Posted inଖେଳ

ସବୁଜ, ମେରୁନ୍‌ ଜର୍ସି ବଜାୟ ରଖିବ ଏଟିକେ ମୋହନ ବାଗାନ

କୋଲକାତା,୧୦।୭(ପି.ଟି.): ଏଟିକେ ମୋହନ ବାଗାନ ପୂର୍ବପରି ତା’ର ପ୍ରସିଦ୍ଧ ସବୁଜ ଓ ମେରୁନ୍‌ ଜର୍ସିକୁ ବଜାୟ ରଖିବାକୁ ନିଷ୍ପତ୍ତି ନେଇଛି। ଏହି ଜର୍ସି ମୋହନ ବାଗାନ ସହ ୧୩୧ ବର୍ଷଧରି ଜଡିତ ରହିଆସିଥିଲା। ବିଲୟ ହେବା ପରେ କ୍ଲବର ନାମ ପରିବର୍ତ୍ତନ କରାଯାଇଛି। ସେହିପରି ଲୋଗୋରେ ମୋହନ ବାଗାନ ବୋଟ ସହ ଏଟିକେ ଉଲ୍ଲେଖ ରହିବ। ଦୀର୍ଘବର୍ଷ ଧରି ଯେଉଁ ପ୍ରତିଷ୍ଠା ମଳିଛି ତାହାକୁ ବଜାୟ ରଖିବାକୁ ଏଟିକେ ମୋହନବାଗାନର ବୋର୍ଡ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ଫୁଟବଲ ଆହୁରି ଉନ୍ନତି ହେବା ସହିତ ପ୍ରଚାର ଓ ପ୍ରସାର ହେବ ବୋଲି କ୍ଲବ ତରଫରୁ କୁହାଯାଇଛି।
ବେଙ୍ଗଲ୍‌ରେ ବିଶ୍ୱସ୍ତରୀୟ ଫୁଟବଲ ଏକାଡେମୀ ସ୍ଥାପନ କରିବାକୁ କ୍ଲବ ଘୋଷଣା କରିଛି। ଏହା ଦ୍ୱାରା ଏସିଆନ ଫୁଟବଲ କନ୍‌ଫେଡେରେଶନ (ଏଏଫ୍‌ସି) ଘରୋଇ ମ୍ୟାଚ୍‌ ଆୟୋଜନ ହୋଇପାରିବ ବୋଲି କୁହାଯାଇଛି। ଖୁବ୍‌ଶୀଘ୍ର ଏଟିକେ ମୋହନବାଗାନର ଭିତ୍ତିଭୂମିକୁ ଉଚ୍ଚକୋଟୀର କରାଯିବ। ଅନ୍ତର୍ଜାତୀୟସ୍ତରରେ ପ୍ରତିଯୋଗିତା କରିବାକୁ ଏହା ଦ୍ୱାରା ଆବଶ୍ୟକ ଟ୍ରେନିଂ ନେଇ ହେବ ମୋହନ ବାଗାନର ୮୦ ପ୍ରତିଶତ ଅଂଶଧନର ମାଲିକ ସଞ୍ଜୀବ ଗୋଏଙ୍କା କହିଛନ୍ତି। ଏହି କ୍ଲବ୍‌କୁ ବିଶ୍ୱସ୍ତରର ପ୍ରତିଷ୍ଠା କରିବାକୁ ଆମର ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ ଏଟିକେର ଅନ୍ୟତମ ମାଲିକ ରହିଛନ୍ତି ଓ ସେ ମଧ୍ୟ ବୋର୍ଡର ଭର୍ଚୁଆଲ ବୈଠକରେ ଯୋଗ ଦେଇଥିଲେ।
ଉଲ୍ଲେଖଥାଉ କି, ପୂର୍ବରୁ ଗତ ଜାନୁୟାରୀରେ ଏଟିକେ ଓ ମୋହନ ବାଗାନର ବିଲୟ ହୋଇଥିଲା। ଏଟିକେ ୩ଥର ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଟାଇଟଲ ହାସଲ କରିଛି। ଅନ୍ୟପଟେ ମୋହନ ବାଗାନ ୪ ରାଉଣ୍ଡ ବାକିଥିଲେ ମଧ୍ୟ କରୋନା ଭାଇରସ କାରଣରୁ ଚାମ୍ପିୟନ ଘୋଷିତ ହୋଇଥିଲା। ଡେମ୍ପୋ ଭଳି ମୋହନବାଗାନ ୧୯୯୬-୯୭ରୁ ଆରମ୍ଭ ହୋଇଥିବା ଏହି ନ୍ୟାଶନାଲ ଲିଗ୍‌ରେ ୫ଥର ଚାମ୍ପିୟନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri