ଡାକ୍ତରୀ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ

ବଲାଙ୍ଗୀର, ୨୮ା୧୨ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜର ଶେଷବର୍ଷ ଛାତ୍ର ତଥା ହାଉସ ସର୍ଜନ ବିଶ୍ୱରଞ୍ଜନ ସାହୁଙ୍କୁ ଗୁରୁବାର ମରଣାନ୍ତକ ଆକ୍ରମଣ କରାଯାଇଛି। ହସ୍ପିଟାଲରୁ କଲେଜ ହଷ୍ଟେଲକୁ ଫେରୁଥିବା ବେଳେ ବାଟରେ ଛପି ରହିଥିବା ୨ଜଣ ଯୁବକ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଡାକ୍ତରୀ ଛାତ୍ର ସାହୁଙ୍କୁ ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି।

ଡାକ୍ତରୀ ଛାତ୍ରଙ୍କୁ ଆକ୍ରମଣ କରାଯାଇଥିବା ଖବର ପ୍ରଚାରିତ ହେବା ପରେ ବହୁ ଡାକ୍ତରୀ ଛାତ୍ରୀଛାତ୍ର ହସ୍ପିଟାଲ ପରିସରକୁ ଆସି ପ୍ରତିବାଦ ଜଣାଇଥିଲେ। କେତେକ ଛାତ୍ରୀଛାତ୍ର ଉତ୍ତ୍ୟକ୍ତ ହୋଇ ହସ୍ପିଟାଲ ମୁଖ୍ୟଗେଟ୍‌ ବନ୍ଦ କରିଦେଇଥିଲେ। ଏହି ସମୟରେ ଜଣେ ଗୁରୁତର ରୋଗୀ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ଭିତରକୁ ଆସିଥିଲେ। ଆନ୍ଦୋଳନରତ ଛାତ୍ରୀଛାତ୍ର ସେଇ ଆମ୍ବୁଲାନ୍ସକୁ ହସ୍ପିଟାଲ ଭିତରକୁ ପଶିବାକୁ ନ ଦେବାରୁ ରୋଗୀ ପରିଜନ ଓ ସେଠାରେ ଥିବା ଅନ୍ୟମାନେ ଉତ୍ତ୍ୟକ୍ତ ହୋଇ ପଡିଥିଲେ। ଏହାପରେ ଡାକ୍ତରୀ ଛାତ୍ର ଓ ଜନସାଧାରଣଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା।

ଘଟଣାସ୍ଥଳରେ ଉପସ୍ଥିତ ପୋଲିସ ଅଧିକାରୀମାନେ ହସ୍ତକ୍ଷେପ କରିବାରୁ କିଛି ସମୟ ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଏହାପରେ ଡାକ୍ତରଖାନା ଭିତରକୁ ଆମ୍ବୁଲାନ୍ସ ପଶିଥିଲା। ଡାକ୍ତରୀ ଛାତ୍ରଙ୍କୁ ଆକ୍ରମଣ ଓ ହସ୍ପିଟାଲରେ ଉତ୍ତେଜନା ଖବର ପାଇ ଜିଲାପାଳ ଚଞ୍ଚଳ ରାଣା ଓ ଏସ୍‌ପି ଋଷିକେଶ ଖିଲାରୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ପହଞ୍ଚି ଥିଲେ। ଆଇସିୟୁକୁ ଯାଇ ପ୍ରଥମେ ଆହତ ଡାକ୍ତରୀ ଛାତ୍ର ବିଶ୍ୱରଞ୍ଜନ ସାହୁଙ୍କୁ ଭେଟିଥିଲେ। ସେଠାରୁ ଫେରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ଦେଇଥିଲେ। କୌଣସି ପରିସ୍ଥିତିରେ ଡାକ୍ତରୀ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ ବୋଲି ଜିଲାପାଳ ରାଣା କହିଥିଲେ। ଏହା ସହିତ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି କହିଥିଲେ। ହସ୍ପିଟାଲରୁ ଜିଲାପାଳ ଓ ଏସ୍‌ପି ଫେରିବା ପରେ ମଧ୍ୟ ଡାକ୍ତର ଛାତୀଛାତ୍ରଙ୍କ ଅସନ୍ତୋଷ ଜାରି ରହିଥିଲା। କଲେଜ ଡିନ୍‌ ସ୍ବୟଂପ୍ରଭା ଏବଂ ଅଧୀକ୍ଷକ ଡା ମାନସୀ ପଣ୍ଡା ଡାକ୍ତରୀ ଛାତ୍ରୀଛାତ୍ରଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ।

ଗୁରୁବାର ପୂର୍ବାହ୍ନରେ ଜଣେ ଯୁବକ ତାଙ୍କ ସ୍ତ୍ରୀଙ୍କୁ ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ଓପିଡିକୁ ଆଣିଥିଲେ। ସେଠାରେ ଦୁଇଜଣ ମହିଳା ଡାକ୍ତର ଓ ଜଣେ ଆଟେଣ୍ଡାଣ୍ଟଙ୍କ ଉପସ୍ଥିତିରେ ସମ୍ପୃକ୍ତା ମହିଳାଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଥିଲା। ମହିଳାଙ୍କ ଗର୍ଭପାତ ହୋଇଯାଇଥିବା ଜଣାପଡିଥିଲା। ସେତେବେଳେ କର୍ତ୍ତବ୍ୟରତ ହାଉସ ସର୍ଜନ ସାହୁ ମଧ୍ୟ ସମ୍ପୃକ୍ତା ମହିଳାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି କଥାକୁ ନେଇ ସମ୍ପୃକ୍ତ ମହିଳାଙ୍କ ସ୍ବାମୀ କୁଆଡେ ଆପତ୍ତି ଉଠାଇଥିଲେ। ମହିଳାଙ୍କ ଗୋପନୀୟତା ଭଙ୍ଗ କରାଯାଇଥିବା ଅଭିଯୋଗ କରିଥିଲେ।ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଯୁବକ ଓ ଅନ୍ୟ ଜଣେ ଏକ ବାଇକରେ ହସ୍ପିଟାଲଠାରୁ ପ୍ରାୟ ୫କିଲୋମିଟର ଦୂର ଲାଲଟିକ୍ରା ଗ୍ରୀଡ ପାଖରେ ଜଗି ରହିଥିଲେ। ସମ୍ପୃକ୍ତ ହାଉସ ସର୍ଜନ ସନ୍ଧ୍ୟା ପ୍ରାୟ ୬ଟାରେ କଲେଜ ହଷ୍ଟେଲକୁ ତାଙ୍କର ଜଣେ ସାଙ୍ଗଙ୍କ ସହ ଏକ ବାଇକରେ ଫେରୁଥିବାବେଳେ ତାଙ୍କୁ ସେମାନେ ଅଟକାଇଥିଲେ।

ରାସ୍ତା ଉପରେ ସମ୍ପୃକ୍ତ ଯୁବକ ଜଣକ ହାଉସ ସର୍ଜନ ସାହୁଙ୍କୁୁ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ମୁଣ୍ଡ ଫାଟି ରକ୍ତ ବାହାରିଥିଲା। ଏହି ଘଟଣାକୁ ନେଇ ଡାକ୍ତରୀ ଛାତ୍ରୀଛାତ୍ରଙ୍କ ମହଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। କୌଣସି ପରିସ୍ଥିତିରେ ସେମାନେ ଆଉ ଡ୍ୟୁଟି କରିବେ ନାହିଁ ବୋଲି ଅଡି ବସିଛନ୍ତି। ଅନ୍ୟପକ୍ଷେ ଟାଉନ୍‌ ଥାନାରେ ଅଭିଯୋଗ ପରେ ଏକ ମାମଲା ରୁଜୁ କରି ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଖୋଜିବା ଅଭିଯାନ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଭାଜପା ଛାଡିବା ଖବରକୁ ଖଣ୍ଡନ କଲେ ନୀତେଶ, କହିଲେ ମୋ ଆକାଉଣ୍ଟ…

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ତେବେ ଏଭଳି ଏକ ଖବରକୁ ଖଣ୍ଡନ କରିଛନ୍ତି ନୀତେଶ। ସେ କହିଛନ୍ତି, ତାଙ୍କ ଫେସବୁକ୍‌ ଆକାଉଣ୍ଟ...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଆସନ୍ତା ୨ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର,୨୯।୪: ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏଥିସହ...

ଭାଜପାରୁ ଇସ୍ତଫା ଦେଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ସୋମବାର ନୀତେଶ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଏମ୍‌ପି...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri