ୟୁପିଆଇ ମାଧ୍ୟମରେ ଏଟିଏମ୍‌ରୁ ଉଠିବ ଟଙ୍କା

ଭୁବନେଶ୍ୱର,୯।୪(ଅନୁରାଧା ମହାରଣା): ଗତ ସପ୍ତାହରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ୟୁପିଆଇ (ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ) ସମ୍ବନ୍ଧରେ ଏକ ବଡ଼ ଘୋଷଣା କରିଥିଲେ। ତାଙ୍କ କହିବାନୁସାରେ, ଖୁବ ଶୀଘ୍ର ୟୁପିଆଇ ବ୍ୟବହାରକାରୀମାନେ ନିଜ ଫୋନରେ ୟୁପି ଆପ ଜରିଆରେ କ୍ୟାସ ଡିପୋଜିଟ ମେସିନ (ସିଡିଏମ)ରେ ନଗଦ ଜମା କରିପାରିବେ। ଏହାର ଅର୍ଥ ହେଉଛି ବ୍ୟାଙ୍କଗୁଡିକରେ ଥିବା କ୍ୟାଶ ଡିପୋଜିଟ କିଓସ୍କ ମେସିନରେ ଡେବିଟ କାର୍ଡର କୌଣସି ଆବଶ୍ୟକତା ରହିବ ନାହିଁ। ଗତ ବର୍ଷ ସେପ୍ଟେମ୍ବରରେ ୟୁପିଆଇ-ଏଟିଏମ୍‌ ଲଞ୍ଚ କରାଯାଇଥିଲା। ମାତ୍ର ଅନେକ ଲୋକ ଏହାର ବ୍ୟବହାର, ସୀମା ଏବଂ ଉପକାରିତା ବିଷୟରେ ଅବଗତ ନୁହଁନ୍ତି । ଏଥିରେ ଏଟିଏମ୍‌ ଡେବିଟ କାର୍ଡ ବିନା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ୟୁପିଆଇ ମାଧ୍ୟମରେ ଟଙ୍କା ଉଠାଇପାରିବେ। ଏଥିରେ ଆପଣଙ୍କୁ କ୍ୟୁଆର୍‌ କୋଡ ସ୍କାନ କରି ଟଙ୍କା ଉଠାଇବାକୁ ପଡ଼ିବ। ୟୁପିଆଇ ମାଧ୍ୟମରେ ଏଟିଏମରୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଉଠାଇ ପାରିବେ। ତେବେ ଦୈନିକ ୟୁପିଆଇ କାରବାର ୧ ଲକ୍ଷ ଟଙ୍କା ରହିବ। ଟଙ୍କା ଉଠାଇବା ପାଇଁ ପ୍ରଥମେ ଯେକୌଣସି ଏଟିଏମରେ ‘ଏଟିଏମରେ ନଗଦ ଟଙ୍କା ଉଠାଇବା’ ବିକଳ୍ପ ଚୟନ କରିବାକୁ ପଡ଼ିବ। ଏହାପରେ ଗ୍ରାହକଙ୍କୁ ଟଙ୍କାର ପରିମାଣର ବିବରଣୀ ଦେବାକୁ ପଡ଼ିବ। ପରବର୍ତ୍ତୀ ପୃଷ୍ଠାରେ କ୍ୟୁଆର୍‌ କୋଡ୍‌ ଦେଖିବାକୁ ମିଳିବ। ଉପଭୋକ୍ତା ନିଜ ଫୋନରେ ଥିବା ଯେକୌଣସି ୟୁପିଆଇ ଆପରୁ ଏହି କୋଡ ସ୍କାନ କରି ୟୁପିଆଇ ପିନ୍‌ ଦେଇ ଟଙ୍କା ଉଠାଇବେ। ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ ଇଣ୍ଡିଆ (ଏନପିସିଆଇ) ୟୁପିଆଇ ମାଧ୍ୟମରେ ଏଟିଏମରୁ ଟଙ୍କା ଉଠାଇବାରେ କୌଣସି ଶୁଳ୍କ ଆଦାୟ କରେ ନାହିଁ । ମାତ୍ର ବ୍ୟାଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ଦେୟ ଗ୍ରାହକଙ୍କୁ ଦେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

୩୦ ବର୍ଷ ପରେ ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ, ଏହି ୪ରାଶିରେ ପଡିବ ଖରାପ ପ୍ରଭାବ, ଅଡୁଆରେ ପଡି ଫସିବେ…

ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ 2025, ଯାହା ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ କନ୍ୟା ରାଶିରେ ପ୍ରବେଶ ସହିତ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ବର୍ତ୍ତମାନ କନ୍ୟା ରାଶିରେ ଅଛନ୍ତି...

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

୨୦୨୬ରେ କେମିତି ରହିବ ତୁଳା ରାଶିର ଭାଗ୍ୟ, ବୃହସ୍ପତିଙ୍କ ଚଳନ, ଟଙ୍କାରେ ପୋତି ହେବେ…

ବର୍ଷ ୨୦୨୬ ତୁଳା ରାଶି ପାଇଁ ସେମାନଙ୍କ ଅଧ୍ୟୟନ ଏବଂ କ୍ୟାରିୟର ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବର୍ଷର ମଧ୍ୟଭାଗରେ ବୃହସ୍ପତିଙ୍କ ପ୍ରଭାବ ଆପଣଙ୍କୁ ସ୍ଥଗିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri