ଓଏସଏପି ତୃତୀୟ ବାଟାଲିୟନ ହାବିଲଦାରଙ୍କୁ ଆକ୍ରମଣ ଘଟଣା, ଏୟାରପୋର୍ଟ ଷ୍ଟେଶନ ମ୍ୟାନେଜର ଗିରଫ

ଜୟପୁର,୨୧।୫: କୋରାପୁଟ ଜିଲା ଜୟପୁରର ଓଏସଏପି ତୃତୀୟ ବାଟାଲିୟନର ହାବଲଦାରକୁ ମାରଣାସ୍ତ୍ରରେ ଆକ୍ରମଣ ଅଭିଯୋଗରେ ଜୟପୁର ଏୟାରପୋର୍ଟର ଇଣ୍ଡିଆ -୧ ଏୟାରଲାଇନ୍ସର ଷ୍ଟେଶନ ମ୍ୟାନେଜରଙ୍କୁ ଗିରଫ କରି ଅପରାହ୍ନ ୩ଟାରେ କୋର୍ଟ ଚାଲାଣ କରିଛି ଜୟପୁର ସଦର ପୋଲିସ । ଅଭିଯୁକ୍ତ ଜଣକ ହେଲେ ଚନ୍ଦୁ ବେହେରା। ସୂଚନା ଅନୁଯାଇ ଓଏସଏପି ତୃତୀୟ ବାଟାଲିୟନ କୋରାପୁଟର ହାବଲଦାର ରାଜେଶ କୁମାର ସାହୁ ବର୍ତ୍ତମାନ ଜୟପୁର ଏୟାର ପୋର୍ଟରେ ସୁରକ୍ଷା ଡ୍ୟୁଟିରେ ନିୟୋଜିତ ଅଛନ୍ତି । ଏନେଇ ସେ ବୁଧବାର ଜୟପୁର ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ବୁଧବାର ସକାଳ ୬ଟାରୁ ଅପରାହ୍ନ ୧ ଘଣ୍ଟା ଯାଏ ତାଙ୍କର ଡ୍ୟୁଟି ଥିଲା । ସକାଳ ୮ ଟା ୩୦ ମନିଟ ସମୟରେ ଜୟପୁର ଏୟାରପୋର୍ଟର ଇଣ୍ଡିଆ -୧ ଏୟାରଲାଇନ୍ସର ଷ୍ଟେଶନ ମ୍ୟାନେଜର ଚନ୍ଦୁ ବେହେରା ଆସି କାରରୁ ଓହ୍ଲାଇ ତାଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଥିଲେ । ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ। ବିମାନ ସେବା ବୁଧବାର ବନ୍ଦ ଥିବା ବେଳେ ଗେଟ ବନ୍ଦ ରହିଥିଲା। ଅଭିଯୁକ୍ତ ଜଣକ କାରକୁ ଭିତରକୁ ପୁରାଇବାକୁ ଚେଷ୍ଟା କରିଥିବା ବେଳେ ହାବିଲଦାର ଏହାକୁ ବିରୋଧ କରିଥିଲେ। ପରେ ଷ୍ଟେଶନ ମ୍ୟାନେଜର ଚନ୍ଦୁ ବେହେରା ଏକ ଧାରୁଆ ଅସ୍ତ୍ର ଧରି ହାବିଲଦାର ରାଜେଶଙ୍କର ବେକରେ ଆକ୍ରମଣ କରି ତାଙ୍କୁ ରକ୍ତାକ୍ତ କରିଥିଲେ । ଏହା ସହ ତାଙ୍କୁ ଓ ତାଙ୍କ ପରିବାରର ସଦସ୍ୟଙ୍କୁ ମଧ୍ୟ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ପୁଣି ଅଭିଯୁକ୍ତ ଚନ୍ଦୁ ହାବିଲଦାର ତଳେ ପଡିଯିବାରୁ ଲାତ ଗୋଇଠା ମଧ୍ୟ ମାରିଥିଲେ। ଏହା ଦେଖି ଅନ୍ୟ କର୍ମଚାରି ମାନେ ହାବିଲଦାରଙ୍କୁ ରକ୍ଷା କରିବାକୁ ଚେଷ୍ଟା କରି ମଧ୍ୟ ସଫଳ ହୋଇ ପାରି ନଥିଲେ। ଅଭିଯୁକ୍ତ ଜଣକ ଆଗରୁ ମଧ୍ୟ ବହୁ କର୍ମଚାରିଙ୍କ ସହ ଏପରି ବ୍ୟବହାର କରୁଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି । ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଏହାସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲାର ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇ ଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...

ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ… 

ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...

ଦିଗପହଣ୍ଡିରେ ଖୋଲିଲା ଧାନମଣ୍ଡି: ଜିଲାପାଳ କଲେ ଶୁଭାରମ୍ଭ, ବିଧାୟକ ଯୋଗଦେଇ…

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ ମଙ୍ଗଳବାର ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ପହଞ୍ଚି...

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ

ଯାଜପୁର,୨୩।୧୨: ଓଡିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଜୟ ମହାକାଳ ଫାଉଣ୍ଡେସନ” ପକ୍ଷରୁ “ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲା ଯାଜପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri