ଗିରଫ ବେଳେ ଥାନା ଅଧିକାରୀଙ୍କୁ ଛୁରାମାଡ଼

ଭବାନୀପାଟଣା,୯।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୟପାଟଣା ଥାନା ମୁଖୀଗୁଡ଼ା ଓଏଚ୍‌ପିସି କର୍ମଚାରୀ କୁଳମଣି ରଥ ଶନିବାର ରାତିରେ କର୍ମଚାରୀ କାଳୁଚରଣ ଭୂୟାଁ ଓ ତାଙ୍କ ପୁଅ ଦୀପ୍ତିକୃଷ୍ଣଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୋଲିସ ଗିରଫ କରିବା ପାଇଁ ଯାଇଥିବା ବେଳେ କୁଳମଣିଙ୍କ ଛୁରିମାଡ଼ରେ ନୂତନ ଭାବେ ଯୋଗଦେଇଥିବା ଜୟପାଟଣା ଥାନାଧିକାରୀ ବାସୁଦେବ ଛତ୍ରିଆ ଆହତ ହୋଇଛନ୍ତି। ତାଙ୍କ ମୁହଁରେ ଗଭୀର ଆଘାତ ଲାଗିଥିବା ବେଳେ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି।