Categories: ଖେଳ

ପାକିସ୍ତାନକୁ ୧୭୬ ରନ୍‌ରେ ରୋକି ଦେଲା ଅଷ୍ଟ୍ରେଲିଆ

ଦୁବାଇ,୧୧।୧୧: ଚଳିତ ଟି୨୦ ବିଶ୍ୱକପ୍‌ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ଅଷ୍ଟ୍ରେଲିଆକୁ ୧୭୭ ରନ୍‌ ଦରକାର। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୨୦ ଓଭରରେ ୪ ଉଇକେଟ ହରାଇ ୧୭୬ ରନ୍‌ କରିବାକୁ ସକ୍ଷମ ହୋଇଛି। ପାକିସ୍ତାନ ପାଇଁ ପୁଣି ଥରେ ଚମକିଥିଲେ ଉଇକେଟକିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ। ସେ ୬୭ ରନ୍‌ର ଇନିଂସ ଖେଳିଥିଲେ। ତାଙ୍କ ଇନିଂସରେ ଥିଲା ୩ ଚୌକା ଓ ୪ ଛକା। ଅଧିନାୟକ ବାବର ଆଜାମ ୩୯ (୫ ଚୌକା) ରନ୍‌ କରିଥିବା ବେଳେ ଏପର୍ଯ୍ୟନ୍ତ ଫର୍ମରେ ନ ଥିବା ଫଖର ଜାମନ ଖେଳିଥିଲେ ୫୫ (୩ ଚୌକା ଓ ୪ ଛକା) ରନ୍‌ ଅପରାଜିତ ଇନିଂସ। ଅଷ୍ଟ୍ରେଲିଆ ପାଇଁ ମିଚେଲ ଷ୍ଟାର୍କ ୨ ଉଇକେଟ ନେଇଥିବା ବେଳେ ପାଟ କୁମିନ୍ସ ଓ ଆଡମ ଝାମ୍ପା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Share