ଆକର୍ଷଣ ସାଜିବ ହାଓଡା ପୋଲ ତୋରଣ

ବାଲେଶ୍ୱର ଅଫିସ,୧।୫: ବାଲେଶ୍ୱର ସହର ଦାମୋଦରପୁର ସ୍ଥିତ ଶ୍ରୀଶ୍ରୀ ଶ୍ୟାମସୁନ୍ଦରପୁର ଜୀଉ ମନ୍ଦିର ସମ୍ମୁଖରେ ଥିବା ପୋଖରୀରେ ଚନ୍ଦନ ଯାତ୍ରାର ସୁବର୍ଣ୍ଣଜୟନ୍ତୀ ପାଳନ କରାଯାଉଛି। ଏହି ଉତ୍ସବର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଲାଗିଛନ୍ତି ଶ୍ୟାମସୁନ୍ଦରପୁର ଜୀଉ ଯୁବକ ସଂଘର ସଦସ୍ୟ। ଚଳିତବର୍ଷ ଆକର୍ଷଣରେ ରହିବ ବିଭିନ୍ନ ଦାମୀ ଆଲୋକରେ ସୁସଜ୍ଜିତ ‘ହାଓଡା ପୋଲ’ ଓ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ର ତୋରଣ।
୧୯୭୦ରୁ ଆରମ୍ଭ ହୋଇଥିବା ଏହି ଚନ୍ଦନ ଉତ୍ସବ ଦାମୋଦରପୁରର ପୁରାତନ ଉତ୍ସବ। ପ୍ରତିବର୍ଷ ଉତ୍ସବକୁ ନିଆରା କରିବା ପାଇଁ ଉଦ୍ୟମ ହୋଇଥାଏ। ଯେପରି ପୂର୍ବବର୍ଷଗୁଡ଼ିକରେ ବାହୁବଳୀ ପ୍ୟାଣ୍ଡେଲ, ଅକ୍ଷରଧାମ, ପାଣି ଭିତରେ ଶିବ ମୂର୍ତ୍ତି, ପୋଖରୀ ଭିତରେ ୧୦୦୮ଦୁର୍ଗା ମୂର୍ତ୍ତି ଆଦି ନିର୍ମାଣ କରାଯାଇଥିଲା। ଯାହା ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏହାକୁ ଦେଖିବା ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା। ସେହିପରି ଚଳିତବର୍ଷ ମେ ୧ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଚନ୍ଦନ ଉତ୍ସବର ସୁବର୍ଣ୍ଣ ଜୟନ୍ତୀକୁ ସ୍ବତନ୍ତ୍ର ଭାବେ ପାଳନ କରିବା ପାଇଁ ଶ୍ୟାମସୁନ୍ଦର ଜୀଉ ସାର୍ବଜନୀନ ସୁବର୍ଣ୍ଣ ଜୟନ୍ତୀ ଚନ୍ଦନ ସମିତି ଗଠନ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଚନ୍ଦନର ପୁରୁଣା ପ୍ରଥା ଅନୁଯାୟୀ, ପୂର୍ଣ୍ଣମୀରେ ଶ୍ରୀଜିଉଙ୍କ ପାଖରେ ଦହି ପଖାଳ ଓ ଶାଗ ଭୋଗ ହୋଇ ଶ୍ରଦ୍ଧାଳୁଙ୍କୁ ବଣ୍ଟାଯିବ। ୭ ଦିନ ଧରି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଚାଲୁ ରହିବ ଏବଂ ଗ୍ରାମର ଯୁବକଙ୍କ ଦ୍ୱାରା ଏକ ନାଟକ ମଧ୍ୟ ପରିବେଷଣ କରାଯିବ। ପ୍ରଥମ ୩ଦିନ ସନ୍ଧ୍ୟାରେ ପ୍ରଭୁ ରାଧାକୃଷ୍ଣଙ୍କୁ ନଗର ପରିକ୍ରମା କରାଯିବା ପରେ ଆଳତୀ ଏବଂ ପରେ ପୋଖରୀରେ ଚାପଖେଳ ଉତ୍ସବ ଅନୁଷ୍ଠିତ ହେବ। ହରିଦ୍ୱାର, ଋଷିକେଶରେ ଯେଉଁଭଳି ଗଙ୍ଗା ଆଳତି ହୋଇଥାଏ, ସେହିପରି ଏଠାରେ ଆଳତି ହେବାର ଯୋଜନା ରହିଛି। ପ୍ରତିଦିନ ସନ୍ଧ୍ୟାରେ ପୋଖରୀ ଘାଟରେ ଶ୍ରଦ୍ଧାଳୁମାନେ ଏହି ମନୋରମ ଦୃଶ୍ୟକୁ ଉପଭୋଗ କରିବେ।
ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଇଁ ୨୩ରୁ ୨୫ ଲକ୍ଷ ଟଙ୍କା ବଜେଟ୍‌ ହୋଇଛି। କୋଲକାତାର ‘ହାଓ୍ବଡ଼ା ପୋଲ’ ଓ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ସୁସଜ୍ଜିତ ଆଲୋକର ତୋରଣ ନିର୍ମାଣ ପାଇଁ ୧୮ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ହାଓଡା ପୋଲର ନିର୍ମାଣ ପାଇଁ ବାଲେଶ୍ୱରର କାରିଗର ସୁକୁମାର ମାଈତି ଦାୟିତ୍ୱ ନେଇଥିବା ବେଳେ ଉଭୟ ହାଓଡା ପୋଲ ଓ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଆଲୋକ ସଂଯୋଗୀକରଣ ପାଇଁ ବାଲେଶ୍ୱରର ସଞ୍ଜୀବ ପାତ୍ର ଦାୟିତ୍ୱ ନେଇଛନ୍ତି। ଏହି କାର୍ଯ୍ୟ ପାଇଁ କୋଲକତାରୁ ୪୦ ଜଣ ଦକ୍ଷ କାରିଗରଙ୍କ ସହିତ ବାଲେଶ୍ୱରର କାରିଗର ସାମିଲ୍‌ ହୋଇଛନ୍ତି। ପୋଲ ଉପରେ ବିଭିନ୍ନ ପ୍ରକାର ଆକର୍ଷଣୀୟ ଲାଇଟ୍‌ ବ୍ୟବସ୍ଥା କରାଯାଇଥିବା ବେଳେ ତ୍ରିରଙ୍ଗାର ୩ରଙ୍ଗକୁ କିଛି ସମୟ ଅନ୍ତରରେ ପ୍ରଦର୍ଶିତ କରାଯିବା ବୋଲି ସମିତିର ସଭାପତି ସୁରଝଙ୍କାର ସେଠୀ ସୂଚନା ଦେଇଛନ୍ତି।

ମାନସ ବିଶ୍ୱାଳ


Enter your email to get our daily news in your inbox.

All Right Reserved By Dharitri.Com

ମାଛ ପାଇଁ ଖୋଳିଥିବା ଗାତରେ ପଡ଼ିଲେ ନିଜେ, ମାଛ ମାରିବା ପୂର୍ବରୁ  ନିଜେ ହେଲେ ଗୁରୁତର 

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଜଣେ ଯୁବକ ମାଛ ମାରିବାକୁ ବିସ୍ପୋରକ ବ୍ୟବହାର କରୁଥିବା ବେଳେ ମାଛ ମାରିବା ପୁର୍ବରୁ…

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

ହର୍ମୁଜକୁ ନେଇ ଇରାନ ସହ ପାକିସ୍ତାନ କଲା ବଡ଼ ଡିଲ୍‌, ତାଟକା ହେଲା ସାରା ବିଶ୍ୱ!

ଇସଲାମାବାଦ,୨୯।୩: ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଇରାନର ସଂଘର୍ଷ ବନ୍ଦ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ପାକିସ୍ତାନ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି।…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ପେଟ୍ରୋଲ ରେଟ୍‌ ଆଗକୁ ବଢିବ କି? ମୋଦି କହିଦେଲେ ସତକଥା…

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ। ପ୍ରତିଶୋଧ ସ୍ୱରୂପ, ଇରାନ ହର୍ମୁଜ…

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri