ଚିନ୍ତାଧାରା ବଦଳାଇବାକୁ ପ୍ରୟାସ

ପ୍ର- ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରୁ ବ୍ୟବସାୟର ଯାତ୍ରା କିଭଳି ରହିଛି?
ଉ- ଦୀର୍ଘ ବର୍ଷର ବ୍ୟାଙ୍କିଙ୍ଗ୍‌ ସେବାର ଅଭିଜ୍ଞତା ଓ ନୂଆ କିଛି କରିବାର ଆଶା ସହ ବଜାର ଆବଶ୍ୟକତା ଓ ସ୍ଥାନୀୟ ଅଞ୍ଚଳର ଚାହିଦା ପୂରଣ କରିବା ଲକ୍ଷ୍ୟରେ ବ୍ୟବସାୟର ଯାତ୍ରା ଜାରି ରହିଛି। ବିଶେଷକରି ବ୍ୟାଙ୍କିଙ୍ଗ୍‌ ସେବାରେ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଏକ ପ୍ରମୁଖ ଅଂଶ ହୋଇଥିଲାବେଳେ ଉକ୍ତ ଅଂଶର ଭାଗୀଦାରି ସହ ସବୁ ବର୍ଗର ଲୋକଙ୍କ ସହିତ ସମୟ ଅତିବାହିତ କରିବାର ବ୍ୟାପକ ସୁଯୋଗ ମିଳିଥିଲା। ଉକ୍ତ ସମୟ ମଧ୍ୟରେ ଲୋକଙ୍କର ଆବଶ୍ୟକତା ଓ ବଜାର ଚାହିଦା ସମ୍ପର୍କରେ ଅବଗତ ହୋଇ କୃଷିଜାତ ବ୍ୟବସାୟରେ ପ୍ରବେଶ ଓ ବିନିଯୋଗ ପାଇଁ ଆଗ୍ରହ ପ୍ରକାଶ ସହ କିଛି ନୂଆ କରିବାର ଭାବନାରୁ ଛେଳି ଚାଷ ପ୍ରତି ମନ ବଳାଇଥିଲି।
ପ୍ର – କୃଷିଭିତ୍ତିକ ବ୍ୟବସାୟକୁ ଆପଣ
କିଭଳି ଦେଖୁଛନ୍ତି?
ଉ- ପୂର୍ବରୁ କୃଷି ଏକମାତ୍ର ମାଧ୍ୟମ ଥିଲାବେଳେ ବିଗତ କିଛି ବର୍ଷ ହେଲା ବିଭିନ୍ନ କାରଣରୁ କୃଷିକ୍ଷେତ୍ରରୁ ଦୂରେଇଯାଉଥିବା ଲୋକ ଓ ଯୁବବର୍ଗ ବର୍ତ୍ତମାନ କୃଷିକ୍ଷେତ୍ର ସହ ଜଡ଼ିତ ହେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଏପରିକି ଉପଯୁକ୍ତ କୃଷି ଓ କୃଷି ଉଦ୍ୟୋଗ ସହ କଠିନ ପରିଶ୍ରମ ଏବଂ ସଚ୍ଚୋଟତା ସହିତ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବାକୁ ହେବ। କୃଷି କ୍ଷେତ୍ର ଓ କୃଷି ଉଦ୍ୟୋଗ ଜରିଆରେ ଆମେ ଆମର ଆବଶ୍ୟକତା ପୂରଣ ସହ ଆର୍ଥିକ ସ୍ଥିତିକୁ ମଧ୍ୟ ବଦଳାଇପାରିବା। ସେଥିପାଇଁ କଠିନ ପରିଶ୍ରମ ଓ ମନୋବଳର ଆବଶ୍ୟକତା ରହିଛି।
ପ୍ର- ପ୍ରତିଦ୍ୱନ୍ଦ୍ୱିତାମୂଳକ ବଜାରରେ ବ୍ୟବସାୟର ଚାହିଦା କିଭଳି ରହିଛି?
ଉ- ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦ୍ୱିତା ସବୁ କ୍ଷେତ୍ରରେ ରହିଥାଏ। ହେଲେ ତା’ର ଆବଶ୍ୟକତା ଆମର ବ୍ୟବହାର ଓ ନିଷ୍ପତ୍ତି ଏବଂ ଚିନ୍ତାଧାରା ଉପରେ ନିର୍ଭର କରିଥାଏ। ଆମେ କାହାକୁ ଆମର ପ୍ରତିଦ୍ୱନ୍ଦ୍ୱୀ କିମ୍ବା କାହା ସହ ପ୍ରତିଯୋଗିତା ନ କରି ନିଜ ସହିତ କରିବାକୁ ପସନ୍ଦ କରିଥାଉ। କାରଣ ଆମେ ଯେତେ ପରିଶ୍ରମ କରିବା ବ୍ୟବସାୟ ତିଷ୍ଠିରହିବା ସହିତ ସଫଳତା ହାସଲ ଦିଗରେ ସେତେ ମାତ୍ରାରେ ଅଗ୍ରସର ହୋଇପାରିବା।
ପ୍ର-ସରକାରୀ ସହାୟତା କୃଷି ଉଦ୍ୟୋଗ ପାଇଁ କେତେଦୂର ସହାୟକ ହୋଇପାରିଛି?
ଉ- ବର୍ତ୍ତମାନ ସମୟରେ ସରକାର ସବୁ କ୍ଷେତ୍ରକୁ ସହାୟତା ଓ ସହଯୋଗ ପ୍ରଦାନ କରୁଛନ୍ତି। ଏପରିକି ନେଇ ଆଣି ଥୋଇ ପାରିଲେ, ସବୁ ସ୍ତରର ସହାୟତା ମୂଲ୍ୟ ରହିବ। ବିଶେଷକରି ସରକାର ଉଦ୍ୟୋଗ ପାଇଁ ସହଯୋଗ କରୁଥିବାବେଳେ ଉଦ୍ୟୋଗୀ ସମୟ, ପରିଶ୍ରମ, ଲୋକସମ୍ପର୍କ ଏବଂ ଉପଯୁକ୍ତ ଉତ୍ପାଦ ପ୍ରସ୍ତୁତ କରିବାକୁ ହେବ। ସରକାରୀ ସହାୟତାର ସଦୁପଯୋଗ କରି ବ୍ୟବସାୟ ବୃଦ୍ଧି ପାଇଁ ଉଭୟ ପକ୍ଷ ମଧ୍ୟରେ ସାଧୁତା ଓ ସହଭାଗିତାର ଆବଶ୍ୟକତା ରହିଛି।
ପ୍ର- ବ୍ୟବସାୟ ବୃଦ୍ଧିରେ ସହଯୋଗୀଙ୍କ ଭୂମିକା କିଭଳି ରହିଛି?
ଉ- ପ୍ରତି ବ୍ୟବସାୟରେ ମାଧ୍ୟମ ରହିଥିଲାବେଳେ ଆମ ବ୍ୟବସାୟରେ ସହଯୋଗୀଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ବିଶେଷକରି ବିଶ୍ୱାସ ଓ ଭରସାରେ ସବୁ କିଛି ଚାଲିଥିଲାବେଳେ ସାଧୁତା ଓ କଠିନ ପରିଶ୍ରମ ଉଭୟ ପକ୍ଷର ମଙ୍ଗଳ ସହ ବ୍ୟବସାୟ ଅଭିବୃଦ୍ଧି କରିଥାଏ। ଏପରିକି ଆମ ବ୍ୟବସାୟରେ ଭିନ୍ନ କିଛି ଅଭ୍ୟାସ ଓ ନୀତି ନିୟମ ରହିଥାଏ। ନୀତି ନିୟମ ଓ ସମ୍ପର୍କ ସହିତ ବିଶ୍ୱାସଭାଜନ ଜରିଆରେ ବ୍ୟବସାୟ ଜାରି ରହିଛି।
ପ୍ର- ଗୋଟ୍‌ ବ୍ୟାଙ୍କର ଚିନ୍ତାଧାରା ଓ କାର୍ଯ୍ୟକାରିତାକୁ କିପରି ପରିଚାଳନା କରୁଛନ୍ତି?
ଉ- ଗୋଟ୍‌ ବ୍ୟାଙ୍କ ମୋର ବ୍ୟାଙ୍କିଙ୍ଗ୍‌ ଅଭିଜ୍ଞତାରୁ ଆସିଥିଲାବେଳେ ଏଭଳି ଏକ ଭିନ୍ନ ଚିନ୍ତାଧାରା ବର୍ତ୍ତମାନ ସମୟରେ ଏକ ବୈପ୍ଳବିକ ପରିବର୍ତ୍ତନ ଓ ମାନସିତାକୁ ବଦଳାଇ ଦେଇଛି। ଏହା ଜରିଆରେ ଉଭୟ ପକ୍ଷ ଲାଭ ପାଉଥିତ୍ବାବେଳେ ଗ୍ରାହକ ମଧ୍ୟ ଗୁଣାତ୍ମକ ମାନର ଖାଦ୍ୟ (ମଟନ) ଘରୋଇ ବଜାରରୁ ପାଇ ପାରୁଛନ୍ତି। ଏପରିକି ସ୍ଥାନୀୟ ବଜାରର ଆବଶ୍ୟକତା ଓ ଚାହିଦାକୁ ମଧ୍ୟ ଏହା ଜରିଆରେ ମେଣ୍ଟାଇ ପାରୁଛୁ। ପ୍ରାଥମିକ ପର୍ଯ୍ୟାୟରେ ଲୋକଙ୍କ ଚିନ୍ତାଧାରା ଭିନ୍ନ ଥିଲାବେଳେ ବର୍ତ୍ତମାନ ଲୋକଙ୍କର ନଜର ମଧ୍ୟ ବଦଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri