ଡାକ୍ତରୀ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ

ବଲାଙ୍ଗୀର, ୨୮ା୧୨ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜର ଶେଷବର୍ଷ ଛାତ୍ର ତଥା ହାଉସ ସର୍ଜନ ବିଶ୍ୱରଞ୍ଜନ ସାହୁଙ୍କୁ ଗୁରୁବାର ମରଣାନ୍ତକ ଆକ୍ରମଣ କରାଯାଇଛି। ହସ୍ପିଟାଲରୁ କଲେଜ ହଷ୍ଟେଲକୁ ଫେରୁଥିବା ବେଳେ ବାଟରେ ଛପି ରହିଥିବା ୨ଜଣ ଯୁବକ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଡାକ୍ତରୀ ଛାତ୍ର ସାହୁଙ୍କୁ ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି।

ଡାକ୍ତରୀ ଛାତ୍ରଙ୍କୁ ଆକ୍ରମଣ କରାଯାଇଥିବା ଖବର ପ୍ରଚାରିତ ହେବା ପରେ ବହୁ ଡାକ୍ତରୀ ଛାତ୍ରୀଛାତ୍ର ହସ୍ପିଟାଲ ପରିସରକୁ ଆସି ପ୍ରତିବାଦ ଜଣାଇଥିଲେ। କେତେକ ଛାତ୍ରୀଛାତ୍ର ଉତ୍ତ୍ୟକ୍ତ ହୋଇ ହସ୍ପିଟାଲ ମୁଖ୍ୟଗେଟ୍‌ ବନ୍ଦ କରିଦେଇଥିଲେ। ଏହି ସମୟରେ ଜଣେ ଗୁରୁତର ରୋଗୀ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ଭିତରକୁ ଆସିଥିଲେ। ଆନ୍ଦୋଳନରତ ଛାତ୍ରୀଛାତ୍ର ସେଇ ଆମ୍ବୁଲାନ୍ସକୁ ହସ୍ପିଟାଲ ଭିତରକୁ ପଶିବାକୁ ନ ଦେବାରୁ ରୋଗୀ ପରିଜନ ଓ ସେଠାରେ ଥିବା ଅନ୍ୟମାନେ ଉତ୍ତ୍ୟକ୍ତ ହୋଇ ପଡିଥିଲେ। ଏହାପରେ ଡାକ୍ତରୀ ଛାତ୍ର ଓ ଜନସାଧାରଣଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା।

ଘଟଣାସ୍ଥଳରେ ଉପସ୍ଥିତ ପୋଲିସ ଅଧିକାରୀମାନେ ହସ୍ତକ୍ଷେପ କରିବାରୁ କିଛି ସମୟ ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଏହାପରେ ଡାକ୍ତରଖାନା ଭିତରକୁ ଆମ୍ବୁଲାନ୍ସ ପଶିଥିଲା। ଡାକ୍ତରୀ ଛାତ୍ରଙ୍କୁ ଆକ୍ରମଣ ଓ ହସ୍ପିଟାଲରେ ଉତ୍ତେଜନା ଖବର ପାଇ ଜିଲାପାଳ ଚଞ୍ଚଳ ରାଣା ଓ ଏସ୍‌ପି ଋଷିକେଶ ଖିଲାରୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ପହଞ୍ଚି ଥିଲେ। ଆଇସିୟୁକୁ ଯାଇ ପ୍ରଥମେ ଆହତ ଡାକ୍ତରୀ ଛାତ୍ର ବିଶ୍ୱରଞ୍ଜନ ସାହୁଙ୍କୁ ଭେଟିଥିଲେ। ସେଠାରୁ ଫେରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ଦେଇଥିଲେ। କୌଣସି ପରିସ୍ଥିତିରେ ଡାକ୍ତରୀ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ ବୋଲି ଜିଲାପାଳ ରାଣା କହିଥିଲେ। ଏହା ସହିତ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି କହିଥିଲେ। ହସ୍ପିଟାଲରୁ ଜିଲାପାଳ ଓ ଏସ୍‌ପି ଫେରିବା ପରେ ମଧ୍ୟ ଡାକ୍ତର ଛାତୀଛାତ୍ରଙ୍କ ଅସନ୍ତୋଷ ଜାରି ରହିଥିଲା। କଲେଜ ଡିନ୍‌ ସ୍ବୟଂପ୍ରଭା ଏବଂ ଅଧୀକ୍ଷକ ଡା ମାନସୀ ପଣ୍ଡା ଡାକ୍ତରୀ ଛାତ୍ରୀଛାତ୍ରଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ।

ଗୁରୁବାର ପୂର୍ବାହ୍ନରେ ଜଣେ ଯୁବକ ତାଙ୍କ ସ୍ତ୍ରୀଙ୍କୁ ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ଓପିଡିକୁ ଆଣିଥିଲେ। ସେଠାରେ ଦୁଇଜଣ ମହିଳା ଡାକ୍ତର ଓ ଜଣେ ଆଟେଣ୍ଡାଣ୍ଟଙ୍କ ଉପସ୍ଥିତିରେ ସମ୍ପୃକ୍ତା ମହିଳାଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଥିଲା। ମହିଳାଙ୍କ ଗର୍ଭପାତ ହୋଇଯାଇଥିବା ଜଣାପଡିଥିଲା। ସେତେବେଳେ କର୍ତ୍ତବ୍ୟରତ ହାଉସ ସର୍ଜନ ସାହୁ ମଧ୍ୟ ସମ୍ପୃକ୍ତା ମହିଳାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି କଥାକୁ ନେଇ ସମ୍ପୃକ୍ତ ମହିଳାଙ୍କ ସ୍ବାମୀ କୁଆଡେ ଆପତ୍ତି ଉଠାଇଥିଲେ। ମହିଳାଙ୍କ ଗୋପନୀୟତା ଭଙ୍ଗ କରାଯାଇଥିବା ଅଭିଯୋଗ କରିଥିଲେ।ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଯୁବକ ଓ ଅନ୍ୟ ଜଣେ ଏକ ବାଇକରେ ହସ୍ପିଟାଲଠାରୁ ପ୍ରାୟ ୫କିଲୋମିଟର ଦୂର ଲାଲଟିକ୍ରା ଗ୍ରୀଡ ପାଖରେ ଜଗି ରହିଥିଲେ। ସମ୍ପୃକ୍ତ ହାଉସ ସର୍ଜନ ସନ୍ଧ୍ୟା ପ୍ରାୟ ୬ଟାରେ କଲେଜ ହଷ୍ଟେଲକୁ ତାଙ୍କର ଜଣେ ସାଙ୍ଗଙ୍କ ସହ ଏକ ବାଇକରେ ଫେରୁଥିବାବେଳେ ତାଙ୍କୁ ସେମାନେ ଅଟକାଇଥିଲେ।

ରାସ୍ତା ଉପରେ ସମ୍ପୃକ୍ତ ଯୁବକ ଜଣକ ହାଉସ ସର୍ଜନ ସାହୁଙ୍କୁୁ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ମୁଣ୍ଡ ଫାଟି ରକ୍ତ ବାହାରିଥିଲା। ଏହି ଘଟଣାକୁ ନେଇ ଡାକ୍ତରୀ ଛାତ୍ରୀଛାତ୍ରଙ୍କ ମହଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। କୌଣସି ପରିସ୍ଥିତିରେ ସେମାନେ ଆଉ ଡ୍ୟୁଟି କରିବେ ନାହିଁ ବୋଲି ଅଡି ବସିଛନ୍ତି। ଅନ୍ୟପକ୍ଷେ ଟାଉନ୍‌ ଥାନାରେ ଅଭିଯୋଗ ପରେ ଏକ ମାମଲା ରୁଜୁ କରି ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଖୋଜିବା ଅଭିଯାନ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri