ଗୁପ୍ତଧନ ପାଇବା ଆଶାରେ ବାପାଙ୍କୁ ବଳି ଉଦ୍ୟମ

ଭବାନୀପାଟଣା,୩୦।୪(ସ୍ବ.ପ୍ର): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅଧୀନ କଲମପୁର ବେଲପଡ଼ାରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୁପ୍ତଧନ ପାଇବା ଆଶାରେ ପୁଅ ନିଜ ବାପାଙ୍କୁ ବଳିଦେବାକୁ ଉଦ୍ୟମ କରିଥିଲେ। ଖବର ପାଇ ପୋଲିସ ପହଞ୍ଚି ବାପାଙ୍କୁ ଉଦ୍ଧାର ବେଳେ ଲହୁଲୁହାଣ ହେବାକୁ ପଡିଛି।

ମିଳିଥିବା ସୂଚନା ମୁତାବକ, ବେଲପଡ଼ାର ବଳଦେବ ଭୋଇଙ୍କ ପୁଅ ଲିଙ୍ଗରାଜ ଭୋଇ କିଛି ବର୍ଷ ତଳେ ମାନସିକ ରୋଗରେ ଆକ୍ରାନ୍ତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଚିକିତ୍ସା କରାଇଥିଲେ ମଧ୍ୟ ସେ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇପାରି ନ ଥିଲେ। ଏଭଳି ସ୍ଥିତିରେ ଲିଙ୍ଗରାଜ ରାଜପୁର ଗ୍ରାମର ଜଣେ ସାଧକଙ୍କ ସହ ମିଶିଥିଲେ। ଗୁପ୍ତଧନ ପାଇବା ଆଶାରେ ଲିଙ୍ଗରାଜ ସାଧକଙ୍କ ଉପସ୍ଥିତିରେ ଶନିବାର ତାଙ୍କ ବାପାଙ୍କୁ ଘରେ ନୂଆ ଲୁଗା ପିନ୍ଧାଇ ବେକରେ ଫୁଲମାଳ ପକାଇ ବଳି
ଦେବାକୁ ଉଦ୍ୟମ କରୁଥିଲେ।

କୌଣସି ସୂତ୍ରରୁ ଖବର ପାଇ ସ୍ଥାନୀୟ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ବଳଦେବଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲା। ହେଲେ ଲିଙ୍ଗରାଜ ଏକ ମାରଣାସ୍ତ୍ରରେ ପୋଲିସ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଫଳରେ ଗ୍ରାମରଖି ଗଙ୍ଗାରାମ ବାଗ ଆହତ ହୋଇଛନ୍ତି। ଜୟପାଟଣା ଏସ୍‌ଆଇ ବିନୟ ବାରାଲ, ଏସ୍‌.ଏନ୍‌. ପାତ୍ର, ନୀତି ଚତୁର୍ବେଦୀ, କଲମପୁର ଫାଣ୍ଡି ଅଧିକାରୀ ବିପିନ କିଶୋର ଝରିଆ, ଚକାଡୋଳା ବାଗଙ୍କ ସହ ପୋଲିସ କର୍ମଚାରୀ ପହଞ୍ଚି ବଳଦେବଙ୍କୁ ଉଦ୍ଧାର କରିଥିଲେ। ଦୀର୍ଘ ସମୟର କସରତ ପରେ ପୋଲିସ ଅଭିଯୁକ୍ତ ଲିଙ୍ଗରାଜ ଏବଂ ସାଧକଙ୍କୁ ଧରି ଜୟପାଟଣା ଥାନାକୁ ନେଇଥିଲା। ବଳଦେବଙ୍କୁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି। ପୋଲିସ ଏକ ମାମଲା ରୁଜୁ କରି ସାଧକ ଏବଂ ଲିଙ୍ଗରାଜଙ୍କୁ
ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଦେଖାଦେଇଥିବା ଉଦ୍‌ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ…

ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?