ଜୁଆ ଆଡ୍ଡାରେ ଚଢ଼ାଉ ବେଳେ ପୋଲିସକୁ ହତ୍ୟା ଉଦ୍ୟମ ଅଭିଯୋଗ, ୨୬ ଅଭିଯୁକ୍ତ…

ଦିଗପହଣ୍ଡି,୧୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା କରପଡା ପଞ୍ଚାୟତ ଜଙ୍ଘମା ଗ୍ରାମ ନିକଟ ଜଙ୍ଗଲରେ ଏକ ବଡ଼ ଧରଣର ଜୁଆ ଆଡ୍ଡା ଚାଲିଥିଲା । ଖବର ପାଇ ବ୍ରହ୍ମପୁର ଏସ.ପି ଡ଼. ଶ୍ରବଣା ବିବେକ ଏମଙ୍କ ନିର୍ଦ୍ଦେଶକ୍ରମେ ଶନିବାର ସନ୍ଧ୍ୟାରେ ଏଏସଆଇ ମନୋଜ ସିଂ ଙ୍କ ନେତୃତ୍ୱରେ ସ୍ଵତନ୍ତ୍ର ସ୍କ୍ୱାଡ ଚଢାଉ କରିଥିବା ସୂଚନା ରହିଛି ।

ପୋଲିସ ଚଢାଉ କରିବା ପରେ ଜୁଆ ଖେଳୁଥିବା ବହୁ ସଂଖ୍ୟକ ବ୍ୟକ୍ତି ସେମାନଙ୍କୁ ସଂଘବଦ୍ଧ ଆକ୍ରମଣ କରିବା ସହ କିଛି କନେଷ୍ଟବଳ ଙ୍କୁ ହତ୍ୟା ଉଦ୍ୟମ କରିଥିଲେ । ଖବରପାଇ ଚିକିଟି ଏସଡିପିଓ ବିଶ୍ଵାମିତ୍ର ହରପାଲ, ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଅଧିକା ଫୋର୍ସ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ଟିମ୍ ସେଠାରୁ ୨୬ ଅଭିଯୁକ୍ତଙ୍କୁ ଧରିବା ସହ ଜୁଆଆଡ୍ଡାରୁ ୯ ଲକ୍ଷ ୨୪ ହଜାର ଟଙ୍କା, ୩୨ ଟି ମୋବାଇଲ, ୧୨ ଟି ବାଇକ, ଗୋଟିଏ କାର ଏବଂ ୧୮ ପ୍ୟାକେଟ ତାସ ଜବତ କରିଛି । କିଛି ଜୁଆଡ଼ି ଅନ୍ଧାରର ସୁଯୋଗ ନେଇ ଜଙ୍ଗଲ ମଧ୍ୟକୁ ଦୌଡ଼ି ପଳାଇଥିଲେ। କିଛି ଆହାତ ପୋଲିସ କର୍ମଚାରୀ ମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା।

ଏଏସଆଇ ମନୋଜ ସିଂଙ୍କ ଏତଲା ଅନୁଯାୟୀ ଆଇଆଇସି  ଥାନା ମାମଲା ନଂ.୧୨/୨୬ ଅନୁଯାୟୀ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ। ତଦନ୍ତକାରୀ ଅଧିକାରୀ ଏସ ଆଇ ରାଜ କିଶୋର ପାତ୍ର ପୁରୀ ସମେତ ଗଞ୍ଜାମ ଜିଲା ବଡଗଡ, ଭଞ୍ଜନଗର, ଜଗନ୍ନାଥ ପ୍ରସାଦ, ଗୋଳନ୍ଥରା, ଶେରଗଡ଼, କେ. ନୂଆଗାଁ, ଦିଗପହଣ୍ଡି, ଜରଡ଼ା ଥାନା ଅଧିନ ବିଭିନ୍ନ ଗ୍ରାମର ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଜାମିନ ଆବେଦନ ଖାରଜ ହେବାରୁ ସମସ୍ତ ଅଭିଯୁକ୍ତ ମାନଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି । ପ୍ରକାଶ ଯେ, ଦୀର୍ଘ ଦିନ ହେଲା ଦିଗପହଣ୍ଡି ଓ କେ. ନୂଆଗାଁ ଥାନା ଅଧିନ ବିଭିନ୍ନ ଗ୍ରାମର କିଛି ପେସାଦାର ଅପରାଧୀ ଏହି ଜୁଆ ଆଡ୍ଡା ଚଳାଇଥିଲେ ବୋଲି ପୋଲିସର ପ୍ରାଥମିକ ତଦନ୍ତ ରୁ ଜଣାପଡ଼ିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବହୁତ ବିଳମ୍ବ ହେବା ପୂର୍ବରୁ ଆମେରିକା ସହିତ ଚୁକ୍ତି କରନ୍ତୁ.. ପୁଣି ଖୋଲା ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୧୧।୧: ଭେନେଜୁଏଲାରେ ଆମେରିକାର କାର୍ଯ୍ୟାନୁଷ୍ଠାନର କିଛି ଦିନ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟୁବାକୁ କଡ଼ା ଚେତାବନୀ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଯେ...

୭ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ହତ୍ୟା

ଗଜପତି(ଗିରିଧାରୀ ପରିଛା)୧୧।୧: ଗଜପତି ଜିଲା ସେରଙ୍ଗ ଥାନା ଅଧୀନ ନାମନଗଡ଼ ଗ୍ରାମରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବିବାହର ୯ ମାସ ହୋଇଥିବା...

ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରି ପ୍ରଥମ ଦିନିକିଆ ଜିତିଲା ଭାରତ

ଭଦୋଦରା,୧୧।୧: ବିରାଟ କୋହଲିଙ୍କ ଦୃଢ଼ ବ୍ୟାଟିଂ ବଳରେ ଭାରତ ଭଦୋଦରାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ...

IPLରୁ ମୁସ୍ତାଫିଜୁର ବାଦ୍, ବାଂଲାଦେଶର ଅମ୍ପାୟରଙ୍କୁ ଭାରତ ଆସିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୧୧।୧: ଗତ କିଛି ଦିନ ହେବ BCCI ଏବଂ ବାଂଲାଦେଶ କ୍ରିକେଟ ବୋର୍ଡ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। BCCI ନିର୍ଦ୍ଦେଶରେ KKR ଫ୍ରାଞ୍ଚାଇଜ୍ ଷ୍ଟାର୍...

କଟକରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା

କଟକ,୧୧ା୧(କାର୍ତ୍ତିକ ସାହୁ): ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରିବା ଭଳି ସଙ୍ଗୀନ ଅପରାଧିକ ଘଟଣା ବାଦାମବାଡ଼ି ଥାନା ଅଞ୍ଚଳରେ ଘଟିଛି। କାଠଯୋଡ଼ି ରିଂବନ୍ଧ ପାର୍ଶ୍ୱ...

ବସ ଧକ୍କାରେ ଯୁବକଙ୍କ ମୃତ୍ୟୁ; ମୃତଦେହ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ

ଦିଗପହଣ୍ଡି,୧୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋକର୍ଣ୍ଣପୁର-ବଡଡୁମ୍ବୁଳା ରାସ୍ତାର ଶନିଶ୍ଚର ମନ୍ଦିର ନିକଟରେ ‘ବୀଣାପାଣି’ ନାମକ...

କେସିଙ୍ଗା ପୋଲିସକୁ ବଡ଼ ସଫଳତା, ୧୦ କେଜି ଗଞ୍ଜେଇ ସହ ୫ ଆନ୍ତଃରାଜ୍ୟ ଚୋରା ଚାଲାଣକାରୀ ଗିରଫ

କେସିଙ୍ଗା,୧୧/୧(ତୁମେଶ୍ୱର ସାହୁ):  କଳାହାଣ୍ଡି ଜିଲାର କେସିଙ୍ଗା ପୋଲିସକୁ ବଡ଼ ସଫଳତା ମିଳିଛି । ବିଶେଷ ସୂତ୍ରରୁ ଖବର ପାଇ କେସିଙ୍ଗା ପୋଲିସ ସ୍ଥାନୀୟ ରେଳ ଷ୍ଟେସନରୁ...

ଘର ସମ୍ମୁଖରୁ ପିକ୍‌ଅପ୍‌ ଗାଡ଼ି ଚୋରି

ବଡ଼ଗାଁ,୧୧ା୧(ଅଶୋକ ଷଢ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁର ଯୁବ ବ୍ୟବସାୟୀ ଅମିତ ଅଗ୍ରୱାଲଙ୍କ ଘର ସମ୍ମୁଖରୁ ତାଙ୍କ ପିକଅପ ଗାଡି ଓଡି ୨୬ ଏ ୧୪୭୫କୁ ୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri