ବ୍ୟବସାୟୀଙ୍କୁ ଛୁରାମାଡ କରି ଲୁଟିନେଲେ ୬୦ହଜାର ଟଙ୍କା

ଦେବଗଡ, ୨୪।୧୦(ଶଶାଙ୍କ ଶେଖର ଝାଙ୍କର) ଦେବଗଡ ତିଳେଇବଣି ବ୍ଲକ ସଦର ମହକୁମାରେ ବ୍ୟବସାୟୀଙ୍କୁ ଛୁରାମାଡ। ଦେବଗଡ ଖପରସାହିର ବ୍ୟବସାୟୀ କୁନା ନାୟକଙ୍କୁ ଦୁର୍ବୃତ୍ତ ଛୁରାମାଡ କରିଥିବା ଜଣାପଡିଛି। ଛୁରାମାଡରେ କୁନା ଗୁରୁତର ହୋଇପଡିଛନ୍ତି। ଛୁରାମାଡ କରି ତାଙ୍କ ଠାରୁ ୬୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଦୁଇଟି ବାଇକରେ ୬ଜଣ ଦୁର୍ବୃତ୍ତ ଆସି ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି। କୁନାଙ୍କୁ ଗୁରୁତର ଅବସ୍ଥାରେ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।