ଫଳ କିଣାକୁ ନେଇ ୨ ଗ୍ରାହକଙ୍କୁ ହାଣିଲେ ଦୋକାନୀ

ଯାଜପୁର ଟାଉନ,୭ା୫(ଡି.ଏନ.ଏ.): ଯାଜପୁର ଥାନା ଅନ୍ତର୍ଗତ ଖଣ୍ଡରା ଛକରେ ଶନିବାର ଜଣେ ଫଳ ଦୋକାନୀଙ୍କ ଆକ୍ରମଣରେ ପୌରାଞ୍ଚଳ ଅନ୍ତର୍ଗତ ବୈଦ୍ୟରାଜପୁରର କେବୁଲ ବ୍ୟବସାୟୀ ସଞ୍ଜିତ୍‌ କୁମାର ସାହୁ ଓ ତାଙ୍କର ଜଣେ ସହଯୋଗୀ ପ୍ରମୋଦ ପରିଡ଼ା ଗୁରୁତର ହୋଇଛନ୍ତି। ସଞ୍ଜିତ୍‌ଙ୍କ ବେକକୁ ଫଳ ଦୋକାନୀ ଏକ କଟୁରିରେ ହାଣି ଥିବାବେଳେ ତାଙ୍କ ପିଠିକୁ ମଧ୍ୟ ହାଣି ଦେଇଛନ୍ତି। ସେହିପରି ପ୍ରମୋଦଙ୍କୁ ମଧ୍ୟ ହାଣି ଫଳ ଦୋକାନୀ ଗୁରୁତର କରିଛନ୍ତି। ଏ ନେଇ ସଞ୍ଜିତ୍‌ଙ୍କ ସ୍ତ୍ରୀ ବାଣୀଶ୍ରୀ ପ୍ରିୟଦର୍ଶନୀ ବେହେରା ଥାନାରେ ଏତଲା ଦେଇଥିବା ବେଳେ ଥାନାଧିକାରୀ ଅଜୟ କୁମାର ଜେନା ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି।

ଘଟଣାରୁ ପ୍ରକାଶ ଯେ,ସଞ୍ଜିତ୍‌ ଓ ତାଙ୍କ ସହଯୋଗୀ ପ୍ରମୋଦ ଖଣ୍ଡରା ଗ୍ରାମକୁ କେବୁଲ ସଂଯୋଗ କାର୍ଯ୍ୟରେ ଯାଇ ଫେରୁଥିବାବେଳେ ସେଠାରେ ଥିବା ଏକ ଫଳ ଦୋକାନରେ ଅଟକି ଆମ୍ବ ଓ ସେଓ କିଣିଥିଲେ। ଫଳ କିଣିସାରି ପ୍ୟାକିଂ କରିବା ବେଳେ ସେଗୁଡ଼ିକ ମଧ୍ୟରୁ କେତେକ ପଚାସଢ଼ା ରହିଥିବାରୁ ଆଉ ଫଳ ନ କିଣି ଘରକୁ ବାହାରିଥିଲେ। ତେବେ ଫଳ ଫେରାଇ ଦେବାରୁ ଦୋକାନୀ ସଞ୍ଜିତ ଏବଂ ପ୍ରମୋଦଙ୍କୁ ପରିହାସ କରିବା ସହିତ ଅଶ୍ଳୀଳ ଭାଷାରେ ଗାଳି କରିଥିଲେ। ଏହାକୁ ପ୍ରତିବାଦ କରିବାକୁ ଦୋକାନରେ ପହଞ୍ଚତ୍ବା ପରେ ଫଳ ଦୋକାନୀ ଜଣକ କଦଳୀ ଫେଣା କଟାଯାଉଥିବା କଟୁରିରେ ଉଭୟଙ୍କୁ ଆକ୍ରମଣ କରିଥିଲେ। ଫଳରେ ୨ ଣ ଯାକ ଗୁରୁତର ହୋଇ ଯାଜପୁର ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ସଞ୍ଜିତ୍‌ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଯୁବ ବିଜେଡି ନେତା ତଥା ସମାଜସେବୀ ଦେବଦତ୍ତ ଦାସ ଉଭୟଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ଖୋଲିଗଲା ପୋଲ୍‌: ଯୁଦ୍ଧ ନାଁରେ କରୁଛି ଏହି କାମ, ସାମ୍ନାକୁ ଆସିଲା ସାଂଘାତିକ କଥା

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ସହିତ ଚାଲିଥିବା ସଂଘର୍ଷରେ ଯୁଦ୍ଧବିରାମ ପାଇଁ ପାକିସ୍ତାନ ପଦକ୍ଷେପ ନେଉଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ପାକିସ୍ତାନ ନିଜକୁ ଏକ ଶାନ୍ତି…

ଯୁଦ୍ଧ ଭିତରେ ବଡ଼ ଡିଲ୍‌ କରିଦେଲେ ମୋଦି-ପୁଟିନ୍‌, ଭାରତୀୟ ଯୁବପିଢ଼ିଙ୍କୁ ମିଳିବ ବଡ଼ ଫାଇଦା!

ନୂଆଦିଲ୍ଲୀ,୩୦।୩: ଭାରତ ଏବଂ ରୁଷିଆ ମଧ୍ୟରେ ବନ୍ଧୁତା ଆଉ କେବଳ ଅସ୍ତ୍ରଶସ୍ତ୍ର କିଣା ବିକ୍ରୟ ପର୍ଯ୍ୟନ୍ତ ସୀମିତ ନାହିଁ। ଦୁଇ ଦେଶ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟାକୁ ମିଳିତ ଭାବରେ…

କାଳବୈଶାଖୀ: ରାସ୍ତାରେ ପଡ଼ିଲା ଗଛ, ଭାଙ୍ଗିଲା ଘର

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଓ ଲମତାପୁଟ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ଘୂର୍ଣ୍ଣିଝଡ଼ ଓ ପ୍ରବଳ ବର୍ଷା ଯୋଗୁ…

ଇରାନକୁ ଭୟଙ୍କର ଧମକ ଦେଲେ ଟ୍ରମ୍ପ, ଶୁଣିକି ଥରହର ହେଲା…..

ତେହରାନ,୩୦ା୩: ଇରାନ ସହିତ ଚାଲିଥିବା ସାମରିକ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଏକ ଧମକ ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ ଭାବରେ…

କାୟା ମେଲାଇଲାଣି କାରୋନାର ନୂଆ ଭାରିଆଣ୍ଟ, ୨୩ଟି ଦେଶରେ ବ୍ୟାପିଲା, ଜାଣନ୍ତୁ ଏହା କେତେ ବିପଦ

ନୂଆଦିଲ୍ଲୀ,୩୦।୩: ଯେତେବେଳେ ବି କରୋନା ଭାଇରସ ବିଲୁପ୍ତ ହେବାର ଦ୍ୱାରଦେଶରେ ଥାଏ, ସେତେବେଳେ ଏକ ନୂତନ ପ୍ରକାର ବ୍ୟାପିଥାଏ ଏବଂ ଲୋକଙ୍କୁ ଦ୍ରୁତ ଗତିରେ ସଂକ୍ରମିତ କରିଥାଏ।…

ଟୋକନ ଅବଧି ନେଇ ମୁହଁ ଖୋଲିଲେ ଶାରଦା: କହିଲେ ଦୁଇ ଦିନରେ…

ଭୁବନେଶ୍ୱର,୩୦।୩: ଟୋକନ ଅବଧି ନେଇ ମୁହଁ ଖୋଲିଲେ ବିଜେଡି ବିଧାୟକ ଶାରଦା ଜେନା। ସେ କହିଛନ୍ତି, ୭ ଦିନ ବୃଦ୍ଧି କରିବାକୁ ଦାବି କରିଥିଲୁ। ଧନ୍ୟବାଦ ସେ…

ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କରାଜ, ୭୦ରୁ ଅଧିକ ଲୋକଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୦ା୩: ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କର ରାଜତ୍ୱ ଦେଖିବାକୁ ମିଳିଛି । ସୋମବାର ଦିନ ଜଣେ ପୋଲିସ ମୁଖପାତ୍ର ନିଶ୍ଚିତ କରିଛନ୍ତି ଯେ ରାଜଧାନୀର ଉପକଣ୍ଠରେ ଅବସ୍ଥିତ…

ଆତ୍ମସମର୍ପଣ କଲେ ଝାଡ଼ଖଣ୍ଡର ଗ୍ରୁପ ବି ମହିଳା ମାଓବାଦୀ

ରାଉରକେଲା,୩୦।୩(ସଂଗୀତା ଜେନା): ସୀମାନ୍ତ ଅଞ୍ଚଳକୁ ମାଓବାଦୀ ମୁକ୍ତ କରିବାରେ ରାଉରକେଲା ପୋଲିସର ଜାରି ରହିଥିବା ଉଦ୍ୟମକୁ ପୁଣି ଏକ ସଫଳତା ମିଳିଛି। ସରଣ୍ଡା ଜଙ୍ଗଲରେ ସକ୍ରିୟ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri