Posted inଜାତୀୟ

ଦୁଷ୍ଟ ଶାସକ ଔରଙ୍ଗଜେବଙ୍କ କବର ଉପରେ ବୁଲ୍‌ଡୋଜର ଚଢ଼ାଇ ଦିଆଯାଉ…ରାମଭଦ୍ରାଚାର୍ଯ୍ୟଙ୍କ ଦାବି

ନୂଆଦିଲ୍ଲୀ,୫।୩: ମହାରାଷ୍ଟ୍ର ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅବୁ ଆଜମୀ ଔରଙ୍ଗଜେବଙ୍କୁ ମହାନ କହି ବିବାଦରେ ଫସିଛନ୍ତି। ରାଜନେତାଙ୍କଠାରୁ ଆରମ୍ଭ କରି ଧାର୍ମିକ ନେତା ପର୍ଯ୍ୟନ୍ତ, ସମସ୍ତେ ତାଙ୍କ ବକ୍ତବ୍ୟକୁ ସମାଲୋଚନା କରୁଛନ୍ତି। ଏହି କ୍ରମରେ ତୁଳସୀ ପୀଠର ମୁଖ୍ୟ ରାମଭଦ୍ରାଚାର୍ଯ୍ୟ ଏକ ବଡ଼ ବୟାନ ଦେଇଛନ୍ତି। ଔରଙ୍ଗଜେବଙ୍କ ସମାଧି ଉପରେ ବୁଲଡୋଜର ଚଢ଼ାଇଦେବା ଉଚିତ। କାରଣ ସେ ଜଣେ ଅତ୍ୟନ୍ତ ନିଷ୍ଠୁର, ହିଂସ୍ର ଏବଂ ଦୁଷ୍ଟ ଶାସକ ଥିଲେ। ସେ ହଜାର ହଜାର ନିର୍ଦ୍ଧୋଷ ଲୋକଙ୍କୁ ହତ୍ୟା କରିଥିଲେ ବୋଲି ସେ କହିଛନ୍ତି।

ରାମଭଦ୍ରାଚାର୍ଯ୍ୟ କହିଛନ୍ତି, ଔରଙ୍ଗଜେବ ହଜାର ହଜାର ବ୍ରାହ୍ମଣଙ୍କଠାରୁ ପଇତା ବାହାର କରିଦେଇଥିଲେ। ହଜାର ହଜାର ବ୍ରାହ୍ମଣଙ୍କ ମୁଣ୍ଡକାଟ କରାଯାଇଥିଲା। ସମଗ୍ର ଦେଶ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା। ଔରଙ୍ଗଜେବ ଆମର ଆଦର୍ଶ ନୁହନ୍ତି, ଆମର ଆଦର୍ଶ ହେଉଛନ୍ତି ଶିବାଜୀ ଏବଂ ରାଣା ଜୀ। ଆମର ଆଦର୍ଶ ହେଉଛନ୍ତି ପ୍ରଭୁ ରାମ ଏବଂ କୃଷ୍ଣ। କେବେଠାରୁ ଔରଙ୍ଗଜେବ ଆମର ଆଦର୍ଶ ହୋଇଗଲେ? ଔରଙ୍ଗଜେବ କୌଣସି ମନ୍ଦିର ନିର୍ମାଣ କରି ନ ଥିଲେ।

ଔରଙ୍ଗଜେବ ବାଲାଜୀ ମନ୍ଦିରରେ ମହୁମାଛି ଆକ୍ରମଣ କରିବାରୁ ଦୌଡ଼ି ପଳାଇଥିଲେ। ସେ କୌଣସି ସ୍ଥାନରେ କୌଣସି ମନ୍ଦିର ନିର୍ମାଣ କରି ନ ଥିଲେ। ଔରଙ୍ଗଜେବଙ୍କ କବରସ୍ଥାନକୁ ବୁଲଡୋଜର ଚଢ଼ାଇ ଭାଙ୍ଗି ଦେବା ପାଇଁ ସାଧୁସନ୍ଥମାନେ ଯେଉଁ ଦାବି କରୁଛନ୍ତି, ତାହା ଏକ ବହୁତ ଭଲ ନିଷ୍ପତ୍ତି। ଅଖିଳେଶ ଯାଦବ ଏହି କାର୍ଯ୍ୟକୁ ଭୁଲ ବୋଲି କହିଛନ୍ତି, ଏହା ତାଙ୍କର ନିଜସ୍ବବୁଦ୍ଧି। ସେ କାହିଁକି ବୁଝିପାରୁନାହାଁନ୍ତି ତାହା ପରମେଶ୍ୱର ଜାଣନ୍ତି।

ଆପଣଙ୍କୁ କହି ରଖୁଛୁ ଯେ ମହାରାଷ୍ଟ୍ରରେ, ମୋଗଲ ସମ୍ରାଟ ଔରଙ୍ଗଜେବଙ୍କୁ ମହାନ କହିବା ପାଇଁ ଏସପି ବିଧାୟକ ଆବୁ ଆଜମୀଙ୍କୁ ୨୬ ମାର୍ଚ୍ଚରେ ଶେଷ ହେଉଥିବା ବଜେଟ ଅଧିବେଶନର ଅବଶିଷ୍ଟ ଅବଧି ପାଇଁ ମହାରାଷ୍ଟ୍ର ବିଧାନସଭାରୁ ନିଲମ୍ବିତ କରାଯାଇଛି। ଆଜମୀ କହିଛନ୍ତି ଯେ ତାଙ୍କ ପ୍ରତି ଅନ୍ୟାୟ ହୋଇଛି। ବୟାନ ପ୍ରତ୍ୟାହାର କରିବା ସତ୍ତ୍ୱେ, ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏହାଛଡ଼ା ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟରେ ଆଜମୀ କହିଛନ୍ତି ଯେ ତାଙ୍କ ବକ୍ତବ୍ୟକୁ ବିକୃତ କରାଯାଇଛି। ସେ ଔରଙ୍ଗଜେବଙ୍କ ବିଷୟରେ ଯାହା କହିଥିଲେ ତାହା ଐତିହାସିକମାନେ ଉଲ୍ଲେଖ କରିଛନ୍ତି। ସେ ଶିବାଜୀ ମହାରାଜ, ସମ୍ଭାଜୀ ମହାରାଜ କିମ୍ବା ଦେଶର ଅନ୍ୟ କୌଣସି ବ୍ୟକ୍ତିତ୍ୱଙ୍କ ବିରୋଧରେ କୌଣସି ଅପମାନଜନକ ମନ୍ତବ୍ୟ ଦେଇନାହାଁନ୍ତି। ଯଦି ତାଙ୍କ ମନ୍ତବ୍ୟ ଦ୍ୱାରା କାହାକୁ ଆଘାତ ଲାଗିଛି, ତେବେ ସେ ତାଙ୍କର ବୟାନ ଫେରାଇ ନେଉଛନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କଲା, ଉଦ୍ଧାର ହୋଇଛନ୍ତି ୧୬୯ ଭାରତୀୟ

କାଠମାଣ୍ଡୁ,୫।୯: ନେପାଳରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୩୦୦କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଆଜି ୧୧ତମ ଦିନ। ଉଲ୍ଲେଖନୀୟ ଯେ ୨୬ ଅଗଷ୍ଟ ସକାଳେ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri