ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ, ଜଣେ ଗୁରୁତର

ପାରଳାଖେମୁଣ୍ଡି,୨।୧୨(ଡି.ଏନ୍‌.ଏ.): ଗଜପତି ଜିଲା ରାୟଗଡ଼ା ବ୍ଲକରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୂର୍ବ ଶତ୍ରୁତାକୁ ନେଇ କାତିରେ ଆକ୍ରମଣ ଫଳରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣକହେଲେ ପୂର୍ଣ୍ଣଚନ୍ଦ୍ର ଦଳେଇ। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ମେଡକାଲରେ ଭର୍ତ୍ତି କରାଯାଇଛି ।ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି।