Categories: ଖେଳ

ଗ୍ରାଣ୍ଡସ୍ଲାମ ବିଜେତା ଡେଭିଡ୍‌ସନଙ୍କ ପରଲୋକ

ମେଲବୋର୍ନ,୧୪ା୫: ଅଷ୍ଟ୍ରେଲିଆ ଟେନିସ୍‌ ଖେଳାଳି ଓଏନ୍‌ ଡେଭିଡ୍‌ସନଙ୍କ ପରଲୋକ ହୋଇଯାଇଛି। ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ଡେଭିଡ୍‌ସନ ତାଙ୍କ କ୍ୟାରିୟରରେ ୧୩ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିଲେ। ତନ୍ମଧ୍ୟରେ ୧୧ଟି ମିକ୍ସଡ ଡବଲ୍ସ ଏବଂ ଦୁଇଟି ପୁରୁଷ ଡବଲ୍ସ ଟାଇଟଲ ରହିଛି।

ବିଲି ଜିନ୍‌ କିଙ୍ଗ୍‌ଙ୍କ ସହ ଡେଭିଡ୍‌ସନ୍‌ ୧୯୬୦ରୁ ୧୯୭୦ ଦଶକ ମଧ୍ୟଭାଗରେ ୮ଟି ଗ୍ରାଣ୍ଡସ୍ଲାମ ଟ୍ରଫି ହାସଲ କରିଥିଲେ। ୧୯୬୭ରେ ଡେଭିଡ୍‌ସନ ୪ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ମିକ୍ସଡ ଡବଲ୍ସ ଟାଇଟଲ ହାସଲ କରି ଟେନିସ୍‌ ଇତିହାସରେ ତୃତୀୟ ଖେଳାଳି ହେବାର ଗୌରବ ଅର୍ଜନ କରିଥିଲେ। ବାମହାତୀ ସର୍ଭିସ୍‌ରେ ସେ ଧୁରନ୍ଧର ଥିଲେ।

Share