ଜୁଆ ଆଡ୍ଡାରେ ଚଢ଼ାଉ ବେଳେ ପୋଲିସକୁ ହତ୍ୟା ଉଦ୍ୟମ ଅଭିଯୋଗ, ୨୬ ଅଭିଯୁକ୍ତ…

ଦିଗପହଣ୍ଡି,୧୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା କରପଡା ପଞ୍ଚାୟତ ଜଙ୍ଘମା ଗ୍ରାମ ନିକଟ ଜଙ୍ଗଲରେ ଏକ ବଡ଼ ଧରଣର ଜୁଆ ଆଡ୍ଡା ଚାଲିଥିଲା । ଖବର ପାଇ ବ୍ରହ୍ମପୁର ଏସ.ପି ଡ଼. ଶ୍ରବଣା ବିବେକ ଏମଙ୍କ ନିର୍ଦ୍ଦେଶକ୍ରମେ ଶନିବାର ସନ୍ଧ୍ୟାରେ ଏଏସଆଇ ମନୋଜ ସିଂ ଙ୍କ ନେତୃତ୍ୱରେ ସ୍ଵତନ୍ତ୍ର ସ୍କ୍ୱାଡ ଚଢାଉ କରିଥିବା ସୂଚନା ରହିଛି ।

ପୋଲିସ ଚଢାଉ କରିବା ପରେ ଜୁଆ ଖେଳୁଥିବା ବହୁ ସଂଖ୍ୟକ ବ୍ୟକ୍ତି ସେମାନଙ୍କୁ ସଂଘବଦ୍ଧ ଆକ୍ରମଣ କରିବା ସହ କିଛି କନେଷ୍ଟବଳ ଙ୍କୁ ହତ୍ୟା ଉଦ୍ୟମ କରିଥିଲେ । ଖବରପାଇ ଚିକିଟି ଏସଡିପିଓ ବିଶ୍ଵାମିତ୍ର ହରପାଲ, ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଅଧିକା ଫୋର୍ସ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ଟିମ୍ ସେଠାରୁ ୨୬ ଅଭିଯୁକ୍ତଙ୍କୁ ଧରିବା ସହ ଜୁଆଆଡ୍ଡାରୁ ୯ ଲକ୍ଷ ୨୪ ହଜାର ଟଙ୍କା, ୩୨ ଟି ମୋବାଇଲ, ୧୨ ଟି ବାଇକ, ଗୋଟିଏ କାର ଏବଂ ୧୮ ପ୍ୟାକେଟ ତାସ ଜବତ କରିଛି । କିଛି ଜୁଆଡ଼ି ଅନ୍ଧାରର ସୁଯୋଗ ନେଇ ଜଙ୍ଗଲ ମଧ୍ୟକୁ ଦୌଡ଼ି ପଳାଇଥିଲେ। କିଛି ଆହାତ ପୋଲିସ କର୍ମଚାରୀ ମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା।

ଏଏସଆଇ ମନୋଜ ସିଂଙ୍କ ଏତଲା ଅନୁଯାୟୀ ଆଇଆଇସି  ଥାନା ମାମଲା ନଂ.୧୨/୨୬ ଅନୁଯାୟୀ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ। ତଦନ୍ତକାରୀ ଅଧିକାରୀ ଏସ ଆଇ ରାଜ କିଶୋର ପାତ୍ର ପୁରୀ ସମେତ ଗଞ୍ଜାମ ଜିଲା ବଡଗଡ, ଭଞ୍ଜନଗର, ଜଗନ୍ନାଥ ପ୍ରସାଦ, ଗୋଳନ୍ଥରା, ଶେରଗଡ଼, କେ. ନୂଆଗାଁ, ଦିଗପହଣ୍ଡି, ଜରଡ଼ା ଥାନା ଅଧିନ ବିଭିନ୍ନ ଗ୍ରାମର ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଜାମିନ ଆବେଦନ ଖାରଜ ହେବାରୁ ସମସ୍ତ ଅଭିଯୁକ୍ତ ମାନଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି । ପ୍ରକାଶ ଯେ, ଦୀର୍ଘ ଦିନ ହେଲା ଦିଗପହଣ୍ଡି ଓ କେ. ନୂଆଗାଁ ଥାନା ଅଧିନ ବିଭିନ୍ନ ଗ୍ରାମର କିଛି ପେସାଦାର ଅପରାଧୀ ଏହି ଜୁଆ ଆଡ୍ଡା ଚଳାଇଥିଲେ ବୋଲି ପୋଲିସର ପ୍ରାଥମିକ ତଦନ୍ତ ରୁ ଜଣାପଡ଼ିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

ଇରାନ ଉପରେ ମହାଶକ୍ତିର ପ୍ରହାର: ଖାମେନେଇଙ୍କ ବାସଭବନ ଧ୍ୱଂସ, ଟ୍ରମ୍ପ କହିଲେ‘ ଇରାନବାସୀଙ୍କ ମୁକ୍ତି ସମୟ ଆସିଛି’ 

ଓ୍ବାଶିଂଟନ,୨୮।୨: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ସାମରିକ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭୟଙ୍କର ରୂପ ନେଇଛି। ଏହି ଆକ୍ରମଣର କିଛି ଘଣ୍ଟା ପରେ…

ଋଣ, ଚାକିରୀ ଦେବା ନା’ରେ ବଡ଼ ଧରଣର ଠକେଇ

ହିଞ୍ଜିଳିକାଟୁ,୨୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଋଣ ଏବଂ ଚାକିରୀ କରାଇଦେବା ନା’ରେ ଠକେଇ କରୁଥିବା ଜଣେ ଯୁବକଙ୍କୁ ହିଞ୍ଜିଳି ପୋଲିସ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ…

ମଧ୍ୟପ୍ରାଚ୍ୟରେ ମହାସମର: ଦୁବାଇରେ ମିସାଇଲ ମାଡ଼ କଲା ଇରାନ, ବୁର୍ଜ ଖଲିଫାକୁ କରାଗଲା ଖାଲି 

ଦୁବାଇ,୨୮।୨: ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନର ୩୦ଟି ସହର ଉପରେ ମିଳିତ ଏୟାର ଷ୍ଟ୍ରାଇକ ପରେ ଇରାନ ‘ଅପରେସନ ଫତେହ-ଏ-ଜଙ୍ଗ୍‌’ ଆରମ୍ଭ କରିଛି। ଏହି ପାଲଟା…

T20 ବିଶ୍ୱକପ୍‌ରୁ ପାକିସ୍ତାନର ବିଦାୟ: ମ୍ୟାଚ୍‌ ଜିତି ମଧ୍ୟ ସେମିଫାଇନାଲରୁ ବାହାର, ଏମିତି ବିଗିଡ଼ି ଗଲା…

ନୂଆଦିଲ୍ଲୀ,୨୮।୨: ପାକିସ୍ତାନ କ୍ରିକେଟ ଦଳ ପାଇଁ ଟି-୨୦ ବିଶ୍ୱକପ ୨୦୨୬ର ଯାତ୍ରା ଶେଷ ହୋଇଛି। ସୁପର-୮ ର ନିଜର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ…

ଇସ୍ରାଏଲ ଆକ୍ରମଣରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ-କମାଣ୍ଡର ମୃତ! ରିପୋର୍ଟରେ ବଡ଼ ଦାବି

ତେହରାନ,୨୮।୨: ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଖବର ସଂସ୍ଥା ରଏଟର୍ସ ପକ୍ଷରୁ ମିଳିଥିବା…

ଇମ୍ପେରିୟାଲ୍ କ୍ଲାସିକ ରାଜ୍ୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଉଦ୍‌ଘାଟିତ,ଯୋଗଦେଲେ ୧୯ ଜିଲ୍ଲାରୁ ୧୨୫ ପ୍ରତିଯୋଗୀ

ବଲାଙ୍ଗୀର,୨୮।୨ (ସୁନିଲ କୁମାର ମହାନ୍ତି): ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଫଳ ବଜାର ପ୍ରାଙ୍ଗଣରେ କଳିଙ୍ଗ ବଡିବିଲଡିଂ ଆସୋସିଏଶନ ବଲାଙ୍ଗୀର ଶାଖା ତରଫରୁ ଇମ୍ପେରିୟାଲ କ୍ଲାସିକ ୨୦୨୬…

ରଣ୍‌ଜୀ ଟ୍ରଫି ଜିତିଲା ଜମ୍ମୁ କଶ୍ମୀର, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ହୁବଲି,୨୮ା୨: ଜମ୍ମୁ କଶ୍ମୀର ଶନିବାର ପ୍ରଥମ ଥର ପାଇଁ ରଣ୍‌ଜୀ ଟ୍ରଫି ଜିତି ଭାରତୀୟ କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ କେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri