Posted inଖେଳ

ଏଟିପି ଫାଇନାଲ୍ସ: ଜୋକୋଭିଚ୍‌ଙ୍କୁ ହରାଇ ସେମିରେ ମେଡ୍‌ଭେଡେଭ୍‌

ଲଣ୍ଡନ,୨୦।୧୧(ଏପି): ଚଳିତ ଏଟିପି ଫାଇନାଲ୍ସରେ ରୁଷୀୟ ଟେନିସ ତାରକା ଡାନିଲ ମେଡ୍‌ଭେଡେଭ୍‌ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି। ଟୁର୍ନାମେଣ୍ଟରେ ଦ୍ୱିତୀୟ ଥର ପାଇଁ ଅଂଶଗ୍ରହଣ କରିଥିବା ମେଡ୍‌ଭେଡେଭ୍‌ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବର୍ଷ ଶେଷରେ ଆୟୋଜିତ ହେଉଥିବା ଏହି ଟୁର୍ନାମେଣ୍ଟରେ ଅଭିଜ୍ଞ ସର୍ବିୟାର ନୋଭାକ ଜୋକୋଭିଚ୍‌ଙ୍କୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ୫ଥର ଚାମ୍ପିୟନ ଜୋକୋଭିଚ୍‌ଙ୍କୁ ମେଡଭେଡେଭ ବୁଧବାର ୬-୩, ୬-୩ ସେଟ୍‌ରେ ପରାସ୍ତ କରି ଗ୍ରୁପ୍‌ ପର୍ଯ୍ୟାୟରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରି ଏହି ସଫଳତା ପାଇଛନ୍ତି।
ଗତବର୍ଷ ପଦାର୍ପଣରେ ମେଡ୍‌ଭେଡେଭ ଗ୍ରୁପ୍‌ ପର୍ଯ୍ୟାୟରେ ସବୁ ୩ଟି ଯାକ ମ୍ୟାଚ୍‌ରେ ପରାସ୍ତ ହୋଇଥିଲେ ମଧ୍ୟ ଏଥର ତ୍ରୁଟି ସୁଧାରି ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ କରିଛନ୍ତି। ଜୋକୋଭିଚ୍‌ଙ୍କ ବିପକ୍ଷରେ ୪ଟି ମ୍ୟାଚ୍‌ ଖେଳି ମେଡ୍‌ଭେଡେଭ ୩ଟିରେ ବିଜୟ ହାସଲ କରିଛନ୍ତି। ତେବେ ବିଶ୍ୱର ୧ ନମ୍ବର ଖେଳାଳି ଜୋକୋଭିଚ୍‌ଙ୍କ ଲାଗି ଏବେବି ସୁଯୋଗ ରହିଛି। ଶୁକ୍ରବାର ଯଦି ସେ ୨୦୧୮ ଚାମ୍ପିୟନ ଆଲେକଜାଣ୍ଡର ଜେଭେରେଭଙ୍କୁ ପରାସ୍ତ କରିବେ ତା’ହେଲେ ସେ ଅଗ୍ରଗତି କରିବେ।
ଅନ୍ୟପଟେ ଜେଭେରେଭ ଜର୍ମାନୀ ଡିଏଗୋ ସ୍ବାର୍ଜମ୍ୟାନଙ୍କୁ ବୁଧବାର ୬-୩, ୪-୬, ୬-୩ ସେଟ୍‌ରେ ପରାସ୍ତ କରି ଆଶା ଉଜ୍ଜୀବିତ ରଖିଛନ୍ତି। ସେମିଫାଇନାଲ ଦୌଡ଼ରେ ବଜାୟ ରହିଥିବାରୁ ଜେଭେରେଭ ଖୁସି ଜାହିର କରିଛନ୍ତି। ଗୁରୁବାର ଅନ୍ୟଏକ ମ୍ୟାଚ୍‌ରେ ସ୍ପେନର ରାଫାଲ ନାଡାଲ ଓ ଷ୍ଟିଫାନୋସ ସିତିସ୍‌ପାସଙ୍କୁ ସେମିଫାଇନାଲରେ ସ୍ଥାନ ହାସଲ କରିବାକୁ ଭେଟିବେ। ନାଡାଲ ଅତ୍ୟନ୍ତ ସଫଳ ଖେଳାଳି ହୋଇଥିଲେ ମଧ୍ୟ କେବେବି ଏଟିପି ଫାଇନାଲ୍ସରେ ସଫଳ ହୋଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri