ଆଡିଲେଡ୍,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ ଘଟାଇଥିଲେ। ଇଂଲଣ୍ଡ ଉପ-ଅଧିନାୟକ ହ୍ୟାରୀ ବ୍ରୁକ (୩୦) ଓ ଅଧିନାୟକ ବେନ୍ ଷ୍ଟୋକ୍ସ ବୋଲ୍ଡ ହୋଇଥିବା ବେଳେ ଜ୍ୟାକ କ୍ରଲି (୮୫ ରନ) ଷ୍ଟମ୍ପ ଆଉଟ ହୋଇଛନ୍ତି।
ଇଂଲଣ୍ଡ ଦୃଢ଼ ଆତ୍ମ ବିଶ୍ୱାସର ସହିତ ବ୍ୟାଟିଂ କରି ୪୩୫ ରନ ବିଶ୍ୱ ରେକର୍ଡ ବିଜୟ ଲକ୍ଷ୍ୟକୁ ନେଇ ପଡ଼ିଆକୁ ଓହ୍ଲାଇଥିଲା। ଇଂଲଣ୍ଡ ସ୍କୋର ୧୦୩.୩ ଥିବାବେଳେ ମାତ୍ର ଲିଅନ ଅଷ୍ଟ୍ରେଲିଆନ ବୋଲିଂ ଆକ୍ରମଣକୁ ପ୍ରତ୍ୟାବର୍ତ୍ତନ କରିଥିଲେ।
ସେତେବେଳେ ଘରୋଇ ଦଳର ସ୍କୋର ୧୦୯/୩ ଥିବା ବେଳେ କ୍ରଲି ଓ ବ୍ରୁକ୍ଙ୍କ ପାର୍ଟନରଶିପ୍ରେ ୬୮ରନ ଯୋଗ କରିବା ଦ୍ୱାରା ଇଂଲଣ୍ଡ ସ୍କୋର ୧୭୭/୩ରେ ପହଞ୍ଚି ଥିଲା। ଶନିବାର ୪ର୍ଥ ଦିବସ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୨୦୭/୬ ସ୍କୋର କରିଛି। ୫ ମ୍ୟାଚ ବିଶ୍ୱିଷ୍ଟ ସିରିଜ ଅନ୍ତର୍ଗତ ତୃତୀୟ ଟେଷ୍ଟ ଜିତିବା ଲାଗି ଇଂଲଣ୍ଡ ହାତରେ ୪ଟି ଉଇକେଟ ରହିଥିବା ବେଳେ ବିଜୟ ପାଇଁ ଆହୁରି ୨୨୮ ରନର ଆବଶ୍ୟକତା ରହିଛି।


