
ଓ୍ବେଲିଂଟନ,୧୪।୧୧: ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍ ୨୦୨୨ରେ ଭାରତୀୟ ଟିମ୍ର ପ୍ରଦର୍ଶନ ସେତେଟା ପ୍ରଭାବଶାଳୀ ନ ଥିଲା। ଏହାର ପରିଣାମସ୍ବରୂପ ଦଳ ସେମିଫାଇନାଲରେ ପରାଜିତ ହୋଇ ଟାଇଟଲ ଜିତିବା ସ୍ବପ୍ନ ପୂରଣ କରିପାରି ନ ଥିଲା। ସେଠାରୁ ଫେରିବା ପରେ ଦଳ ଏବେ ନ୍ୟୁଜିଲାଣ୍ଡ ଗସ୍ତ କରିଛି। ଉକ୍ତ ଦଳରେ ତାରକା ଖେଳାଳି ସୂର୍ଯ୍ୟ କୁମାର ଯାଦବ ମଧ୍ୟ ଅଛନ୍ତି। ବିଶ୍ୱକପ୍ରେ ନିଜର ପ୍ରଦର୍ଶନକୁ ନେଇ ଚର୍ଚ୍ଚାରେ ଥିବା ସୂର୍ଯ୍ୟ କୁମାର ଏବେ ଫ୍ଲଟିଂକୁ ନେଇ ଖବର ଶିରୋନାମାରେ ଅଛନ୍ତି। ଅଷ୍ଟ୍ରେଲିୟ ମହିଳା କ୍ରିକେଟର ଅମାଣ୍ଡା ଓ୍ବେଲିଂଟନଙ୍କ ସହ ତାଙ୍କର ସୋସିଆଲ ମିଡିଆ ବାର୍ତ୍ତାଳାପ ନୂଆ ରୂପ ନେଉଛି।
ନ୍ୟୁଜିଲାଣ୍ଡ ଗସ୍ତରେ ପହଞ୍ଚିବା ପରେ ସୂର୍ଯ୍ୟକୁମାର ଏକ ଟୁଇଟ୍ କରି ‘ହାଲୋ ଓ୍ବିଲିଂଟନ’ ବୋଲି କହିଥିଲେ। ଏହାର ଜବାବ ଦେଇ ଅମାଣ୍ଡା ମଜାଳିଆ ଭାବେ ଲେଖିଥିଲେ ‘ହାଲୋ ଯାଦବ’। ଏଥିସହ ସେ ଏକ ହସର ଇମୋଜି ଦେଇଥିଲେ। ଉଭୟଙ୍କ ଏହି କଥୋପକଥନ ପରେ ପ୍ରଶଂସକ ସଂଯୋଗ ଦେଖିବା ବଦଳରେ ମଜା ଉଠାଉଛନ୍ତି। ଉଭୟଙ୍କ ଭିନ୍ନ ଧରଣର ଫ୍ଲଟିଂ ଚାଲିଥିବା କିଛି କହୁଛନ୍ତି।
Hello Yadav 😂 https://t.co/ALgBHmTkI0
— Amanda Wellington (@amandajadew) November 13, 2022
ତେବେ ଭାରତୀୟ ଟିମ୍ ନ୍ୟୁଜିଲାଣ୍ଡ ଗସ୍ତରେ ତିନି ମ୍ୟାଚ୍ ବିଶିଷ୍ଟ ଟି୨୦ ଏବଂ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ମ୍ୟାଚ୍ ଖେଳିବ। ଏଥିପାଇଁ ଉଭୟ ଟିମ୍ ଘୋଷଣା ହୋଇଛି। ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଦଳର ନେତୃତ୍ୱ ନେବେ।