ଗର୍ଭବତୀଙ୍କୁ ମରଣାନ୍ତକ ଆକ୍ରମଣ: ଭିଡିଓ ଭାଇରାଲ

ଭଦ୍ରକ ଅଫିସ, ୧୩।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବିରୋଳି ଶାସନ ଅଞ୍ଚଳରେ ଜଣେ ଗର୍ଭବତୀ ମହିଳାଙ୍କୁ ରବିବାର ମରଣାନ୍ତକ ଆକ୍ରମଣ ହୋଇଛି। ଗ୍ରାମର କିଛି ପଡୋଶୀ ଉକ୍ତ ଗର୍ଭବତୀଙ୍କ ବେକକୁ ବାଉଁଶରେ ଚାପିବା ସହ ତାଙ୍କ ମୁଣ୍ଡକୁ କାଠ ଫାଳିଆରେ ପିଟି ଫଟାଇ ଦେଇଛନ୍ତି। ତାଙ୍କ ପେଟକୁ ମାଡ଼ ହୋଇଥିବାରୁ ମହିଳାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି। ଚିକିତ୍ସା ପାଇଁ ପରିବାର ଲୋକେ ତାଙ୍କୁ ଯାଜପୁର ଜିଲା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଘଟଣା ସମ୍ପର୍କରେ ମହିଳା ଜଣଙ୍କ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିଛନ୍ତି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବା ଜଣାପଡ଼ିଛି।