ଏଟିଏମ୍‌ରୁ ଟଙ୍କା ଲୁଟ୍‌, ଧରାପଡ଼ିଲେ ଲୁଟେରା

ଜୁନାଗଡ଼,୧୫ା୧୧(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଜୁନାଗଡ଼ ସହରସ୍ଥିତ ଏଟିଏମ୍‌ରୁ ଟଙ୍କା ଲୁଟ୍‌ ବେଳେ ସ୍ଥାନୀୟ ପୋଲିସ ହାତରେ ଧରାପଡ଼ଛନ୍ତି ଲୁଟେରା। ଗିରଫ ଲୁଟେରାଙ୍କ ନିକଟରୁ ଏକ ପଲସର ବାଇକ, ନଗଦ ୬୭ ହଜାର ୨ ଶହ ଟଙ୍କା, ୭ଟି ବିଭିନ୍ନ ବ୍ୟାଙ୍କର ଏଟିଏମ କାର୍ଡ, ୩ଟି ଏଟିଏମ୍‌ ଟଙ୍କା ଉଠାଣ ସ୍ଲିପ ଓ ୨ଟି ମୋବାଇଲ ଜବତ କରାଯାଇଛି।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ଲୁଟେରା ଜଣକ ଅନେକ ସମୟରେ ଗରିବ ଓ ନିରୀହ ଲୋକଙ୍କ ଏଟି୍‌ଏମ କାର୍ଡ ଓ ପିନ୍‌ ନମ୍ବର କୌଶଳ କ୍ରମେ ହାତେଇ ନେଉଥିଲେ। ପରବର୍ତ୍ତୀ ସମୟରେ ଅନ୍ୟ ଏକ ଏଟିଏମ୍‌କୁ ଯାଇ ଟଙ୍କା ଉଠାଣ କରୁଥିଲେ। ଏ ନେଇ ଜୁନାଗଡ଼ ଥାନାରେ କେସ୍‌ ନଂ ୩୦୭/୨୦ରେ ଏକ ମାମଲା ରୁଜୁ କରି ପୋଲିସ ଲୁଟେରାଙ୍କୁ ଶନିବାର କୋର୍ଟ ଚାଲାଣ କରିଛି। ଅଧିକ ତଦନ୍ତ ଚାଲିଥିବାରୁ ଲୁଟେରାଙ୍କ ନାମ ପ୍ରକାଶ କରିନାହିଁ ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

ସାଢ଼େ ୩ ବର୍ଷ ଶଯ୍ୟାଶାୟୀ ମୋନାଲିସା

କଟକ ଅଫିସ,୧୯ା୧୦: ମାଟ୍ରିକ ପରୀକ୍ଷା ଚାଲିଥିଲା। ଦୁଇଟି ବିଷୟର ପରୀକ୍ଷା ବାକି ଥିବାବେଳେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ ମୋନାଲିସା। ଦେହ, ହାତ ଥରିବାକୁ ଲାଗିଲା।...

ଜମି ଅଧିକାର ପ୍ରମାଣପତ୍ର ଦାବିରେ ଜିଲାପାଳ କାର୍ଯ୍ୟାଳୟ ଘେରାଉ

ବାରିପଦା ଅଫିସ,୨୭ା୮- ବାରିପଦା ପୌରାଞ୍ଚଳ ପଟ୍ଟାବିହୀନ ବାସିନ୍ଦା ସଂଘ ପକ୍ଷରୁ ସୋମବାର ଜମି ଅଧିକାର ପ୍ରମାଣପତ୍ର ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ସଭାପତି ନନ୍ଦ...

ହେଲ୍ପଲାଇନ୍‌ ନମ୍ବର ଅଭିଯୋଗକୁ ଗୁରୁତ୍ୱ

କଟକ ଅଫିସ,୧୩ା୫:ରାଜ୍ୟରେ କୋଭିଡ୍‌ ସ୍ଥିତିକୁ ନେଇ କଟକସ୍ଥିତ ପୋଲିସ ମୁଖ୍ୟାଳୟରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୁଧବାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟରେ...

ଝିଅକୁ ହତ୍ୟା ପରେ ମା’ର ଆତ୍ମହତ୍ୟା: ଜଙ୍ଗଲରୁ ମିଳିଲା ସ୍ବାମୀଙ୍କ ମୃତଦେହ

ବଣାଇ/ବଡ଼ବିଲ/ଟେନ୍‌ସା,୨୯।୪: ରାସ୍ତାକଡ଼ ଶାଳ ଜଙ୍ଗଲରୁ ସ୍ବାମୀ ଏବଂ ଭଡ଼ାଘରୁ ମିଳିଲା ସ୍ତ୍ରୀ ଓ ଝିଅଙ୍କ ମୃତଦେହ। ଗୋଟିଏ ଦିନରେ ପରିବାରର ୩ ସଦସ୍ୟଙ୍କ ଏଭଳି ସନ୍ଦେହଜନକ...

ତିର୍ତ୍ତୋଲ ବ୍ଲକରେ ହରିଶ୍ଚନ୍ଦ୍ର ଯୋଜନା କେଳେଙ୍କାରୀ: ଜୀବିତଙ୍କୁ ମୃତ ଦର୍ଶାଇ ସହାୟତା ରାଶି ଚଳୁ

ଜଗତ୍‌ସିଂହପୁର ଅଫିସ୍‌,୧୯ା୨: ଗରିବ ତଥା ନିରାଶ୍ରୟ ଲୋକଙ୍କ ମୃତ୍ୟୁ ପରେ ସେମାନଙ୍କ ମୃତଦେହ ଦାହ କରିବା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା...

ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକାଙ୍କ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ପୁରୀ ଅଫିସ,୩୦।୧୦: ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ ବୁଧବାର ପୁରୀ ଜିଲା ଗସ୍ତ କରିଛନ୍ତି। ଏହି ଅବସରରେ ସେ ଜିଲା ମୁଖ୍ୟ ଚିକିତ୍ସାଳୟର...

ନକଲି ନମ୍ବରରେ ବୁଲୁଛି ବାଇକ୍‌

ଦାରିଙ୍ଗବାଡ଼ି,୮।୯(ଡି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ସୁଶାନ୍ତ ସାହୁଙ୍କ ମୋବାଇଲ ଫୋନକୁ ଶନିବାର ଗଞ୍ଜାମ ଆର୍‌ଟିଓଙ୍କଠାରୁ ଏକ ମେସେଜ ଆସିଲା। ସେଥିରେ ତାଙ୍କ ନାମରେ ୬ ହଜାର ଟଙ୍କାର...

ଧରିତ୍ରୀ ପ୍ରଭାବ: ଚିକିତ୍ସା ପାଇଁ ସହାୟତା ରାଶି ପଠାଇଲେ ପ୍ରବାସୀ ଭାରତୀୟ

ବରଗଡ଼ ଅଫିସ୍‌,୧।୫- ନିଆଁରେ ପୋଡ଼ି ହୋଇ ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାଲପାଲି ଗ୍ରାମର ସୁଶୀଲ ଖମାରୀଙ୍କ ଶିଶୁକନ୍ୟା ରୁନି(୧୦) ଗୁରୁତର ଆହତ ହୋଇଛନ୍ତି...

Advertisement


Archives

Model This Week