ଶାଶୁ, ଶ୍ୱଶୁରଙ୍କୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ, ଜ୍ବାଇଁଙ୍କ ଏପରି କାରନାମା ବୋଲି ଅଭିଯୋଗ ଆଣିଲେ ଶ୍ୱଶୁର

ଭବାନୀପାଟଣା,୨୯।୭(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅଧୀନ ବଲାଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଘରେ ଶୋଇଥିବା ବେଳେ କବାଟ ଫାଙ୍କରୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଶାଶୁ, ଶ୍ୱଶୁରଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ଏଥିରେ ଶ୍ୱଶୁର ବରୁଣ ମାଝି ଓ ଶାଶୁ ଡାଳିମ୍ବ ମାଝି ଗୁରୁତର ଆହତ ହୋଇଛନ୍ତି। ଶୁକ୍ରବାର ସକାଳେ ସ୍ଥାନୀୟ ଲୋକେ ଏହା ଜାଣି ଦୁହିଁଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଲମପୁର ଗୋଷ୍ଠୀ ସ୍ବାସ୍ତ୍ୟକେନ୍ଦ୍ରକୁ ପଠାଇଥିଲେ। ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବରୁଣଙ୍କ ଶରୀରର ୩୦ ପ୍ରତିଶତ ପୋଡି ଯାଇଥିବା ଜଣାପଡିଛି। ସେହିପରି ଘରକୁ ଲାଗିଥିବା ଚାଷ ଜମିରେ ଦୁର୍ବୁତ୍ତଙ୍କ ପାଦ ଚିହ୍ନ ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ପାରିବାରିକ କଳହ ଯୋଗୁ ପ୍ରତିଶୋଧପରାୟଣ ହୋଇ ଜ୍ବାଇଁ ସହଦେବ ଏପରି କାଣ୍ଡ କରିଛନ୍ତି ବୋଲି ଶଶୁର ବରୁଣ ମାଝି ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଟିରେ ମିଶିଯିବ ବଳରାମ ଦାସ ଗୁମ୍ଫା

ପୁରୀ ଅଫିସ,୨୮ା୯: ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀ ପୁରୀରେ ବହୁ ଐତିହ୍ୟ, କୀର୍ତ୍ତିରାଜି ରହିଛି। ତନ୍ମଧ୍ୟରୁ ଅନେକ ମାଟିରେ ମିଶିଗଲାଣି। ପୁଣି କେତେକ ଐତିହ୍ୟ ରହିଛି ଯାହାର ରକ୍ଷଣାବେକ୍ଷଣ...

ବଡ଼ଦିନ ଉପଲକ୍ଷେ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼

ଭୋଗରାଇ, ୨୫।୧୨(ଡି.ଏନ.ଏ.)-ବଡ଼ଦିନ ଉପଲକ୍ଷେ ବାଲେଶ୍ୱର ଜିଲା ଭୋଗରାଇର ଉଦୟପୁର, ତାଳସାରୀ, ବିଚିତ୍ରପୁର ସହ ବାଲିଆପାଳର ଚୌମୁଖ, ଡଗରା ଓ ଚାନ୍ଦିପୁର ସମୁଦ୍ର ବେଳାଭୂମି ଉତ୍ସବମୁଖର ହୋଇଉଠିଛି।...

ସ୍କୁଲରେ ଶିକ୍ଷକଙ୍କ ଦ୍ୱିତୀୟ ବିବାହ ଚର୍ଚ୍ଚା,ଥାନାରେ ପ୍ରଥମ ସ୍ତ୍ରୀଙ୍କ ଏତଲା

ଦାରିଙ୍ଗବାଡ଼ି(ଡି.ଏନ୍‌.ଏ.)/ ଫୁଲବାଣୀ ଅଫିସ, ୧୬ା୨: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଏକ ବିଦ୍ୟାଳୟର ଜଣେ ଶିକ୍ଷକ ସେହି ସ୍କୁଲରେ ଦ୍ୱିତୀୟ ବିବାହ କରିଥିବା ଚର୍ଚ୍ଚା...

କୁକୁଡ଼ା ବ୍ୟବସାୟୀଙ୍କ ଘରୁ ଲୁଟ୍‌ ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ସହ ୩ କୋର୍ଟଚାଲାଣ

ଶଙ୍କରାଖୋଲ,୧୫ା୭(ଡି.ଏନ୍‌.ଏ.)-ଟିକାବାଲି ଥାନା ଶଙ୍କରାଖୋଲ ନିକଟ ଗୁଡ୍ରିଗଁାରେ ଗତ ସେପ୍ଟେମ୍ବର ୨୯ ତାରିଖ ରାତିରେ ୭ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ କୁକୁଡ଼ା ବ୍ୟବସାୟୀ ସୀମାଞ୍ଚଳ ସାହୁଙ୍କ ଘରୁ...

ବୃଦ୍ଧାଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା

ବରଗଡ଼ ଅଫିସ୍‌,୨୪।୨: ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ ଦ୍ୱାରୀ ଗ୍ରାମରେ ବୁଧବାର ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି । କାଠ କାଟିବାକୁ ନେଇ ସ୍ଥାନୀୟ...

ବିନା ଫାୟାର ଲାଇସେନ୍ସରେ ଚାଲିଥିଲା ସନ୍‌ ହସ୍ପିଟାଲ

କଟକ ଅଫିସ, ୧।୨: କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସନ୍‌ ହସ୍ପିଟାଲରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ କେହି ମୃତାହତ ହୋଇ ନାହାନ୍ତି। ତେବେ ତଦନ୍ତରୁ...

ଓଡ଼ିଆରେ ହେବ ଓସିଏସ୍‌ ପରୀକ୍ଷା

ଭୁବନେଶ୍ୱର,୧।୧୦(ବ୍ୟୁରୋ): ଓଡ଼ିଶା ସିଭିଲ ସର୍ଭିସେସ୍‌(ଓସିଏସ୍‌) ପରୀକ୍ଷା ଓଡ଼ିଆ ଭାଷାରେ ଦେଇହେବ। ଯେଉଁ ପ୍ରାର୍ଥୀମାନେ ଚାହିଁବେ ସମସ୍ତ ବିଷୟକୁ ଓଡ଼ିଆରେ ପରୀକ୍ଷା ଦେଇପାରିବେ। ତେବେ ଯେଉଁ ପ୍ରାର୍ଥୀମାନେ...

କଥାରେ ସୀମିତ ସ୍ବଚ୍ଛତା

ସ୍ବଚ୍ଛ ସୁନ୍ଦର ସହର ହେବ ଢେଙ୍କାନାଳ। ଥରେ ମାତ୍ର ବ୍ୟବହାର ଉପଯୋଗୀ ପ୍ଲାଷ୍ଟିକ୍‌, ପଲିଥିନ ସାମଗ୍ରୀ ଉପରେ ଜାରି କରାଯିବ କଟକଣା। ଏହାକୁ କାର୍ଯ୍ୟକାରୀ କରିବାକୁ...

Advertisement
Archives

Model This Week