ବ୍ରିସ୍ବେନ୍,୮ା୮: ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ମହିଳା ଫୁଟବଲ୍ ବିଶ୍ୱକପ୍ର ସୋମବାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ୟୁରୋ କପ୍ ଚାମ୍ପିୟନ୍ ଇଂଲଣ୍ଡ ଓ ଘରୋଇ ଅଷ୍ଟ୍ରେଲିଆ। ପ୍ରଥମ ଥର ନକ୍ଆଉଟରେ ପ୍ରବେଶ କରିଥିବା ନାଇଜେରିଆକୁ ୪-୨ର ପେନାଲ୍ଟି ଶୁଟଆଉଟରେ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଯାଇଥିବା ବେଳେ ଘରୋଇ ଅଷ୍ଟ୍ରେଲିଆ ୨-୦ ଗୋଲରେ ଡେନମାର୍କକୁ ପରାସ୍ତ କରିଛି।
ନାଇଜେରିଆ-ଇଂଲଣ୍ଡ ମ୍ୟାଚ ନିର୍ଦ୍ଧାରିତ ଏବଂ ଅତିରିକ୍ତ ସମୟରେ ଗୋଲଶୂନ୍ୟ ରହିଥିଲା। ୮୭ ତମ ମିନିଟରେ ଇଂଲଣ୍ଡର ଲରେନ୍ ବେଲ୍ଙ୍କୁ ମିଳିଥିଲା ରେଡ୍ କାର୍ଡ। ପ୍ରତିପକ୍ଷ ଖେଳାଳି ମିଚେଲ୍ ଆଲୋଜିଙ୍କୁ ଧକା ମାରିବା କାରଣରୁ ବେଲ୍ଙ୍କୁ ପ୍ରଥମେ ୟେଲୋ କାର୍ଡ ମିଳିଥିଲା। ମାତ୍ର ପରେ ରେଫରି ରେଡ୍ କାର୍ଡ ପ୍ରଦାନ କରିଥିଲେ। ଫଳରେ ମ୍ୟାଚ୍ର ଅନ୍ତିମ ୩୩ ମିନିଟ ଇଂଲଣ୍ଡ ୧୦ ଜଣ ଖେଳାଳିଙ୍କୁ ନେଇ ଖେଳିଥିଲା।
ଅତିରିକ୍ତ ସମୟରେ ମଧ୍ୟ ଉଭୟ ଦଳ ପରସ୍ପରକୁ ଗୋଲ ଦେବାରେ ଅସମର୍ଥ ରହିଥିଲେ। ମ୍ୟାଚ୍ ପେନାଲ୍ଟି ଶୁଟଆଉଟକୁ ଯାଇଥିବା ବେଳେ ଇଂଲଣ୍ଡ ଗୋଲକିପର ମେରୀ ଅର୍ପସ ଚମତ୍କାର ପ୍ରଦର୍ଶନ କରିଥିଲେ। ଇଂଲଣ୍ଡ ପକ୍ଷରୁ ଜର୍ଜିଆ ଷ୍ଟାନଓ୍ବେ ପ୍ରଥମ ଶଟ୍ ମାରିଥିବା ବେଳେ ଏହାକୁ ରୋକି ଦେଇଥିଲେ ନାଇଜେରିଆ ଗୋଲି। ବେଥାନି ଇଂଲଣ୍ଡ, ରାଚେଲ୍ ଡାଲି, ଆଲେକ୍ସ ଗ୍ରୀନ୍ଉଡ୍ ଓ କ୍ଲୋଏ କେଲି ଇଂଲଣ୍ଡ ପକ୍ଷରୁ ପରବର୍ତ୍ତୀ ୪ ଶଟ୍କୁ ଗୋଲରେ ପରିଣତ କରିଥିଲେ। ନାଇଜେରିଆ ପକ୍ଷରୁ ଡିଜାୟାର ଅପେରୋନୋଜି, ମିଚେଲ୍ ଆଲୋଜି ପ୍ରଥମ ଦୁଇ ଶଟ୍ କ୍ଲିୟର କରିବାରେ ବିଫଳ ହୋଇଥିଲେ। ପରବର୍ତ୍ତୀ ଦୁଇ ଶଟ୍ ରାଶିଡାଟ ଆବିଜାଦେ, କ୍ରିଷ୍ଟି ଉକେଇବେ ସ୍କୋର କରିଥିବା ବେଳେ ପଞ୍ଚମ ଶଟ୍ ମାରିବାର ସୁଯୋଗ ମିଳି ନ ଥିଲା।
ଡେନମାର୍କକୁ ୨-୦ ଗୋଲରେ ପରାସ୍ତ କରି ଆୟୋଜକ ଅଷ୍ଟ୍ରେଲିଆ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଘରୋଇ ଦଳ ପକ୍ଷରୁ କାଇଟିଲିନ୍ ଫୁର୍ଡ(୨୯ ମିନିଟ) ଓ ହେଲି ରାସୋ(୭୦ ମିନିଟ) ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ୨୯ତମ ମିନିଟରେ ଫାଉଲରଙ୍କ ପାଶ୍ ଡେନମାର୍କ ଡିଫେନ୍ସକୁ ଭେଦ କରିଥିବା ବେଳେ କାଇଟିଲିନ୍ ଫୁର୍ଡଙ୍କ ଶଟ୍ ଡେନମାର୍କ ଗୋଲକିପରଙ୍କୁ ପରାସ୍ତ କରିଥିଲା। ପ୍ରଥମାର୍ଦ୍ଧରେ ଅଷ୍ଟ୍ରେଲିଆ ୧-୦ରେ ଅଗ୍ରଣୀ ରହିଥିଲା।
LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…
ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…
ଚଳନ୍ତା ଟ୍ରେନ୍ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…
ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…
ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…
ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…
ବିଦ୍ୟୁତ୍ କାଟ୍କୁ ନେଇ ବଢୁଛି ଅସନ୍ତୋଷ
ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…
୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା
ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…
ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ
ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…
ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ
ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍ସି ବିପକ୍ଷ ଗେମ୍ ପୂର୍ବରୁ ଇରାନ…
ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା
ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…
Archives

