Categories: ଖେଳ

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌: ଅଷ୍ଟ୍ରେଲିଆକୁ ବଡ଼ ଝଟକା

ଲଣ୍ଡନ,୫ା୬): ଭାରତ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ପୂର୍ବରୁ ଅଷ୍ଟ୍ରେଲିଆକୁ ଏକ ବଡ଼ ଝଟକା ଲାଗିଛି। ଫିଟ୍‌ ନ ଥିବାରୁ ଅଷ୍ଟ୍ରେଲିଆର ସିନିୟର ଫାଷ୍ଟ ବୋଲର ଜୋସ୍‌ ହାଜଲେଉଡ୍‌ ଖେଳିବେ ନାହିଁ।

ଗତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ସେ ପାର୍ଶ୍ୱ ଯନ୍ତ୍ରଣା ଅନୁଭବ କରିଥିଲେ। ଏଥିରୁ ସେ ଏପର୍ଯ୍ୟନ୍ତ ମୁକୁଳିପାରି ନାହାନ୍ତି। ଡବ୍ଲ୍ୟୁଟିସି ଫାଇନାଲ ଓଭାଲଠାରେ ଜୁନ୍‌ ୭ରୁ୧୧ ପର୍ଯ୍ୟନ୍ତ ହେବ। ହାଜେଲଉଡ୍‌ଙ୍କ ଅନୁପସ୍ଥିତି ଅଷ୍ଟ୍ରେଲିଆ ଦଳ ପାଇଁ ଶକ୍ତ ଧକ୍କା ହୋଇଛି। ତାଙ୍କ ସ୍ଥାନରେ ଦଳରେ ଫାଷ୍ଟ ବୋଲର ମାଇକେଲ ନେସେରଙ୍କୁ ସାମିଲ କରାଯାଇଛି।

Share