ଖବର ପ୍ରକାଶନ ସାଜିଲା କାଳ: ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ତଣ୍ଟିଚିପି ହତ୍ୟା ଉଦ୍ୟମ

ଖୋର୍ଦ୍ଧା,୨ା୮(ପ୍ରଭାତ ପାଣିଗ୍ରାହୀ):ଧରିତ୍ରୀରେ ଏକ ଖବର ପ୍ରକାଶନକୁ ନେଇ ଶୁକ୍ରବାର ରାତିରେ ବାଣପୁର ଖବରଦାତା ଦିଲ୍ଲୀପ ସ୍ବାଇଁଙ୍କୁ ଗମ୍ଭାରୀମୁଣ୍ଡା ଛକରେ କେତେଜଣ ବ୍ୟକ୍ତି ଗାଳିଗୁଲଜ ଏବଂ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିବା ସହ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଛନ୍ତି। ଫଳରେ ଦିଲ୍ଲୀପ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ପରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ଜଣେ ୪ ବର୍ଷୀୟା ଶିଶୁକନ୍ୟାଙ୍କୁ ପ୍ରଲୋଭିତକରି ଅଶ୍ଳୀଳ ଫଟୋକୁ ପର୍ନ ସାଇଟ୍‌ରେ ଭାଇରାଲ ଘଟଣା ନେଇ ଗତ ମେ ୯ ତାରିଖରେ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ଏହି ଘଟଣାରେ ଦିଲ୍ଲୀରୁ ଆସିଥିବା ସିବିଆଇର ଏକ ଟିମ୍‌ ଖୋର୍ଦ୍ଧା ଜିଲା ନାଚୁଣୀ ଥାନା ଅଧୀନ ହରିଚନ୍ଦନପୁର ଗ୍ରାମର ଅଭିଯୁକ୍ତ ଦୋଳଗୋବିନ୍ଦ ଜେନା (୪୫)ଙ୍କୁ ଗିରଫ କରିଥିଲା। ତେବେ ଏହି ଖବର ପରିବେଷଣକୁ ନେଇ ଅଭିଯୁକ୍ତ ଓ ତାଙ୍କ ପରିବାର ଲୋକେ କ୍ଷୁବ୍ଧ ହୋଇପଡ଼ିଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ଧରିତ୍ରୀ ପ୍ରତିନିଧି ଦିଲ୍ଲୀପ ଗମ୍ଭାରୀମୁଣ୍ଡା ଛକରେ ଠିଆହୋଇଥିବାବେଳେ ଅଭିଯୁକ୍ତ ଦୋଳଗୋବିନ୍ଦଙ୍କର କେତେଜଣ ସମ୍ପର୍କୀୟ ଓ ସହଯୋଗୀ କୁହାଯାଉଥିବା ୩୦ରୁ ୪୦ଜଣ ବ୍ୟକ୍ତି ହଠାତ ଆସି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଦିଲ୍ଲୀପ ଏହାର ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ତଣ୍ଟିଚିପି ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲେ। ଆକ୍ରମଣରେ ଦିଲ୍ଲୀପଙ୍କ ଛାତିରେ ଗଭୀର ଆଘାତ ଲାଗିଛି। ତାଙ୍କୁ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ ହେଉଥିବା ବେଳେ ସେ କଥା କହିପାରୁନାହାନ୍ତି। ଖବର ପାଇ ନାଚୁଣୀ ଓ ବାଣପୁର ଥାନା ପୋଲିସ ବାଣପୁର ମେଡିକାଲରେ ପହଞ୍ଚତ୍ ଦିଲ୍ଲୀପଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନେ ପହଞ୍ଚତ୍ ଦିଲ୍ଲୀପଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବାକୁ ଦାବି କରିଛନ୍ତି। ଆକ୍ରମଣ ଘଟଣାକୁ ବିଭିନ୍ନ ସାମ୍ବାଦିକ ସଂଘ ଦୃଢ ନିନ୍ଦା କରିଛନ୍ତି। ଚିଲିକା ପ୍ରେସ୍‌ କ୍ଲବ, ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ ଜିଲା ସଭାପତି ପ୍ରକାଶ ହାତୀ, ସମ୍ପାଦକ ଦିଲ୍ଲୀପ ପଟ୍ଟନାୟକ, ସାମ୍ବାଦିକ ପ୍ରବୀଣ ଭଞ୍ଜ, ଶୁଭନାରାୟଣ ମହାପାତ୍ର ଏବଂ ରଞ୍ଜିତ ସାମନ୍ତରାୟ ପ୍ରମୁଖ ଏହି ଘଟଣାର ଦୃଢ ନିନ୍ଦା କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରିଛନ୍ତି। ଉଲ୍ଲେଖ ଥାଉ କି, ଗତ ଡିସେମ୍ବରରେ ଗମ୍ଭାରୀମୁଣ୍ଡା ଖଜୁରିଆ ଗ୍ରାମରେ କେତେଜଣ ଯୁବକଙ୍କ ମଧ୍ୟରେ ପୂର୍ବଶତ୍ରୁତାକୁ ନେଇ ଦୁଇ ଯୁବଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ଏହି ଘଟଣାରେ ସେତେବେଳେ ଗୋଟିଏ ଗୋଷ୍ଠୀର ଗଣ୍ଡଗୋଳକାରୀ ଖବର ପରିବେଷଣକୁ କେନ୍ଦ୍ରକରି ଦିଲ୍ଲୀପଙ୍କୁ ଧମକ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri