ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭ ଉଇକେଟରେ ଇଂଲଣ୍ଡକୁ ପରାସ୍ତ କରିଛି। ଏହା ଅଷ୍ଟ୍ରେଲିଆର ସପ୍ତମ ଟି୨୦ ବିଶ୍ୱକପ୍ ଟ୍ରଫି। ସୋଫି ମଲିନ୍ୟୁକ୍ସଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ମହିଳା ଦଳର ଏହା ପ୍ରଥମ ଆଇସିସି ଟ୍ରଫି। ମୋଟ ଉପରେ ଏହା ଅଷ୍ଟ୍ରେଲିଆ ମହିଳା ଦଳ ପାଇଁ ୧୪ତମ ଆଇସିସି ଟ୍ରଫି।
ପାଇ ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଆରମ୍ଭରୁ ଦୁଇ ଓପନରଙ୍କ ଉଇକେଟ ହରାଇଥିଲା। ଆଲିସ କାପସେ ୨୩ ରନ କରିଥିବା ବେଳେ ହେଥର ନାଇଟ୍ (୨) ଫେଲ ମାରିଥିଲେ। ଅଧିନାୟିକା ସ୍କିଭର-ବ୍ରଣ୍ଟ ଓ ଫ୍ରେୟା କେମ୍ପ ଅବିଭାଜିତ ପଞ୍ଚମ ଉଇକେଟରେ ୫୫ ବଲରେ ୮୦ ରନର ପାର୍ଟରନଶିପ କରିଥିଲେ। ଫଳରେ ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୫୦ ରନ କରିଥିଲା। ସ୍କିଭର ବ୍ରଣ୍ଟ ୫୩ ବଲରେ ୫୮ (୫ ଚୌକା) ଓ କେମ୍ପ ୨୮ ବଲରେ ୪୪ (୪ ଚୌକା ଓ ୧ ଛକା) ରନ କରି ଅପରାଜିତ ରହିଥିଲେ।
ଜବାବରେ ଅଷ୍ଟ୍ରେଲିଆ ଖୁବ ସହଜରେ ୧୭.୧ ଓଭରରେ ୩ ଉଇକେଟ ହରାଇ ୧୫୩ ରନ କରି ନେଇଥିଲା। ଦଳ ପାଇଁ ବେଥ ମୁନି ୪୯ ବଲରେ ୬୪ (୧୦ ଚୌକା) ଓ ଫୋଏବେ ଲିଚ୍ଫିଲ୍ଡ ୩୫ ବଲରେ ୪୮ (୬ ଚୌକା ଓ ୨ ଛକା) ରନ କରିଥିଲେ।