Posted inଖେଳ

ସବୁଜ, ମେରୁନ୍‌ ଜର୍ସି ବଜାୟ ରଖିବ ଏଟିକେ ମୋହନ ବାଗାନ

କୋଲକାତା,୧୦।୭(ପି.ଟି.): ଏଟିକେ ମୋହନ ବାଗାନ ପୂର୍ବପରି ତା’ର ପ୍ରସିଦ୍ଧ ସବୁଜ ଓ ମେରୁନ୍‌ ଜର୍ସିକୁ ବଜାୟ ରଖିବାକୁ ନିଷ୍ପତ୍ତି ନେଇଛି। ଏହି ଜର୍ସି ମୋହନ ବାଗାନ ସହ ୧୩୧ ବର୍ଷଧରି ଜଡିତ ରହିଆସିଥିଲା। ବିଲୟ ହେବା ପରେ କ୍ଲବର ନାମ ପରିବର୍ତ୍ତନ କରାଯାଇଛି। ସେହିପରି ଲୋଗୋରେ ମୋହନ ବାଗାନ ବୋଟ ସହ ଏଟିକେ ଉଲ୍ଲେଖ ରହିବ। ଦୀର୍ଘବର୍ଷ ଧରି ଯେଉଁ ପ୍ରତିଷ୍ଠା ମଳିଛି ତାହାକୁ ବଜାୟ ରଖିବାକୁ ଏଟିକେ ମୋହନବାଗାନର ବୋର୍ଡ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ଫୁଟବଲ ଆହୁରି ଉନ୍ନତି ହେବା ସହିତ ପ୍ରଚାର ଓ ପ୍ରସାର ହେବ ବୋଲି କ୍ଲବ ତରଫରୁ କୁହାଯାଇଛି।
ବେଙ୍ଗଲ୍‌ରେ ବିଶ୍ୱସ୍ତରୀୟ ଫୁଟବଲ ଏକାଡେମୀ ସ୍ଥାପନ କରିବାକୁ କ୍ଲବ ଘୋଷଣା କରିଛି। ଏହା ଦ୍ୱାରା ଏସିଆନ ଫୁଟବଲ କନ୍‌ଫେଡେରେଶନ (ଏଏଫ୍‌ସି) ଘରୋଇ ମ୍ୟାଚ୍‌ ଆୟୋଜନ ହୋଇପାରିବ ବୋଲି କୁହାଯାଇଛି। ଖୁବ୍‌ଶୀଘ୍ର ଏଟିକେ ମୋହନବାଗାନର ଭିତ୍ତିଭୂମିକୁ ଉଚ୍ଚକୋଟୀର କରାଯିବ। ଅନ୍ତର୍ଜାତୀୟସ୍ତରରେ ପ୍ରତିଯୋଗିତା କରିବାକୁ ଏହା ଦ୍ୱାରା ଆବଶ୍ୟକ ଟ୍ରେନିଂ ନେଇ ହେବ ମୋହନ ବାଗାନର ୮୦ ପ୍ରତିଶତ ଅଂଶଧନର ମାଲିକ ସଞ୍ଜୀବ ଗୋଏଙ୍କା କହିଛନ୍ତି। ଏହି କ୍ଲବ୍‌କୁ ବିଶ୍ୱସ୍ତରର ପ୍ରତିଷ୍ଠା କରିବାକୁ ଆମର ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ ଏଟିକେର ଅନ୍ୟତମ ମାଲିକ ରହିଛନ୍ତି ଓ ସେ ମଧ୍ୟ ବୋର୍ଡର ଭର୍ଚୁଆଲ ବୈଠକରେ ଯୋଗ ଦେଇଥିଲେ।
ଉଲ୍ଲେଖଥାଉ କି, ପୂର୍ବରୁ ଗତ ଜାନୁୟାରୀରେ ଏଟିକେ ଓ ମୋହନ ବାଗାନର ବିଲୟ ହୋଇଥିଲା। ଏଟିକେ ୩ଥର ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଟାଇଟଲ ହାସଲ କରିଛି। ଅନ୍ୟପଟେ ମୋହନ ବାଗାନ ୪ ରାଉଣ୍ଡ ବାକିଥିଲେ ମଧ୍ୟ କରୋନା ଭାଇରସ କାରଣରୁ ଚାମ୍ପିୟନ ଘୋଷିତ ହୋଇଥିଲା। ଡେମ୍ପୋ ଭଳି ମୋହନବାଗାନ ୧୯୯୬-୯୭ରୁ ଆରମ୍ଭ ହୋଇଥିବା ଏହି ନ୍ୟାଶନାଲ ଲିଗ୍‌ରେ ୫ଥର ଚାମ୍ପିୟନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri