Posted inଖେଳ

ଆଡିଲେଡ୍‌ ଟେଷ୍ଟରେ ବିରାଟବାହିନୀର ଶୋଚନୀୟ ପରାଜୟ

ଆଡିଲେଡ୍‌,୧୯।୧୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିବାରାତ୍ର ଟେଷ୍ଟରେ ଶୋଚନୀୟ ପରାଜୟ ହାସଲ କରିଛି ଭାରତୀୟ ଦଳ। ଶନିବାର ମ୍ୟାଚ୍‌ର ତୃତୀୟ ଦିନରେ ମାତ୍ର ୯୦ ମିନିଟ୍‌ ମଧ୍ୟରେ ଖେଳାଳିମାନେ ଆଉଟ୍‌ ହୋଇ ଫେରିଥିଲେ। ମାତ୍ର ୩୬ ରନ୍‌ରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରି ଅଷ୍ଟ୍ରେଲିଆକୁ ୯୦ରନ୍‌ର ବିଜୟଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ଘରୋଇ ଟିମ୍‌ ୨ ଉଇକେଟ ହରାଇ ୯୩ରନ୍‌ କରି ମ୍ୟାଚ୍‌କୁ ଜିତି ନେଇଛି। ଖେଳ ଶେଷ ସୁଦ୍ଧା ସ୍ଟିଭ୍‌ ସ୍ମିଥ୍‌(୧) ଏବଂ ଜୋ ଓ୍ବନର୍‌ସ(୫୧) ରନ୍‌ କରି ପଡ଼ିଆରେ ଥିଲେ। ତେବେ ପ୍ରଥମ ଟେଷ୍ଟ ଜିତିବା ପରେ ଅଷ୍ଟ୍ରେଲିଆ ଟିମ୍‌ ୧-୦ରେ ଅଗ୍ରଣୀ ହୋଇଛି।

ଭାରତୀୟ ଦଳ ୯ରନ୍‌ରୁ ଖେଳ ଆରମ୍ଭ କରିଥିବା ବେଳେ ୨୭ରନ୍‌ କରି ୮ ଉଇକେଟ୍‌ ହରାଇଥିଲା। ଟିମ୍‌ର କେହି ବି ଖେଳାଳି ୧୦ରନ୍‌ କରିପାରି ନ ଥିଲେ। ମୟଙ୍କ ଅଗ୍ରଓ୍ବାଲ ସର୍ବାଧିକ ୯ ରନ୍‌ କରିଥିଲେ। ଦଳଗତ ସ୍କୋର ଆଧାରରେ ଏହା ନ୍ୟୁନତମ ୩୬/୯ ଥିଲା। ପୂର୍ବରୁ ୧୯୭୪ରେ ଇଂଲଣ୍ଡ ବିପକ୍ଷରେ ଭାରତ ୪୨ରନ୍‌ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ରେ ସର୍ବାଧିକ ଛକା ମାରିଛନ୍ତି କ୍ରିସ୍‌ ଗେଲ୍‌; ଟପ୍‌-୫ରେ ୩ ଭାରତୀୟ

ନୂଆଦିଲ୍ଲୀ, ୩।୯: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବ।...

ପୁଣି ପଡିଆକୁ ଓହ୍ଲାଇବେ ଧୋନୀ, ଏହି ତାରିଖରେ ଖେଳିବେ ପ୍ରଥମ ମ୍ୟାଚ୍‌

ଭାରତକୁ ଦୁଇଥର ବିଶ୍ୱ ବିଜେତା କରିଥିବା ଏମଏସ ଧୋନୀ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ନେଇଛନ୍ତି। ଆଇପିଏଲ ପାଇଁ ପ୍ରସ୍ତୁତି ପାଇଁ ଚେନ୍ନାଇରେ ପହଞ୍ଚିବାର ପରଦିନ ଶନିବାର...

ମିଡଲଅର୍ଡର ସମସ୍ୟା ସୁଧାରିବା ଲକ୍ଷ୍ୟରେ ଭାରତ

ଲିଡ୍ସ, ୬।୭(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ଭାରତ ବିଜୟଧାରା ବଜାୟ ରଖିବାରେ ସକ୍ଷମ ହୋଇଛି। ତେବେ ଏହା ସତ୍ତ୍ୱେ ଦଳର ମିଡଲଅର୍ଡର ସମସ୍ୟା ତଥା ଦୁର୍ବଳତା...

ଭାରତୀୟ ହକି ଦଳରେ ବୀରେନ୍ଦ୍ର, ଅମିତ

ଭୁବନେଶ୍ୱର, ୪।୨(କ୍ରୀଡ଼ା ପ୍ରତିନିଧି)- ଏପଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ ଖେଳିବାପାଇଁ ଭାରତ ପ୍ରସ୍ତୁତ। ଏଥର ଭାରତର ପ୍ରତିଦ୍ୱନ୍ଦ୍ୱୀ ବିଶ୍ୱ ଚାମ୍ପିୟନ ବେଲଜିୟମ।...

ଏହି କ୍ରିକେଟରଙ୍କୁ କରୋନା

କରାଚି,୨୭।୫: ପାକିସ୍ତାନର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍‌ ତୌଫିକ୍‌ ଉମର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ସୂଚନା ଦେଇଛନ୍ତି। ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର...

ଗୁରୁପୂର୍ଣ୍ଣିମାରେ ଏହି ୩ ବ୍ୟକ୍ତିଙ୍କୁ ମନେ ପକାଇଲେ ସଚିନ

କ୍ରିକେଟରେ ଅନେକ ରେକର୍ଡ ଭାଙ୍ଗିଥିବା ସଚିନ ତେନ୍ଦୁଲକର ରବିବାର ଗୁରୁପୂର୍ଣ୍ଣିମା ଅବସରରେ ଏକ ଭିଡିଓ ଶେୟାର ନିଜ ଗୁରୁଙ୍କୁ ସଲାମ କରି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।...

କ୍ରିକେଟରେ ବାପ-ପୁଅ ଯୋଡି: କିଏ ସଫଳ ଥିଲେ ତ ଆଉ କିଏ ବିଫଳ

ବିଶ୍ୱରେ ଏମିତି କିଛି କ୍ରିକେଟର ଅଛନ୍ତି ଯେଉଁମାନେ କ୍ରିକେଟରେ ପସିଦ୍ଧି ଅର୍ଜନ କରିଛନ୍ତି। କେବଳ ସେ ନୁହେଁ ତାଙ୍କ ପୁଅ ମଧ୍ୟ କ୍ରିକେଟରେ ସଫଳତା ଅର୍ଜନ...

ଭାରତ ନିୟନ୍ତ୍ରଣରେ ରାଞ୍ଚି ଟେଷ୍ଟ

ରାଞ୍ଚି,୨୦।୧୦- ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ସମ୍ପୂର୍ଣ୍ଣ ଭାରତୀୟ ଦଳର ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସରେ ଭାରତୀୟ ଦଳର ୪୯୭ ରନ୍‌ର...

Advertisement

BGU

Archives

Model This Week

Why Dharitri