ଚିନ୍ତାଧାରା ବଦଳାଇବାକୁ ପ୍ରୟାସ

ପ୍ର- ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରୁ ବ୍ୟବସାୟର ଯାତ୍ରା କିଭଳି ରହିଛି?
ଉ- ଦୀର୍ଘ ବର୍ଷର ବ୍ୟାଙ୍କିଙ୍ଗ୍‌ ସେବାର ଅଭିଜ୍ଞତା ଓ ନୂଆ କିଛି କରିବାର ଆଶା ସହ ବଜାର ଆବଶ୍ୟକତା ଓ ସ୍ଥାନୀୟ ଅଞ୍ଚଳର ଚାହିଦା ପୂରଣ କରିବା ଲକ୍ଷ୍ୟରେ ବ୍ୟବସାୟର ଯାତ୍ରା ଜାରି ରହିଛି। ବିଶେଷକରି ବ୍ୟାଙ୍କିଙ୍ଗ୍‌ ସେବାରେ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଏକ ପ୍ରମୁଖ ଅଂଶ ହୋଇଥିଲାବେଳେ ଉକ୍ତ ଅଂଶର ଭାଗୀଦାରି ସହ ସବୁ ବର୍ଗର ଲୋକଙ୍କ ସହିତ ସମୟ ଅତିବାହିତ କରିବାର ବ୍ୟାପକ ସୁଯୋଗ ମିଳିଥିଲା। ଉକ୍ତ ସମୟ ମଧ୍ୟରେ ଲୋକଙ୍କର ଆବଶ୍ୟକତା ଓ ବଜାର ଚାହିଦା ସମ୍ପର୍କରେ ଅବଗତ ହୋଇ କୃଷିଜାତ ବ୍ୟବସାୟରେ ପ୍ରବେଶ ଓ ବିନିଯୋଗ ପାଇଁ ଆଗ୍ରହ ପ୍ରକାଶ ସହ କିଛି ନୂଆ କରିବାର ଭାବନାରୁ ଛେଳି ଚାଷ ପ୍ରତି ମନ ବଳାଇଥିଲି।
ପ୍ର – କୃଷିଭିତ୍ତିକ ବ୍ୟବସାୟକୁ ଆପଣ
କିଭଳି ଦେଖୁଛନ୍ତି?
ଉ- ପୂର୍ବରୁ କୃଷି ଏକମାତ୍ର ମାଧ୍ୟମ ଥିଲାବେଳେ ବିଗତ କିଛି ବର୍ଷ ହେଲା ବିଭିନ୍ନ କାରଣରୁ କୃଷିକ୍ଷେତ୍ରରୁ ଦୂରେଇଯାଉଥିବା ଲୋକ ଓ ଯୁବବର୍ଗ ବର୍ତ୍ତମାନ କୃଷିକ୍ଷେତ୍ର ସହ ଜଡ଼ିତ ହେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଏପରିକି ଉପଯୁକ୍ତ କୃଷି ଓ କୃଷି ଉଦ୍ୟୋଗ ସହ କଠିନ ପରିଶ୍ରମ ଏବଂ ସଚ୍ଚୋଟତା ସହିତ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବାକୁ ହେବ। କୃଷି କ୍ଷେତ୍ର ଓ କୃଷି ଉଦ୍ୟୋଗ ଜରିଆରେ ଆମେ ଆମର ଆବଶ୍ୟକତା ପୂରଣ ସହ ଆର୍ଥିକ ସ୍ଥିତିକୁ ମଧ୍ୟ ବଦଳାଇପାରିବା। ସେଥିପାଇଁ କଠିନ ପରିଶ୍ରମ ଓ ମନୋବଳର ଆବଶ୍ୟକତା ରହିଛି।
ପ୍ର- ପ୍ରତିଦ୍ୱନ୍ଦ୍ୱିତାମୂଳକ ବଜାରରେ ବ୍ୟବସାୟର ଚାହିଦା କିଭଳି ରହିଛି?
ଉ- ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦ୍ୱିତା ସବୁ କ୍ଷେତ୍ରରେ ରହିଥାଏ। ହେଲେ ତା’ର ଆବଶ୍ୟକତା ଆମର ବ୍ୟବହାର ଓ ନିଷ୍ପତ୍ତି ଏବଂ ଚିନ୍ତାଧାରା ଉପରେ ନିର୍ଭର କରିଥାଏ। ଆମେ କାହାକୁ ଆମର ପ୍ରତିଦ୍ୱନ୍ଦ୍ୱୀ କିମ୍ବା କାହା ସହ ପ୍ରତିଯୋଗିତା ନ କରି ନିଜ ସହିତ କରିବାକୁ ପସନ୍ଦ କରିଥାଉ। କାରଣ ଆମେ ଯେତେ ପରିଶ୍ରମ କରିବା ବ୍ୟବସାୟ ତିଷ୍ଠିରହିବା ସହିତ ସଫଳତା ହାସଲ ଦିଗରେ ସେତେ ମାତ୍ରାରେ ଅଗ୍ରସର ହୋଇପାରିବା।
ପ୍ର-ସରକାରୀ ସହାୟତା କୃଷି ଉଦ୍ୟୋଗ ପାଇଁ କେତେଦୂର ସହାୟକ ହୋଇପାରିଛି?
ଉ- ବର୍ତ୍ତମାନ ସମୟରେ ସରକାର ସବୁ କ୍ଷେତ୍ରକୁ ସହାୟତା ଓ ସହଯୋଗ ପ୍ରଦାନ କରୁଛନ୍ତି। ଏପରିକି ନେଇ ଆଣି ଥୋଇ ପାରିଲେ, ସବୁ ସ୍ତରର ସହାୟତା ମୂଲ୍ୟ ରହିବ। ବିଶେଷକରି ସରକାର ଉଦ୍ୟୋଗ ପାଇଁ ସହଯୋଗ କରୁଥିବାବେଳେ ଉଦ୍ୟୋଗୀ ସମୟ, ପରିଶ୍ରମ, ଲୋକସମ୍ପର୍କ ଏବଂ ଉପଯୁକ୍ତ ଉତ୍ପାଦ ପ୍ରସ୍ତୁତ କରିବାକୁ ହେବ। ସରକାରୀ ସହାୟତାର ସଦୁପଯୋଗ କରି ବ୍ୟବସାୟ ବୃଦ୍ଧି ପାଇଁ ଉଭୟ ପକ୍ଷ ମଧ୍ୟରେ ସାଧୁତା ଓ ସହଭାଗିତାର ଆବଶ୍ୟକତା ରହିଛି।
ପ୍ର- ବ୍ୟବସାୟ ବୃଦ୍ଧିରେ ସହଯୋଗୀଙ୍କ ଭୂମିକା କିଭଳି ରହିଛି?
ଉ- ପ୍ରତି ବ୍ୟବସାୟରେ ମାଧ୍ୟମ ରହିଥିଲାବେଳେ ଆମ ବ୍ୟବସାୟରେ ସହଯୋଗୀଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ବିଶେଷକରି ବିଶ୍ୱାସ ଓ ଭରସାରେ ସବୁ କିଛି ଚାଲିଥିଲାବେଳେ ସାଧୁତା ଓ କଠିନ ପରିଶ୍ରମ ଉଭୟ ପକ୍ଷର ମଙ୍ଗଳ ସହ ବ୍ୟବସାୟ ଅଭିବୃଦ୍ଧି କରିଥାଏ। ଏପରିକି ଆମ ବ୍ୟବସାୟରେ ଭିନ୍ନ କିଛି ଅଭ୍ୟାସ ଓ ନୀତି ନିୟମ ରହିଥାଏ। ନୀତି ନିୟମ ଓ ସମ୍ପର୍କ ସହିତ ବିଶ୍ୱାସଭାଜନ ଜରିଆରେ ବ୍ୟବସାୟ ଜାରି ରହିଛି।
ପ୍ର- ଗୋଟ୍‌ ବ୍ୟାଙ୍କର ଚିନ୍ତାଧାରା ଓ କାର୍ଯ୍ୟକାରିତାକୁ କିପରି ପରିଚାଳନା କରୁଛନ୍ତି?
ଉ- ଗୋଟ୍‌ ବ୍ୟାଙ୍କ ମୋର ବ୍ୟାଙ୍କିଙ୍ଗ୍‌ ଅଭିଜ୍ଞତାରୁ ଆସିଥିଲାବେଳେ ଏଭଳି ଏକ ଭିନ୍ନ ଚିନ୍ତାଧାରା ବର୍ତ୍ତମାନ ସମୟରେ ଏକ ବୈପ୍ଳବିକ ପରିବର୍ତ୍ତନ ଓ ମାନସିତାକୁ ବଦଳାଇ ଦେଇଛି। ଏହା ଜରିଆରେ ଉଭୟ ପକ୍ଷ ଲାଭ ପାଉଥିତ୍ବାବେଳେ ଗ୍ରାହକ ମଧ୍ୟ ଗୁଣାତ୍ମକ ମାନର ଖାଦ୍ୟ (ମଟନ) ଘରୋଇ ବଜାରରୁ ପାଇ ପାରୁଛନ୍ତି। ଏପରିକି ସ୍ଥାନୀୟ ବଜାରର ଆବଶ୍ୟକତା ଓ ଚାହିଦାକୁ ମଧ୍ୟ ଏହା ଜରିଆରେ ମେଣ୍ଟାଇ ପାରୁଛୁ। ପ୍ରାଥମିକ ପର୍ଯ୍ୟାୟରେ ଲୋକଙ୍କ ଚିନ୍ତାଧାରା ଭିନ୍ନ ଥିଲାବେଳେ ବର୍ତ୍ତମାନ ଲୋକଙ୍କର ନଜର ମଧ୍ୟ ବଦଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

ଫୁଟବଲ ମ୍ୟାଚ୍‌ ପରେ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ମାରପିଟ୍‌: ଭିଡିଓ ଭାଇରାଲ

କରାଚୀ,୧୧ା୧୨: ପାକିସ୍ତାନ ଆର୍ମି ଏବଂ ଓ୍ବାପଡା ଦଳ ମଧ୍ୟରେ ଖେଳାଯାଇଥିବା ନ୍ୟାଶନାଲ ଗେମ୍ସ ଫୁଟବଲ ସେମିଫାଇନାଲ ପରେ ଦୁଇ ଦଳର ଖେଳାଳି ଓ ଅଫିସିଆଲ୍ସ ପରସ୍ପରକୁ...

ପତ୍ନୀଙ୍କୁ ହତ୍ୟାକରି ମୃତ ଶରୀରକୁ ବ୍ଲେଣ୍ଡରରେ ପୁରାଇ ପ୍ୟୁରି ବନାଇଦେଲେ ସ୍ବାମୀ…, ପୂର୍ବତନ ମିସ୍‌ ସ୍ବିଜରଲ୍ୟାଣ୍ଡଙ୍କ ସ୍ବାମୀ ଅଭିଯୁକ୍ତ

ବେର୍ନ,୧୧।୧୨: ପୂର୍ବତନ ମିସ ସ୍ବିଜରଲ୍ୟାଣ୍ଡ ଫାଇନାଲିଷ୍ଟ କ୍ରିଷ୍ଟିନା ଜୋକ୍ସିମୋଭିକଙ୍କ ସ୍ବାମୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି। ସ୍ବିସ କର୍ତ୍ତୃପକ୍ଷ କହିଛନ୍ତି ଯେ ସନ୍ଦିଗ୍ଧ ବ୍ୟକ୍ତି କ୍ରୋଧରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri