ପ୍ରାୟଶ୍ଚିତ୍ତର ସମୟ

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଆସନ୍ତାବର୍ଷ ହେବାକୁ ଥିବାରୁ ଏଥିଲାଗି ବିଭିନ୍ନ ରାଜନୈତିକ ଦଳ ପ୍ରଚାର କାର୍ଯ୍ୟ ଆରମ୍ଭ କରିଦେଲେଣି। କେଉଁ ଉପାୟ ବା ରାସ୍ତା ଧରିଲେ ଦେଶର ସବୁଠାରୁ ବୃହତ୍‌ ରାଜ୍ୟର ରାଜନୈତିକ ମଙ୍ଗୁଆଳ ହେଇ ହେବ, ସେଥିଲାଗି ରାଜନେତାମାନେ ବିଭିନ୍ନ ପ୍ରକାର ବୁଦ୍ଧି ଓ ଚିନ୍ତା ଲଗାଇ ଦେଇଛନ୍ତି। ଏବେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଭାଜପା ସରକାର ସେଠାରେ ଶାସନ କରୁଛି। ତଥାକଥିତ ହିନ୍ଦୁତ୍ୱ ଚିନ୍ତାଧାରା ଅନୁସରଣ କରି ଏହି ଗୈରିକ ଦଳ ସଫଳତା ପାଇଥିବାରୁ ବହୁଜନ ସମାଜ ପାର୍ଟି (ବିଏସ୍‌ପି), ସମାଜବାଦୀ ପାର୍ଟି (ଏସ୍‌ପି) ଏବଂ କଂଗ୍ରେସ ତାହା ପଛରେ ଅନୁଧାବନ କରୁଥିବା ଦେଖିବାକୁ ମିଳିଲାଣି। ଗୋଟିଏ ପଟେ ଭାଜପା ଏବଂ ଯୋଗୀଙ୍କ ସ୍ଥିତି ଟଳମଳ ହୋଇପଡ଼ିଛି ବୋଲି କେତେକ ପର୍ଯ୍ୟବେକ୍ଷକ ମତ ଦେଉଛନ୍ତି। ଉତ୍ତରପ୍ରଦେଶରେ ଆଇନଶୃଙ୍ଖଳା ସ୍ଥିତି ଉପୁଜିବା ସହିତ ମହିଳାଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ଏବଂ କୋଭିଡ୍‌ ସମୟରେ ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ବିଫଳତା ହେତୁ ସାଧାରଣ ୟୁପିବାସୀ ବିରକ୍ତି ପ୍ରକାଶ କରୁଛନ୍ତି। ଅନ୍ୟପଟେ ମାୟାବତୀ, ଅଖିଳେଶ ଓ ପ୍ରିୟଙ୍କା ବୁଝିଗଲେଣି ଯେ, ଭାଜପାର ପତନ ଘଟାଇବାକୁ ହେଲେ ହିନ୍ଦୁ ଭୋଟରଙ୍କୁ ଆୟତ୍ତ କରିବା ଅତ୍ୟନ୍ତ ଆବଶ୍ୟକ। କଂଗ୍ରେସର ଦୀର୍ଘ ୧୦ ବର୍ଷର ଉପା ସମୟରେ ସୋନିଆ ଗାନ୍ଧୀ ଯେଉଁ ହିନ୍ଦୁ ବିରୋଧୀ ମେଣ୍ଟ ଭିତରେ ଘେରି ହୋଇ ନିଜେ ସୁରକ୍ଷିତ ରହିବା ପାଇଁ କାର୍ଯ୍ୟ କଲେ, ତାହାର ପ୍ରତିକ୍ରିୟା ଭାବରେ ଭାଜପାର ହିନ୍ଦୁତ୍ୱ ନୀତି ସଫଳତାର ସୂର୍ଯ୍ୟୋଦୟ ଦେଖିଲା। ବିଳମ୍ବରେ ହେଉପଛେ ଏବେ ତଥାକଥିତ ଧର୍ମନିରପେକ୍ଷ ଦଳଗୁଡ଼ିକର ଚେତା ପଶିଲାଣି।
ନିକଟରେ ବିଏସ୍‌ପି ନେତ୍ରୀ ମାୟାବତୀ ଲକ୍ଷ୍ନୌଠାରେ ଏକ ରାଲିରେ କହିଥିଲେ ଯେ, ତାଙ୍କ ସରକାର କ୍ଷମତାକୁ ଆସିଲେ ଅଯୋଧ୍ୟା, ବାରାଣସୀ ଓ ମଥୁରାରେ କରାଯାଉଥିବା ବିକାଶମୂଳକ କାର୍ଯ୍ୟକୁ ବନ୍ଦ କରିବେ ନାହିଁ। ସେହିପରି ବାରାଣସୀଠାରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ କାଶୀବିଶ୍ୱନାଥଙ୍କୁ ପୂଜା କରିବା ପରେ ସେଠାରେ ଅନୁଷ୍ଠିତ ସଭାରେ ଦୁର୍ଗାସ୍ତୋତ୍ର ଗାନ କରିଛନ୍ତି। ଅନୁରୂପ ଭାବେ ଏସ୍‌ପିର ଅଖିଳେଶ ଯାଦବ କାନପୁରର ଗଙ୍ଗା ଘାଟରୁ ୧୨ ଅକ୍ଟୋବରରେ ବିଜୟ ଯାତ୍ରା ଆରମ୍ଭ କରିଛନ୍ତି। ସେ କିଛି ମାସ ହେବ କ୍ରମାଗତ ବିଭିନ୍ନ ମନ୍ଦିର ବୁଲିବା ସହ ଗତ ମାଘ ମେଳାରେ ସଙ୍ଗମରେ ବୁଡ଼ ପକାଇଥିଲେ।
ସମସ୍ତେ ଜାଣନ୍ତି ଭାରତରେ ଥରେ ନିର୍ବାଚନ ଆସିଲେ ରାଜନୈତିକ ଦଳ ଓ ନେତାମାନେ ଚେଇଁ ଉଠନ୍ତି। ଏ ଦେଶର ସ୍ଥିତି ନିତିନିତି ବଦଳୁଛି। ସାଧାରଣ ନାଗରିକର ତୀକ୍ଷ୍ଣ ବୁଦ୍ଧି ପ୍ରତ୍ୟେକ ଦିନ ଅଧିକ ଧାରୁଆ ହେବାରେ ଲାଗିଛି। ରାଜନୈତିକ ବ୍ୟକ୍ତି ସାଧାରଣ ଲୋକର ବୁଦ୍ଧି ସାଙ୍ଗରେ ଖାପ ଖାଇବା ପାଇଁ ଧାଉଁଛି। ଭାଜପା ହିନ୍ଦୁତ୍ୱ କାର୍ଡ ଖେଳି ଭୋଟ୍‌ ହାତେଇଥିବା ବିଷୟ ଦେଶର ସମସ୍ତେ ଜାଣିଛନ୍ତି। ଧ୍ରୁବୀକରଣ ରାଜନୀତି ଯୋଗୁ ଦେଶ ଭାଗଭାଗ ହୋଇଯାଉଛି ବୋଲି ବିରୋଧୀ ଦାବି କରି ଆସୁଥିଲେ। ହେଲେ ସେହି ଧର୍ମ ଓ ଠାକୁର ବିଶ୍ୱାସକୁ ପାଥେୟକରି ନିର୍ବାଚନ ଜିତିବା ସହଜ ବୋଲି ସମ୍ଭବତଃ ବିରୋଧୀ ହୃଦୟଙ୍ଗମ କରିବା ପରେ ହିନ୍ଦୁ କାର୍ଡ ଖେଳିଲେଣି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି।
ଏହା ଖୁସିର କଥା ମାୟାବତୀ, ଅଖିଳେଶ ଓ ପ୍ରିୟଙ୍କା ବାସ୍ତବ ଚିତ୍ରକୁ ବୁଝିଲେଣି। ଭାରତ ଏକ ହିନ୍ଦୁବହୁଳ ଦେଶ। ଏଠାରେ ରାଜନୀତି କରିବାକୁ ହେଲେ ହିନ୍ଦୁ ବିଚାରଧାରକୁ ସମ୍ମାନ ଦେବାକୁ ପଡ଼ିବ। ପୂର୍ବରୁ ଏହି ଦଳଗୁଡ଼ିକ ହିନ୍ଦୁଙ୍କୁ ଅଣଦେଖା କରି ଭାବିଥିଲେ ନିଜର ‘ଅଣହିନ୍ଦୁ ଭୋଟ୍‌ ବ୍ୟାଙ୍କ’ ମାଧ୍ୟମରେ କ୍ଷମତା ହାସଲ କରିବେ। ଫଳସ୍ବରୂପ ଏକ ବିକୃତ ଚିନ୍ତାଧାରା ଭାରତୀୟ ରାଜନୀତିରେ ପ୍ରବେଶ କରିଗଲା। ସହନଶୀଳ ହିନ୍ଦୁମାନେ ମଧ୍ୟ ଅସହିଷ୍ଣୁ ହିନ୍ଦୁତ୍ୱବାଦ ଦ୍ୱାରା ପ୍ରଭାବିତ ହୋଇଯାଇଛନ୍ତି। ଏହା ଭାରତୀୟ ଚରିତ୍ର ବିରୋଧୀ। କିନ୍ତୁ ଏହି ଚିନ୍ତାଧାରାର ଜନ୍ମ ପାଇଁ କଂଗ୍ରେସ, ମୁଲାୟମଙ୍କ ସମାଜବାଦୀ ପାର୍ଟି ଏବଂ ଅନ୍ୟ କେତେକ ଦଳ ଦାୟୀ। ଆଜି ସେମାନଙ୍କ ପ୍ରାୟଶ୍ଚିତ୍ତର ସମୟ ଆସିଛି। ଠିକ୍‌ ଭାବେ ଯଦି ବିଶ୍ୱାସଯୋଗ୍ୟ ପଦକ୍ଷେପ ନେଇ ନିଜର ରାଜନୈତିକ ଲକ୍ଷ୍ୟରେ ପରିବର୍ତ୍ତନ ଆଣିପାରିବେ, ତେବେ ସେହି ଦଳଗୁଡ଼ିକ ଆସନ୍ତା ଦିନଗୁଡ଼ିକରେ ପ୍ରାସଙ୍ଗିକ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri