Categories: ଖେଳ

ଅଷ୍ଟ୍ରେଲୀୟମାନେ ସୀମା ଅତିକ୍ରମ କରିଛନ୍ତି

ସିଡ୍‌ନୀ, ୧୧ା୧ (ପି.ଟି.)-ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତୀୟ ଖେଳାଳିଙ୍କ ପ୍ରତି ଅଷ୍ଟ୍ରେଲିଆ ଦର୍ଶକଙ୍କ ଜାତିଆଣ ଟିପ୍ପଣୀ ଏକ ନୂଆକଥା ନୁହେଁ। ତେବେ ଏଥର ସେମାନେ ସୀମା ଅତିକ୍ରମ କରିଯାଇଥିବା ଭାରତର ପୁରୁଖା ଅଫ୍‌ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ କହିଛନ୍ତି। ଏଠାରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ଭାରତୀୟ ଖେଳାଳିଙ୍କୁ ଆକ୍ଷେପ କରି ଜାତିଆଣ ଟିପ୍ପଣୀ ଦେଇଥିବା କିଛି ଦର୍ଶକଙ୍କୁ ଅବଶ୍ୟ ଷ୍ଟାଡିୟମରୁ ବିଦା କରିଦିଆଯାଇଥିଲା। ତେବେ ଏହା ଯଥେଷ୍ଟ ନୁହେଁ ସେମାନଙ୍କ ପ୍ରତି କଠୋର ଦଣ୍ଡବିଧାନ କରାଯିବା ଉଚିତ। ଚତୁର୍ଥ ଦିବସ ଖେଳ ଶେଷ ହେବାପରେ ଅଶ୍ୱିନ କହିଛନ୍ତି, ଭାରତୀୟ ଖେଳାଳିମାନେ ଅତୀତରେ ମୃଦୁ ଶବ୍ଦ ବ୍ୟବହାର କରୁଥିଲେ। ଏଥର କିନ୍ତୁ ଅସହ୍ୟ ହୋଇପଡ଼ିଛି। ଯୁବ ପେସ୍‌ ବୋଲର ମହମ୍ମଦ ସିରାଜ କ୍ରମାଗତ ଦୁଇଦିନ ଧରି ଜାତିଆଣ ଆକ୍ଷେପର ଶିକାର ହେବା ଘଟଣା ଉପରେ ତାଙ୍କର ମନ୍ତବ୍ୟ ରଖି ଏକଥା କହିଛନ୍ତି। ଅଶ୍ୱିନ କହିଛନ୍ତି ଏହା ହେଉଛି ତାଙ୍କର ଚତୁର୍ଥ ଅଷ୍ଟ୍ରେଲିଆ ଟୁର୍‌। ଅତୀତରେ ଏ ସମ୍ପର୍କରେ ତାଙ୍କର କଛି ଅନୁଭୂତି ରହିଛି। ୨୦୧୧ରେ କିଛି ଦର୍ଶକ ବିରାଟ କୋହଲିଙ୍କୁ ଟାର୍ଗେଟ୍‌ କରି ଚିଡ଼ାଇବାକୁ ଚେଷ୍ଟା କରିଥିଲେ।

Share