ପ୍ରଶାସନ ନ ଶୁଣିବାରୁ ଆତ୍ମାହୁତି ଉଦ୍ୟମ

ଖୋର୍ଦ୍ଧା ଅଫିସ, ୫।୧: ରାଜ୍ୟରେ ଦିନକୁ ଦିନ ଅନ୍‌ଲାଇନ ଠକେଇ ଘଟଣା ବଢ଼ିବାରେ ଲାଗିଛି। ଦୈନିକ ଅନେକ ବ୍ୟକ୍ତି ଅନ୍‌ଲାଇନ ଠକେଇର ଶିକାର ହେଉଛନ୍ତି। ଖୋର୍ଦ୍ଧା ଜିଲାରେ ଏଭଳି ଏକ ଠକେଇ ଘଟଣା ସାମ୍ନାକୁ ଆସିଛି। ସାଇବର ଠକଙ୍କ ଲୋଭରେ ଫସି ଜଣେ ବ୍ୟବସାୟୀ ୧୬ ଲକ୍ଷ ୩୨ ହଜାର ଟଙ୍କା ହରାଇବା ପରେ ପୋଲିସ ଓ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ମାତ୍ର ସବୁଠି ନିରାଶ ହେବା ପରେ ଶେଷରେ ସେ ସୋମବାର ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ତେବେ ପୋଲିସ ତାଙ୍କୁ କାବୁ କରି ଟାଉନ ଥାନାକୁ ନେଇଥିଲା। ସେଠାରେ ତାଙ୍କୁ ପଚରାଉଚରା କରିବା ସହ କାଗଜପତ୍ର ଯାଞ୍ଚ କରିଥିଲା। ପରେ ଏସ୍‌ପି ଉକ୍ତ ଠକେଇ ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅଧୀନ ବାଙ୍କେଇ ଗ୍ରାମର ବ୍ୟବସାୟୀ ବ୍ରଜବନ୍ଧୁୁ ସାହୁଙ୍କର ଏକ ସରକାରୀ କାଠଗୋଲା ରହିଛି। ୨୦୧୯ରେ ଅନ୍‌ଲାଇନରେ ପୋଲାଣ୍ଡର ଏକ ଘରୋଇ ସଂସ୍ଥା ଶାଗୁଆନ କାଠ କିଣାବିକା କରୁଥିବା ସେ ଜାଣିବାକୁ ପାଇଥିଲେ। କାଠ କିଣିବା ଲାଗି ସେ ସମ୍ପୃକ୍ତ ସଂସ୍ଥା ସହ ଯୋଗାଯୋଗ କରିଥିଲେ। ଆବଶ୍ୟକ କାଗଜପତ୍ର ସହ ୨୩ଲକ୍ଷ ଟଙ୍କା ଡିପୋଜିଟ କରିବା ପରେ ପାରାଦ୍ୱୀପ ପୋର୍ଟରେ ୭ଟି କଣ୍ଟେନରରେ କାଠ ପଠାଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଥିଲା। ବ୍ରଜବନ୍ଧୁ ଅଗଷ୍ଟ ୧ରେ ପ୍ରଥମ ପର୍ଯ୍ୟାୟରେ ୧୬ଲକ୍ଷ ୩୨ହଜାର ଟଙ୍କା ଜମା କରିଥିଲେ। କାଠ ପାରାଦୀପ ପୋର୍ଟରୁ ଘରେ ପହଞ୍ଚିବା ପରେ ଅବଶିଷ୍ଟ ୫ଲକ୍ଷ ଟଙ୍କା ଡିପୋଜିଟ କରିବାକୁ ଉକ୍ତ କମ୍ପାନୀର ଏଜେଣ୍ଟ କହିଥିଲେ। ଏଜେଣ୍ଟଙ୍କ କଥାନୁସାରେ ବ୍ରଜବନ୍ଧୁ ଅଗଷ୍ଟ ୩୧ରେ କମ୍ପାନୀର କାଗଜପତ୍ର ଧରି ପାରାଦୀପ ପୋର୍ଟକୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ସେ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ସେ ଏ ନେଇ ତୁରନ୍ତ ବୋଲଗଡ଼ ପୋଲିସକୁ ଯୋଗାଯୋଗ କରିଥିଲେ। ତେବେ ଏହା ସାଇବର ଅପରାଧ ହୋଇଥିବାରୁ ତାଙ୍କୁ କଟକ ସାଇବର ସେଲ୍‌ରେ ଅଭିଯୋଗ କରିବାକୁ ପୋଲିସ କହିଥିଲା। ପରେ ସେ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଟଙ୍କା ଫେରି ପାଇବା ଆଶାରେ ବାରମ୍ବାର ସାଇବର ଥାନାକୁ ଦୌଡ଼ିଥିଲେ। ମାତ୍ର ଘଟଣାର ତଦନ୍ତ ଚାଲିଛି କହି ପୋଲିସ ତାଙ୍କୁ ଫେରାଇ ଦେଉଥିଲା। ଏ ନେଇ ସେ ଜିଲା ପ୍ରଶାସନଠାରୁ ଆରମ୍ଭକରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଅଭିଯୋଗ ଜଣାଇ ନିରାଶ ହେବା ପରେ ଆତ୍ମାହୁତି ଦେବାକୁ ନିଷ୍ପତ୍ତି ନେଇଥିଲେ। ୧୫ ଦିନ ତଳେ ଘଟଣା ସମ୍ପର୍କରେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ନ୍ୟାୟ ନ ପାଇଲେ ଆତ୍ମାହୁତି ଦେବେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ। ଏହାସତ୍ତ୍ୱେ ପ୍ରଶାସନ ଚୁପ୍‌ ବସିଥିଲା। ପୂର୍ବ ଘୋଷଣା ମୁତାବକ ସୋମବାର ପୂର୍ବାହ୍ନ ସାଢେ ୧୧ଟାରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ରଜବନ୍ଧୁ ପହଞ୍ଚି ଦେହରେ କିରୋସିନ ଢାଳି ହୋଇ ଆତ୍ମାହୁତି ଉଦ୍ୟମ କରିଥିଲେ। ଏହି ସମୟରେ ଟାଉନ ଥାନା ଅଧିକାରୀ ଉମାଶଙ୍କର ସିଂଙ୍କ ନେତୃତ୍ୱରେ ଏକ ଟିମ୍‌ ତାଙ୍କୁ କାବୁ କରିଥିଲେ। ଏ ନେଇ ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ କହିଛନ୍ତି, ଆତ୍ମାହୂତି ଉଦ୍ୟମ ବେଳେ ବ୍ରଜବନ୍ଧୁଙ୍କୁ ଟାଉନ ଥାନା ପୋଲିସ କାବୁ କରିଛି। ସେ ଏପରି ଆଉ ଭୁଲ କରିବେ ନାହିଁ ବୋଲି ଖୋର୍ଦ୍ଧା ଉପଜିଲାପାଳଙ୍କ କୋର୍ଟରେ ଲିଖିତନାମା ଦେଇଛନ୍ତି। ନିଜ ଭୁଲ ଲାଗି ଅନୁତାପ କରିଛନ୍ତି। ବ୍ରଜବନ୍ଧୁ ନାଇଜେରିଆର ଏକ ସାଇବର ଠକେଇର ଶିକାର ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏ ସମ୍ପର୍କରେ ମଧ୍ୟ ସେ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଛନ୍ତି। ଏହା ଏକ ବଡ ର଼୍ୟାକେଟ। ଏହି ଠକେଇ ଘଟଣା ସମ୍ପର୍କରେ କ୍ରାଇମବ୍ରାଞ୍ଚ ଏଡିଜେଙ୍କ ସହ ମୁଁ ଆଲୋଚନା କରିଛି। ମଙ୍ଗଳବାର ବୋଲଗଡ଼ ଥାନାଧିକାରୀ ତାଙ୍କୁ ସାଥିରେ ଧରି କଟକ କ୍ରାଇମବ୍ରାଞ୍ଚ ଅଫିସକୁ ଯିବେ। ସେଠାରେ ତାଙ୍କ ଅଭିଯୋଗର ତଦନ୍ତ କରାଯିବ।

(ଆଡ୍‌୍‌ ପେଜ୍‌ରେ ଫଟୋ ଅଛି।)
୧ –
୨- ଆତ୍ମାହୂତି ଉଦ୍ୟମ କରୁଥିବା ବ୍ରଜବନ୍ଧୁୁ ସାହୁଙ୍କୁ ପୋଲିସ କାବୁ କରି ଥାନାକୁ ନେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ପାକ୍‌ ସହ ହାତ ମିଳାଇଲା ଭାରତର ବନ୍ଧୁରାଷ୍ଟ୍ର, ବିଶ୍ୱରେ ଚହଳ…

ଇସଲାମବାଦ,୭।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ଏପର୍ଯ୍ୟନ୍ତ ଆମେରିକା, ଇରାନ ଏବଂ ଇସ୍ରାଏଲ ହଜାର ହଜାର କ୍ଷେପଣାସ୍ତ୍ର ଏବଂ ବୋମା ବ୍ୟବହାର କରିସାରିଛନ୍ତି। ଏହାର ପ୍ରଭାବ…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ, ଯୁଦ୍ଧକୁ ଡେଇଁଲା ରୁଷିଆ!

ମସ୍କୋ,୭।୩: ଆମେରିକା-ଇସ୍ରାଏଲ ଯୁଦ୍ଧରେ ରୁଷିଆ ଇରାନକୁ ସହାୟତା କରୁଛି। ଦି ୱାଶିଂଟନ ପୋଷ୍ଟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ରୁଷିଆ ଇରାନକୁ ଆମେରିକୀୟ ସାମରିକ ଘାଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri