ପ୍ରାୟଶ୍ଚିତ୍ତର ସମୟ

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଆସନ୍ତାବର୍ଷ ହେବାକୁ ଥିବାରୁ ଏଥିଲାଗି ବିଭିନ୍ନ ରାଜନୈତିକ ଦଳ ପ୍ରଚାର କାର୍ଯ୍ୟ ଆରମ୍ଭ କରିଦେଲେଣି। କେଉଁ ଉପାୟ ବା ରାସ୍ତା ଧରିଲେ ଦେଶର ସବୁଠାରୁ ବୃହତ୍‌ ରାଜ୍ୟର ରାଜନୈତିକ ମଙ୍ଗୁଆଳ ହେଇ ହେବ, ସେଥିଲାଗି ରାଜନେତାମାନେ ବିଭିନ୍ନ ପ୍ରକାର ବୁଦ୍ଧି ଓ ଚିନ୍ତା ଲଗାଇ ଦେଇଛନ୍ତି। ଏବେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଭାଜପା ସରକାର ସେଠାରେ ଶାସନ କରୁଛି। ତଥାକଥିତ ହିନ୍ଦୁତ୍ୱ ଚିନ୍ତାଧାରା ଅନୁସରଣ କରି ଏହି ଗୈରିକ ଦଳ ସଫଳତା ପାଇଥିବାରୁ ବହୁଜନ ସମାଜ ପାର୍ଟି (ବିଏସ୍‌ପି), ସମାଜବାଦୀ ପାର୍ଟି (ଏସ୍‌ପି) ଏବଂ କଂଗ୍ରେସ ତାହା ପଛରେ ଅନୁଧାବନ କରୁଥିବା ଦେଖିବାକୁ ମିଳିଲାଣି। ଗୋଟିଏ ପଟେ ଭାଜପା ଏବଂ ଯୋଗୀଙ୍କ ସ୍ଥିତି ଟଳମଳ ହୋଇପଡ଼ିଛି ବୋଲି କେତେକ ପର୍ଯ୍ୟବେକ୍ଷକ ମତ ଦେଉଛନ୍ତି। ଉତ୍ତରପ୍ରଦେଶରେ ଆଇନଶୃଙ୍ଖଳା ସ୍ଥିତି ଉପୁଜିବା ସହିତ ମହିଳାଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ଏବଂ କୋଭିଡ୍‌ ସମୟରେ ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ବିଫଳତା ହେତୁ ସାଧାରଣ ୟୁପିବାସୀ ବିରକ୍ତି ପ୍ରକାଶ କରୁଛନ୍ତି। ଅନ୍ୟପଟେ ମାୟାବତୀ, ଅଖିଳେଶ ଓ ପ୍ରିୟଙ୍କା ବୁଝିଗଲେଣି ଯେ, ଭାଜପାର ପତନ ଘଟାଇବାକୁ ହେଲେ ହିନ୍ଦୁ ଭୋଟରଙ୍କୁ ଆୟତ୍ତ କରିବା ଅତ୍ୟନ୍ତ ଆବଶ୍ୟକ। କଂଗ୍ରେସର ଦୀର୍ଘ ୧୦ ବର୍ଷର ଉପା ସମୟରେ ସୋନିଆ ଗାନ୍ଧୀ ଯେଉଁ ହିନ୍ଦୁ ବିରୋଧୀ ମେଣ୍ଟ ଭିତରେ ଘେରି ହୋଇ ନିଜେ ସୁରକ୍ଷିତ ରହିବା ପାଇଁ କାର୍ଯ୍ୟ କଲେ, ତାହାର ପ୍ରତିକ୍ରିୟା ଭାବରେ ଭାଜପାର ହିନ୍ଦୁତ୍ୱ ନୀତି ସଫଳତାର ସୂର୍ଯ୍ୟୋଦୟ ଦେଖିଲା। ବିଳମ୍ବରେ ହେଉପଛେ ଏବେ ତଥାକଥିତ ଧର୍ମନିରପେକ୍ଷ ଦଳଗୁଡ଼ିକର ଚେତା ପଶିଲାଣି।
ନିକଟରେ ବିଏସ୍‌ପି ନେତ୍ରୀ ମାୟାବତୀ ଲକ୍ଷ୍ନୌଠାରେ ଏକ ରାଲିରେ କହିଥିଲେ ଯେ, ତାଙ୍କ ସରକାର କ୍ଷମତାକୁ ଆସିଲେ ଅଯୋଧ୍ୟା, ବାରାଣସୀ ଓ ମଥୁରାରେ କରାଯାଉଥିବା ବିକାଶମୂଳକ କାର୍ଯ୍ୟକୁ ବନ୍ଦ କରିବେ ନାହିଁ। ସେହିପରି ବାରାଣସୀଠାରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ କାଶୀବିଶ୍ୱନାଥଙ୍କୁ ପୂଜା କରିବା ପରେ ସେଠାରେ ଅନୁଷ୍ଠିତ ସଭାରେ ଦୁର୍ଗାସ୍ତୋତ୍ର ଗାନ କରିଛନ୍ତି। ଅନୁରୂପ ଭାବେ ଏସ୍‌ପିର ଅଖିଳେଶ ଯାଦବ କାନପୁରର ଗଙ୍ଗା ଘାଟରୁ ୧୨ ଅକ୍ଟୋବରରେ ବିଜୟ ଯାତ୍ରା ଆରମ୍ଭ କରିଛନ୍ତି। ସେ କିଛି ମାସ ହେବ କ୍ରମାଗତ ବିଭିନ୍ନ ମନ୍ଦିର ବୁଲିବା ସହ ଗତ ମାଘ ମେଳାରେ ସଙ୍ଗମରେ ବୁଡ଼ ପକାଇଥିଲେ।
ସମସ୍ତେ ଜାଣନ୍ତି ଭାରତରେ ଥରେ ନିର୍ବାଚନ ଆସିଲେ ରାଜନୈତିକ ଦଳ ଓ ନେତାମାନେ ଚେଇଁ ଉଠନ୍ତି। ଏ ଦେଶର ସ୍ଥିତି ନିତିନିତି ବଦଳୁଛି। ସାଧାରଣ ନାଗରିକର ତୀକ୍ଷ୍ଣ ବୁଦ୍ଧି ପ୍ରତ୍ୟେକ ଦିନ ଅଧିକ ଧାରୁଆ ହେବାରେ ଲାଗିଛି। ରାଜନୈତିକ ବ୍ୟକ୍ତି ସାଧାରଣ ଲୋକର ବୁଦ୍ଧି ସାଙ୍ଗରେ ଖାପ ଖାଇବା ପାଇଁ ଧାଉଁଛି। ଭାଜପା ହିନ୍ଦୁତ୍ୱ କାର୍ଡ ଖେଳି ଭୋଟ୍‌ ହାତେଇଥିବା ବିଷୟ ଦେଶର ସମସ୍ତେ ଜାଣିଛନ୍ତି। ଧ୍ରୁବୀକରଣ ରାଜନୀତି ଯୋଗୁ ଦେଶ ଭାଗଭାଗ ହୋଇଯାଉଛି ବୋଲି ବିରୋଧୀ ଦାବି କରି ଆସୁଥିଲେ। ହେଲେ ସେହି ଧର୍ମ ଓ ଠାକୁର ବିଶ୍ୱାସକୁ ପାଥେୟକରି ନିର୍ବାଚନ ଜିତିବା ସହଜ ବୋଲି ସମ୍ଭବତଃ ବିରୋଧୀ ହୃଦୟଙ୍ଗମ କରିବା ପରେ ହିନ୍ଦୁ କାର୍ଡ ଖେଳିଲେଣି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି।
ଏହା ଖୁସିର କଥା ମାୟାବତୀ, ଅଖିଳେଶ ଓ ପ୍ରିୟଙ୍କା ବାସ୍ତବ ଚିତ୍ରକୁ ବୁଝିଲେଣି। ଭାରତ ଏକ ହିନ୍ଦୁବହୁଳ ଦେଶ। ଏଠାରେ ରାଜନୀତି କରିବାକୁ ହେଲେ ହିନ୍ଦୁ ବିଚାରଧାରକୁ ସମ୍ମାନ ଦେବାକୁ ପଡ଼ିବ। ପୂର୍ବରୁ ଏହି ଦଳଗୁଡ଼ିକ ହିନ୍ଦୁଙ୍କୁ ଅଣଦେଖା କରି ଭାବିଥିଲେ ନିଜର ‘ଅଣହିନ୍ଦୁ ଭୋଟ୍‌ ବ୍ୟାଙ୍କ’ ମାଧ୍ୟମରେ କ୍ଷମତା ହାସଲ କରିବେ। ଫଳସ୍ବରୂପ ଏକ ବିକୃତ ଚିନ୍ତାଧାରା ଭାରତୀୟ ରାଜନୀତିରେ ପ୍ରବେଶ କରିଗଲା। ସହନଶୀଳ ହିନ୍ଦୁମାନେ ମଧ୍ୟ ଅସହିଷ୍ଣୁ ହିନ୍ଦୁତ୍ୱବାଦ ଦ୍ୱାରା ପ୍ରଭାବିତ ହୋଇଯାଇଛନ୍ତି। ଏହା ଭାରତୀୟ ଚରିତ୍ର ବିରୋଧୀ। କିନ୍ତୁ ଏହି ଚିନ୍ତାଧାରାର ଜନ୍ମ ପାଇଁ କଂଗ୍ରେସ, ମୁଲାୟମଙ୍କ ସମାଜବାଦୀ ପାର୍ଟି ଏବଂ ଅନ୍ୟ କେତେକ ଦଳ ଦାୟୀ। ଆଜି ସେମାନଙ୍କ ପ୍ରାୟଶ୍ଚିତ୍ତର ସମୟ ଆସିଛି। ଠିକ୍‌ ଭାବେ ଯଦି ବିଶ୍ୱାସଯୋଗ୍ୟ ପଦକ୍ଷେପ ନେଇ ନିଜର ରାଜନୈତିକ ଲକ୍ଷ୍ୟରେ ପରିବର୍ତ୍ତନ ଆଣିପାରିବେ, ତେବେ ସେହି ଦଳଗୁଡ଼ିକ ଆସନ୍ତା ଦିନଗୁଡ଼ିକରେ ପ୍ରାସଙ୍ଗିକ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri