ମା’ ସହ ୨ ଝିଅଙ୍କୁ ହତ୍ୟା ଉଦ୍ୟମ କରି ମାରିଥିଲେ ଚମ୍ପଟ, ଧରାପଡିବା ପରେ ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୯।୧(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବି. ତୁରୁବୁଡ଼ି ପଞ୍ଚାୟତ କାଣ୍ଡେଶ୍ୱର ଗ୍ରାମ ଇନ୍ଦିରା ଆବାସ କଲୋନୀରେ ରହୁଥିବା ସ୍ବର୍ଗତ ପାଣ ସେଠୀଙ୍କ ଘରେ ଜବରଦସ୍ତ ପଶି ମା-ଝିଅଙ୍କୁ ହତ୍ୟା ଉଦ୍ୟମ। ମା’ କୁମାରୀ ସେଠୀ(୬୫) ଓ ଦୁଇ ଝିଅ ସବିତା ସେଠୀ(୩୨),ଝିଲି ସେଠୀ(୨୪)ଙ୍କୁ ଜଣେ ଯୁବକ ଶନିବାର ରାତି ପ୍ରାୟ ସାଢ଼େ ୧୧ଟାରେ ଗଳା କାଟି ହତ୍ୟା ଉଦ୍ୟମ କରି ଚମ୍ପଟ ମାରିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି। ସେ ହେଲେ ଦିଗପହଣ୍ଡି ଥାନା ସାନଡୁମୱୁଳା ଗ୍ରାମର ଜେ . ବାଳକୃଷ୍ଣ ପାତ୍ର ଓରଫ ଟମାଟୋ । ଥାନା ମାମଲା ନଂ.୨୬/୨୬ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ବାଳକୃଷ୍ଣ ଘଟଣା ଦିନ ରାତି ପ୍ରାୟ ସାଢେ ୧୧ଟାରେ କୁମାରୀଙ୍କ ଘରକୁ ଯାଇ କବାଟ ବାଡେଇ ଥିଲେ । କୁମାରୀଙ୍କ ଅବିବାହିତ ଝିଅ ସବିତା କବାଟ ଖୋଲିଥିଲେ। ଏହି ସମୟରେ ଅଭିଯୁକ୍ତ ବାଳକୃଷ୍ଣ ଏକ ଧାରୁଆ କାତରେ ସବିତାଙ୍କ ବେକକୁ ଚୋଟ ପକାଇଥିଲେ। ଏହାଦେଖି ମା’ କୁମାରୀ ଏବଂ ସାନ ଭଉଣୀ ଝିଲି ସବିତାଙ୍କୁ ବଞ୍ଚାଇବା ପାଇଁ ଧାଇଁ ଆସିବା ବେଳେ ସେମାନଙ୍କୁ ମଧ୍ୟ ସେ କାତିରେ ଚୋଟ ପକାଇ ବାଇକ ଯୋଗେ ଚମ୍ପଟ ମାରିଥିଲେ । ମା’ ଓ ୨ ଝିଅଙ୍କ କାନ୍ଦ ବୋବାଳି ଶୁଣି ପାଖ ପଡୋଶୀ ଲୋକ ଆସି ସେମାନଙ୍କୁ ଉଦ୍ଧାର କରିଥିଲେ । ଏନେଇ ସୂଚନା ପାଇବା ପରେ ଦିଗପହଣ୍ଡି ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଆହାତମାନଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ପରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲା। ସବିତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ରବିବାର ସକାଳୁ କୁମାରୀ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ନିୟମିତ ବ୍ୟବଧାନରେ ରାତି ଅଧରେ କୁମାରୀଙ୍କ ଘରକୁ ଯାଇ କବାଟ ବାଡେଇ ହଇରାଣ କରୁଥିଲେ। କିଛିଦିନ ପୂର୍ବେ କୁମାରୀଙ୍କ ସାନ ଝିଅ ଝିଲି ଅଭିଯୁକ୍ତଙ୍କ ଘରକୁ ଯାଇ ପ୍ରତିବାଦ କରିବା ସହ ତାଙ୍କୁ ପରିବାର ଲୋକ ଏବଂ ଗାଁ ଲୋକଙ୍କ ଆଗରେ ଅପମାନ କରି ଗାଳି କରିଥିଲେ। ଅପମାନର ପ୍ରତିଶୋଧ ନେବାପାଇଁ ସେ ତାଙ୍କ ଘରେ ପଶି କାତିରେ ଝିଲି ଓ ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତାଙ୍କ ନିକଟରୁ ଘଟଣାରେ ବ୍ୟବହୃତ କାତି ଓ ପଲ୍ସର ବାଇକ ନଂ. ଓଡ଼ି ୦୭ ଏ ଆର – ୭୩୯୭)କୁ ଜବତ କରାଯାଇଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶିଶୁକୈନ୍ଦ୍ରିକ ଶିକ୍ଷା

ଅନେକ ସମୟରେ ମନକୁ ଆସେ ଆଜି ପର୍ଯ୍ୟନ୍ତ ଆମେ ଏମିତି ପରିବେଶଟେ ସୃଷ୍ଟି କରିପାରିଲେନି ଯେଉଁଠି ବିଦ୍ୟାଳୟ ଖୋଲିବାର ସମୟ ଏବଂ ଛୁଟି ସମୟର ଚିତ୍ର ପ୍ରାୟତଃ…

ସରକାର ଠିକାରେ ଚାଲିଛି

ଏକ ଚୁକ୍ତିବଦ୍ଧ କାମ ବା ସର୍ତ୍ତ ଆରୋପିତ କାର୍ଯ୍ୟକୁ ଠିକା କୁହାଯାଏ। ଯିଏ ସର୍ତ୍ତ ଅନୁଯାୟୀ କାମ ନ କରେ ତା’ଠାରୁ କାମ ଛଡାଇ ନିଆଯାଏ, ଏ…

ସିଇଓ ଅପେକ୍ଷାରେ

ନୀତି ଆୟୋଗ ସିଇଓ ଭାବେ ବିଭିଆର୍‌ ସୁବ୍ରମଣ୍ୟମଙ୍କ ବୃଦ୍ଧି ହୋଇଥିବା କାର୍ଯ୍ୟକାଳ ଏବେ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ପରବର୍ତ୍ତୀ ସିଇଓ କିଏ ହେବେ ତାହାକୁ…

ଭାଜପା ବିଧାୟକଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଅହମ୍ମଦାବାଦ୍‌,୭।୩:ଗୁଜରାଟରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା)ର ବିଧାୟକ ଗୋବିନ୍ଦ ପରମାରଙ୍କର ପରଲୋକ ଘଟିଛି। ଦଳୀୟ ନେତାମାନେ ନିଶ୍ଚିତ କରିଛନ୍ତି ଯେ, ପରମାର ଆନନ୍ଦ ଜିଲାର ଉମରେଥ…

ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା ଘର: ସହାୟତା ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ଦାବି

ପରଜଙ୍ଗ, ୭।୩ ( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ପଞ୍ଚାୟତର ଭାଲିଆତଇଲା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ଗ୍ରାମର ନମନ ବେହେରାଙ୍କ ୨…

ଏକୁଟିଆ ପାଇ ମହିଳାଙ୍କ ଘରେ ପଶିଥିଲେ ଏନଆରଇଜିଏ ସହାୟକ, ହଠାତ୍‌ ଚାଲିଆସିଲେ ମହିଳାଙ୍କ ସ୍ବାମୀ, ଆଉ ତା’ପରେ…

ଭବାନୀପାଟଣା, ୭। ୩(ଉତ୍ତମ କୁମାର ଦାଶ ): ଚର୍ଚ୍ଚାରେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଏନଆରଇଜିଏ ସହାୟକ ବିରଞ୍ଚି ଗହୀର। ତାଙ୍କ କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ…

IND vs NZ ଫାଇନାଲ ପୂର୍ବରୁ ଅଭିଷେକ ଶର୍ମାଙ୍କୁ ମିଳିଲା ‘ଗୁରୁ ମନ୍ତ୍ର’: ଭାରତୀୟ କିମ୍ବଦନ୍ତୀଙ୍କ ପରାମର୍ଶ ପରେ ଏବେ ଚୌକା, ଛକା ବର୍ଷା

ନୂଆଦିଲ୍ଲୀ,୭।୩: ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ମାର୍ଚ୍ଚ ୮ ତାରିଖରେ ଅନୁଷ୍ଠିତ ହେବ। ଭାରତ ଏବଂ ନ୍ୟୁଜିଲାଣ୍ଡ ପରସ୍ପରର ସାମ୍ନା କରିବେ। ଉଭୟ ଦଳ ଟୁର୍ନାମେଣ୍ଟରେ ଅସାଧାରଣ…

ସହକାରୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ: ୭ ସ୍ଥାନରେ ଏକକାଳୀନ ଚଢ଼ାଉ

ଡେରାବିଶ, ୭/୩ (ବେବର୍ତ୍ତା ଅଜୟ ଦାସ): ଆୟ ବହିର୍ଭୁତ ସମ୍ପତ୍ତି ଥିବା ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲା ଜଳ ସମ୍ପଦ ବିଭାଗ ଅଧିନ ଛତା ସବ ଡିଭିଜନର ସହକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri