Posted inଖେଳ

କ୍ରମାଗତ ଦ୍ୱିତୀୟ ଥର ଅଷ୍ଟ୍ରେଲିଆନ୍‌ ଓପନ ଟାଇଟଲ୍ ଜିତିଲେ ଆରିନା ସାବାଲେଙ୍କା

ନୂଆଦିଲ୍ଲୀ,୨୭।୧: ବେଲାଋଷର ଆରିନା ସାବାଲେଙ୍କା ଅଷ୍ଟ୍ରେଲିଆନ୍‌ ଓପନ ୨୦୨୪ ମହିଳା ଏକକ ଟାଇଟଲ ଜିତିଛନ୍ତି। ଶନିବାର ମେଲବୋର୍ଣ୍ଣ ପାର୍କରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ସାବାଲେଙ୍କା ଚୀନ୍‌ର ଜେଙ୍ଗ କିଆନୱେନଙ୍କୁ ସିଧାସଳଖ ସେଟରେ ୬-୩, ୬-୨ ରେ ପରାସ୍ତ କରିଛନ୍ତି। ଦୁଇ ଖେଳାଳିଙ୍କ ମଧ୍ୟରେ ମ୍ୟାଚ୍ ଏକ ଘଣ୍ଟା ୧୬ ମିନିଟ୍ ପର୍ୟ୍ୟନ୍ତ ଚାଲିଥିଲା। ଦ୍ୱିତୀୟ ସିଡ୍ ସାବାଲେଙ୍କା କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଷ୍ଟ୍ରେଲିଆନ୍‌ ଓପନ ଟାଇଟଲ୍ ଜିତିଛନ୍ତି।

ଏହାସହ ଜେଙ୍ଗଙ୍କ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାର ସ୍ୱପ୍ନ ଭାଙ୍ଗିଯାଇଛି। ଜେଙ୍ଗ ପ୍ରଥମ ଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମ ଫାଇନାଲରେ ପହଞ୍ଚିଥିଲେ। ଟାଇଟଲ୍ ଯାତ୍ରା ପର୍ଯ୍ୟନ୍ତ ସାବଲେଙ୍କା ଗୋଟିଏ ସେଟ୍ ମଧ୍ୟ ହାରି ନାହାନ୍ତି। ଗତ ବର୍ଷ କାଜାଖସ୍ତାନର ଏଲିନା ରୀବାକିନାଙ୍କୁ ପରାସ୍ତ କରି ସାବଲେଙ୍କା ମେଲବୋର୍ଣ୍ଣ ପାର୍କରେ ଟାଇଟଲ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ଡଗଆଉଟ୍‌ରେ ଅଣସ୍ବୀକୃତି ପ୍ରାପ୍ତ ଲୋକ: ଚିନ୍ତା ପ୍ରକଟ କଲା ଏସିଏସ୍‌ୟୁ

ନୂଆଦିଲ୍ଲୀ,୮ା୫: ଆଇପିଏଲ୍‌ର ଆଣ୍ଟି କରପଶନ ଏବଂ ସିକ୍ୟୁରିଟି ୟୁନିଟ୍‌ (ଏସିଏସ୍‌ୟୁ) ଚଳିତ ସିଜନରେ ଦଳର ଡଗ୍‌ଆଉଟ୍‌, ବସ୍‌, ହୋଟେଲ, ଖେଳାଳି ଓ ମ୍ୟାଚ୍‌ ଅଫିସିଆଲ୍ସ ଏରିଆ (ପିଏମ୍‌ଓଏ)ରେ…

ନିଜ ଗୋଡ଼ରେ କୁରାଢ଼ି ମାରିଲେ ବିରାଟ କୋହଲି: ‘ଜିରୋ’ରେ ଆଉଟ୍‌ ହେବାପରେ ଖୋଲିଗଲା ସବୁ ରାଜ୍‌

ନୂଆଦିଲ୍ଲୀ,୮।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୬ରେ ଚତୁର୍ଥ ପରାଜୟ ବରଣ କରିଛି। ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ଡିଫେଣ୍ଡିଂ ଚାମ୍ପିଅନ, ଆରସିବି ୯ ରନରେ ପରାସ୍ତ ହୋଇଛି।…

ଟି-୨୦ ଅଧିନାୟକ ପଦରୁ ବିଦା ଦେବେ ସୂର୍ଯ୍ୟକୁମାର: ଏହି କ୍ରିକେଟର୍‌ଙ୍କୁ ମିଳିବ ଦାୟିତ୍ୱ

ନୂଆଦିଲ୍ଲୀ,୮।୫: ୨୦୨୬ ଆଇପିଏଲ ସିଜିନ ଶେଷ ହେବା ପରେ ଅନ୍ତର୍ଜାତୀୟ କ୍ରିକେଟ ପୁଣି ଥରେ ଆରମ୍ଭ ହେବା ସହିତ ଟିମ ଇଣ୍ଡିଆରେ ବଡ଼ ପରିବର୍ତ୍ତନ ହୋଇପାରେ। କିଛି…

ସୂର୍ଯ୍ୟକୁମାର ଯାଦବଙ୍କୁ ହଟାଇ ଶ୍ରେୟସ ଆୟର ହେବେ T-20 କ୍ୟାପେଟେନ, ଟିମ ଇଣ୍ଡିଆରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୮।୫: ସୂର୍ଯ୍ୟକୁମାର ଯାଦବ ଭାରତୀୟ T-20 ଦଳର ଅଧିନାୟକ ପଦ ହରାଇବାକୁ ଯାଉଛନ୍ତି। ଏହା ପ୍ରାୟତଃ ନିଶ୍ଚିତ ଯେ ୨୦୨୬ ଆଇପିଏଲ ସିଜିନ ପରେ ତାଙ୍କ ଉପରେ…

IPL Record: ପରାଜୟ ପରେ ବି ଇତିହାସ ରଚିଲା RCB, ଭାଙ୍ଗିଲା CSKର ବଡ଼ ରେକର୍ଡ

ନୂଆଦିଲ୍ଲୀ,୮।୫: ଗୁରୁବାର ଖେଳାଯାଇଥିବା ଏକ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ହାତରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୯ ରନରେ ପରାଜୟ ବରଣ କରିଥିଲା। ଏହି ବର୍ଷା ପ୍ରଭାବିତ…

IPL 2026 ରେ ହନି-ଟ୍ରାପ ସହ ମ୍ୟାଚ ଫିକ୍ସିଂର ବିପଦ: ଆକ୍ସନ ମୋଡରେ BCCI, ଜାରି କଲା ଗାଇଡଲାଇନ

ନୂଆଦିଲ୍ଲୀ,୮।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ସିଜିନର ଅଧାରୁ ଅଧିକ ଶେଷ ହୋଇସାରିଛି। ଏହା ମଧ୍ୟରେ, ଟୁର୍ଣ୍ଣାମେଣ୍ଟ ସମୟରେ କିଛି ଘଟଣା ଘଟିଛି ଯାହା BCCIର ଚିନ୍ତାକୁ…

ଫଟୋ ଶେୟାର କରି ଖୁସି ଖବର ଦେଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୭।୫: ଚଳିତ IPL 2026 ସିଜିନ ମଧ୍ୟରେ ଭାରତୀୟ T20 ଅଧିନାୟକ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ଘରେ ଖୁସିର ମାହୋଲ। ସୂର୍ଯ୍ୟକୁମାରଙ୍କ…

ମାତ୍ର ୩୬ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଲେ ଏହି ଭାରତୀୟ କ୍ରିକେଟର୍‌ : ଖେଳିଥିଲେ IPL

ଚଣ୍ଡିଗଡ,୭।୫: ପୂର୍ବତନ ପଞ୍ଜାବ କ୍ରିକେଟର ଅମନପ୍ରୀତ ସିଂହ ଗିଲଙ୍କ ୩୬ ବର୍ଷ ବୟସରେ ଚଣ୍ଡିଗଡ଼ରେ ପରଲୋକ ଘଟିଛି। ତାଙ୍କ ମୃତ୍ୟୁ ଘରୋଇ କ୍ରିକେଟ ଜଗତରେ ଶୋକର ଛାୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri