ନକଲି ଗୁଟ୍‌ଖା କାରଖାନାରେ ଚଢ଼ାଉ

ଭୁବନେଶ୍ୱର(ବ୍ୟୁରୋ)/ କଟକ (ଟାଙ୍ଗୀ) ୨୩ା୧୧ (ଡି.ଏନ.ଏ.):ଖଣ୍ଡଗିରି ଥାନା ଅଞ୍ଚଳରେ ଏକ ବ୍ୟାଗ୍‌ରୁ ୩୦ଲକ୍ଷ ଟଙ୍କା ମିଳିବା ଘଟଣା ନୂଆ ମୋଡ଼ ନେଇଛି। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଜବତ ହୋଇଥିବା ଟଙ୍କାର ଗୁମର ଫିଟାଇଛି ପୋଲିସ। ନକଲି ଗୁଟ୍‌ଖା ବ୍ୟବସାୟରୁ ଉକ୍ତ ଟଙ୍କା ଆସିଥିବା ଓ ଜିଏସ୍‌ଟି ଫାଙ୍କିବାକୁ ଏପରି କାରବାର ହୋଇଥିବା ଜଣାପଡିଛି। ତେବେ ବିନା କାଗଜପତ୍ରରେ ଜାଲ୍‌ କମ୍ପାନୀ କରାଯାଇ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଗୁଟ୍‌ଖା ପଠାଯାଉଥିବା ସୂଚନା ମିଳିଛି। ଖଣ୍ଡଗିରି ପୋଲିସର ସୂଚନା ଆଧାରରେ କଟକ ଟାଙ୍ଗୀ ଥାନା ପୋଲିସ ନିର୍ଗୁଣ୍ଡି ଷ୍ଟେଶନ ନିକଟରେ ଥିବା ଏକ ନକଲି ଗୁଟ୍‌ଖା ଓ ପାନମସଲା କାରଖାନା ଉପରେ ରବିବାର ଚଢାଉ କରିଛି। ୨ଜଣ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଥିବାବେଳେ ମାଲିକ କ୍ଷୀରୋଦ ନାଥ ଫେରାର ହୋଇଯାଇଛନ୍ତି। ତେବେ ପୋଲିସ ଉକ୍ତ କାରଖାନାରୁ ବିପୁଳ ପରିମାଣର ନକଲି ଗୁଟ୍‌ଖା, ପାନମସଲା ଓ ମେଶିନ ଜବତ କରିଛି। ଏକ ଭଡ଼ାଘରେ ଦୀର୍ଘଦିନ ହେଲା ଉକ୍ତ ନକଲି କମ୍ପାନୀ ଚାଲୁଥିଲା ବୋଲି ଟାଙ୍ଗୀ ପୋଲିସ କହିଛି।
ଅନ୍ୟପକ୍ଷରେ ତଦନ୍ତବେଳେ ଛତିଆ, କଟକ, ଭୁବନେଶ୍ୱରରେ ନକଲି ଗୁଟ୍‌ଖା କାରଖାନା ଚାଲିଥିବା ପୋଲିସକୁ ସୂଚନା ମିଳିଛି। ଏଥିସହ ଜଟଣୀରେ ନକଲି ଗୁଟ୍‌ଖା ଓ ପାନ ମସଲାର ଗୋଦାମ ରହିଥିବାରୁ ଟ୍ରେନ୍‌ ଯୋଗେ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ମଧ୍ୟ ଅନୁମାନ କରାଯାଉଛି। ଏନେଇ ପୋଲିସ ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ଶୁକ୍ରବାର ଖଣ୍ଡଗିରି ତପୋବନ ଅଞ୍ଚଳରେ ଏକ ବ୍ୟାଗ୍‌ରେ ୩୦ଲକ୍ଷ ଟଙ୍କା ନେଇ ଯାଉଥିବା ମହାବୀର ପ୍ରସାଦ ଦାସ ନାମକ ଜଣେ ଯୁବକଙ୍କୁ ପୋଲିସ ଥାନାକୁ ନେଇ ଖୋଳତାଡ଼ ଆରମ୍ଭ କରିଥିଲା। ଛତିଆ ଅଞ୍ଚଳର ପ୍ରଳୟ ପାଢୀ ଥାନାରେ ପହଞ୍ଚତ୍ ନିଜକୁ ଜଣେ ପାନମସଲା ବ୍ୟବସାୟୀ ବୋଲି ପରିଚୟ ଦେବା ସହ ଉକ୍ତ ଟଙ୍କା ପାରଳାଖେମୁଣ୍ଡିରୁ ବ୍ୟବସାୟୀଙ୍କଠାରୁ କଲେକ୍ସନ କରାଯାଇଥିବା କହିଥିଲେ। ତେବେ ୨ଦିନ ବିତି ଯାଇଥିଲେ ମଧ୍ୟ ପ୍ରଳୟ ବ୍ୟବସାୟ ସଂକ୍ରାନ୍ତ କୌଣସି କାଗଜପତ୍ର ଦେଖାଇ ନ ପାରିବାରୁ ପୋଲିସର ସନ୍ଦେହ ହୋଇଥିଲା। ଅଟକ ଥିବା ମହାବୀରଙ୍କୁ ମାରାଥନ ଜେରା ପରେ ସେ ନକଲି ଗୁଟ୍‌ଖା ଓ ପାନ ମସଲା କାରଖାନା ସମ୍ପର୍କରେ ସୂଚନା ଦେଇଥିଲେ। ଏହା ସହ ଟଙ୍କା ଦାବି କରୁଥିବା ପ୍ରଳୟ ମିଛ କହୁଥିବା ଓ କ୍ଷୀରୋଦ ହିଁ ଏହି କାରବାର ଚଳାଇଥିବା ମହାବୀର ପୋଲିସକୁ କହିବା ପରେ ଉକ୍ତ ନକଲି କାରଖାନା ଉପରେ ଚଢ଼ାଉ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri