Categories: ଖେଳ

୧୨୫ରେ ଅଟକିଲା ଅଷ୍ଟ୍ରେଲିଆ

ଦୁବାଇ,୩୦।୧୦: ଟି-୨୦ ବିଶ୍ବକପ ଶନିବାର ଅନୁଷ୍ଠିତ ମ୍ୟାଚରେ ଇଂଲଣ୍ଡ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ କରିବାକୁ ଆସି ଅଷ୍ଟ୍ରେଲିଆ୨୦ ଓଭରରେ ୧୨୫ ରନ୍‌ କରି ଅଲ୍‌ଆଉଟ ହୋଇଯାଇଥିଲା। ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ସର୍ବଧିକ ୪୪ ରନ୍‌ କରିଥିଲେ। ସେହିପରି ଆଷ୍ଟନ ଅଗର ୨୦ ରନ୍‌ କରିଥିଲେ। କିନ୍ତୁ ଦଳର ମଧ୍ୟଭାଗ ବ୍ୟାଟ୍ସମ୍ୟାନ ବିଫଳ ହେବାରୁ ରନ୍‌ ଗତି ଧୀମେଇ ଯାଇଥିଲା। ଫଳରେ ଅଷ୍ଟ୍ରେଲିଆ ୧୨୫ ରନ୍‌ କରି ଅଟକି ଯାଇଥିଲା। ଇଂଲଣ୍ଡ ଆଗରେ ୧୨୬ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ଅଷ୍ଟ୍ରେଲିଆ ।

ଇଂଲଣ୍ଡର ପକ୍ଷରୁ କ୍ରିସ ଜୋର୍ଡାନ୍‌ ୩ ଉଇକେଟ ନେଇଥିବା ବେଳେ କ୍ରିସ୍‌ ୱାକ୍ସ ଏବଂ ଟାଏମଲ ମିଲ୍ସ ୨ଟି ଲେଖାଏଁ ଉଇକେଟ ନେଇଥିଲେ। ସେହିପରି ଲିଆମ ଲିଭିଂଷ୍ଟୋନ ଗୋଟିଏ ଉଇକେଟ ନେଇଥିଲେ।

Share