ଚିଲିକା ବିଧାୟକଙ୍କୁ ଆକ୍ରମଣ

ଚିଲିକା ବିଧାୟକଙ୍କୁ ଆକ୍ରମଣ
ଖୋର୍ଦ୍ଧା ଅଫିସ,୧୨ା୩: ଖୋର୍ଦ୍ଧା ଜିଲା ଅନ୍ତର୍ଗତ ବାଣପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଭାଜପା କର୍ମୀଙ୍କ ଆକ୍ରମଣରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗୁରୁତର ହୋଇଛନ୍ତି। ବର୍ତ୍ତମାନ ବିଧାୟକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଆଜି ବାଣପୁରରେ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଥିବାରୁ ଭାଜପା କର୍ମୀମାନେ ଏକ ଶୋଭାଯାତ୍ରା କରୁଥିଲେ। ଭାଜପାର ହଜାର ହଜାର କର୍ମୀ ବ୍ଲକ ସମ୍ମୁଖରେ ପହଞ୍ଚତ୍ଥିବା ବେଳେ ଚିଲିକା ବିଧାୟକ ସେହି ଶୋଭାଯାତ୍ରା ଭିତରେ ପ୍ରବେଶ କରିବାକୁ ପ୍ରୟାସ କରୁଥିଲେ। ଏପରିକି କର୍ମୀ ରାସ୍ତା ନ ଛାଡ଼ିବାରୁ ବିଧାୟକ ଗାଡ଼ିକୁ ଜୋରରେ ଚଲାଇଥିଲେ। ଫଳରେ ବାଣପୁର ଆଇଆଇସିଙ୍କ ସମେତ ବହୁ ଭାଜପା ମହିଳା କର୍ମୀଙ୍କ ଗୋଡ଼ ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି। ଏଥିରେ ୪ରୁ ୫ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ଏଥିରେ କିଛି ପୋଲିସ କର୍ମୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି।
ପରେ ଶୋଭାଯାତ୍ରାରେ ସାମିଲ ଭାଜପା କର୍ମୀମାନେ ଉତ୍ତ୍ୟକ୍ତ ହୋଇ ବିଧାୟକଙ୍କୁ ଆକ୍ରମଣ କରିଥିଲେ। ବିଧାୟକଙ୍କ ଗାଡିକୁ ଭଙ୍ଗାରୁଜା କରିଥିଲେ। ଆକ୍ରମଣରେ ବିଧାୟକ ଗୁରୁତର ହୋଇଥିବା ଜଣାପଡିଛି।
ବର୍ତ୍ତମାନ ସେଠାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବା ବେଳେ ଏଭଳି ଘଟଣା କାହିଁକି ଘଟିଲା, ତଦନ୍ତ ପରେ ଜଣାପଡିବ। ଏପର୍ଯ୍ୟନ୍ତ ଥାନାରେ କୌଣସି ଏତଲା ହୋଇ ନ ଥିବା ବେଳେ ଏହାର କାରଣ ଅସ୍ପଷ୍ଟ ରହିଛି।