ହସ୍ପିଟାଲ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ ଅଫିସ,୧୩ା୮: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ୫ମ ମହଲାରୁ ଶନିବାର ଅପରାହ୍ନରେ ଚନ୍ଦନ ନାୟକ(୩୭) ନାମକ ଜଣେ ରୋଗୀ ତଳକୁ ଡେଇଁ ପଡ଼ି ଗୁରୁତର ହୋଇଛନ୍ତି। ତାଙ୍କର ଚିକିତ୍ସା ଜାରି ରହିଛି। ଚନ୍ଦନଙ୍କ ଘର ପରଜଙ୍ଗ ଅଞ୍ଚଳରେ। ତେବେ ପାରିବାରିକ କଳହକୁ ନେଇ ସେ ବ୍ଲେଡ୍‌ରେ ନିଜ ବେକ ଓ ହାତକୁ କାଟି ପକାଇବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟର ୫ମ ମହଲାରେ ଥିବା ସର୍ଜରୀ ଓ୍ବାର୍ଡରେ ଭର୍ତ୍ତି କରାଯାଇଥିଲା। ତେବେ ସେ କାହିଁକି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଏନେଇ ତଦନ୍ତ ଚାଲିଛି।