ଏଟିଏମ୍‌ ଭାଙ୍ଗି ଲୁଟିନେଲେ ୩୨ଲକ୍ଷ

ବାଲେଶ୍ୱର ଅଫିସ, ୨୬।୬: ବାଲେଶ୍ୱର ସଦର ଥାନା ହଳଦୀପଦା ଫାଣ୍ଡି ଅଧୀନ ଜାତୀୟ ରାଜପଥ ପଦ୍ମପୁର ହାଟରେ ଥିବା ଏକ ଏସ୍‌ବିଆଇ ଏଟିଏମ୍‌ରୁ ୩ଦୁର୍ବୃତ୍ତ ୩୨ଲକ୍ଷ ୨୬ହଜାର ଟଙ୍କା ଲୁଟି ନେଇଛନ୍ତି। ସିସିଟିଭି ଫୁଟେଜ୍‌ରୁ ମିଳିଥିବା ତଥ୍ୟ ଅନୁସାରେ ଗତ ଶୁକ୍ରବାର ବିଳମ୍ବିତ ରାତି ୩ଟା ୨୦ମିନିଟ୍‌ରେ ୩ଜଣ ଦୁର୍ବୃତ୍ତ ଏକ ମୋଟର ସାଇକେଲରେ ଆସି ସେଠାରେ ପହଞ୍ଚିଥିଲେ। ଏଟିଏମ୍‌ ଭିତରେ ଲାଗିଥିବା କ୍ୟାମେରାରେ ଜଣେ ଦୁର୍ବୃତ୍ତ ସ୍ପ୍ରେ କରିସାରିବା ପରେ ଏଟିଏମ୍‌କୁ ଗ୍ୟାସକଟର ସାହାଯ୍ୟରେ କାଟି ଭିତରେ ଥିବା ଟଙ୍କାକୁ ଲୁଟ୍‌ କରିନେଇଥିଲେ। ଶନିବାର ପୂର୍ବାହ୍ନରେ ସ୍ଥାନୀୟ ଲୋକେ ଦେଖିବା ସହ ଘଟଣା ପ୍ରଚାରିତ ହୋଇଥିଲା। ପ୍ରଥମେ ଏସ୍‌ବିଆଇ ବ୍ୟାଙ୍କର କର୍ମଚାରୀ ସେଠାରେ ପହଞ୍ଚି ଘଟଣା ସମ୍ପର୍କରେ ସଦର ଥାନାକୁ ଜଣାଇଥିଲେ। ସଦର ଥାନା ପୋଲିସର ଏକ ଟିମ୍‌ ସଦଳବଳେ ଘଟଣାସ୍ଥଳରେ ପହଞ୍ଚତ୍ ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। ଘଟଣା ଲେଖାଯିବା ପର୍ଯ୍ୟନ୍ତ କୌଣସି ଦୁର୍ବୃତ୍ତଙ୍କୁ ପୋଲିସ ଗିରଫ କରିପାରି ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

ବାଲେଶ୍ଵର ଅରଡ ବଜାରରେ ଗୁଳିକାଣ୍ଡ, ଦୁଇ ଯୁବକ…

ବାଲେଶ୍ଵର,୨୪।୩( ବାଞ୍ଛାନିଧି ଦେ): ଅଶାନ୍ତ ହୋଇପଡିଛି ବାଲେଶ୍ଵର ସହର । ସହଦେଵଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାର ଅଞ୍ଚଳରେ ପୁଣିଥରେ ଗୁଳିକାଣ୍ଡ ହୋଇଛି। ସୋମବାର ମଧ୍ୟରାତିରେ ଫୁଟିଲା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri