିପକ୍ଷରେ ସେ କ୍ୟାରିୟରର ଅନ୍ତିମ ଦିନିକିଆ ମ୍ୟାଚ୍‌ ଖେଳିଥିଲେ।

Share