ବଡ଼ ଧରଣର ATM ଲୁଟ୍, ଟଙ୍କା ସହ ମେସିନ ତାଡ଼ି ନେଇଗଲେ ଦୁର୍ବୃତ୍ତ

ବିଞ୍ଝାରପୁର,୨।୧ (ରାମକୃଷ୍ଣ ଦାସ ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇଁନ୍ଦା ଛକରେ ଅଭାବନୀୟ ଘଟଣା । ଏଚଡିଏଫସି ବ୍ୟାଙ୍କର ଏଟିଏମ ମେସିନକୁ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ତାଡି ନେଇଯାଇଥିବା ଜଣାପଡିଛି  । ଏହି ଘଟଣା ଶୁକ୍ରବାର ସକାଳୁ ଜଣାପଡିଲା ପର ଖବର ପାଇ ବିଞ୍ଝାରପୁର ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକ ଘଟଣାସ୍ଥଳରେ ପହିଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

ପୂର୍ବରୁ ମେସିନ ତାଡି ଟଙ୍କା ନେଇଯାଉଥିବା ଦେଖାଯାଉଥିବା ବେଳେ ବର୍ତ୍ତମାନ ଟଙ୍କା ସହ ମେସିନ ନେଇ ଚାଲିଯାଇଛନ୍ତି ଦୁର୍ବୃତ୍ତ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଦେଖିବାକୁ ମିଳିଛି । ତେବେ ଏଟିଏମରେ କେତେ ଟଙ୍କା ଥିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନଥିବା ବେଳେ ଏଟିଏମ ପାଖରେ ଏକ ଅଟୋ ମଧ୍ୟ ଚୋରି ହୋଇଥିବା ଚର୍ଚ୍ଚା ହେଉଛି । ଏଟିଏମ ମେସିନ ସେଥିରେ ଚୋରି କରି ନେଇଥିବା କଥା କୁହାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇନଥିବା ବେଳେ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ସତ୍ୟ ସାମ୍ନାକୁ ଆସିପାରିବ । ଏହି ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ତେବେ ଲୁଟେରାଙ୍କୁ ଗିରଫ କରିବାରେ ପୋଲିସ କେତେଦୂର ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

ଇରାନ ପରେ ଇସ୍ତ୍ରାଏଲ ଉପରେ ଆକ୍ରମଣ କଲେ ହୁଥି ବିଦ୍ରୋହୀ, ସାମରିକ ଘାଟି ଉପରେ କ୍ଲଷ୍ଟର….

ତେହେରାନ,୫।୪: ଇରାନ ବ୍ୟତୀତ, ୟେମେନର ହୁତି ବିଦ୍ରୋହୀମାନେ ଏବେ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ହୁଥି ବିଦ୍ରୋହୀମାନେ…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri