Posted inରାଜ୍ୟ

ଅତିବଡ଼ୀ ଜଗନ୍ନାଥ ଦାସ

ଓଡ଼ିଆ ସାହିତ୍ୟରେ ଜଗନ୍ନାଥ ଦାସ ହେଉଛନ୍ତି ଜଣେ ଅମର ସ୍ରଷ୍ଟା। ଓଡ଼ିଆ ଜାତି ପାଇଁ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ଏକ ଶ୍ରେଷ୍ଠ ଅବଦାନ। ତାଙ୍କ ରଚିତ ଭାଗବତ ଓଡ଼ିଶାର ଘରେ ଘରେ ଆଦୃତ। ଏକାଧାରରେ ସେଥିଲେ ଧର୍ମପ୍ରଚାରକ, ସମାଜସଂସ୍କାରକ, ପରମ ବୈଷ୍ଣବ ଏବଂ ମହାକବି।
ଏହି ମହାତ୍ମା ୧୪୯୦ ମସିହା ଭାଦ୍ରବ ମାସ ଶୁକ୍ଳ ପକ୍ଷ ରାଧାଷ୍ଟମୀ ଦିନ ପୁରୀ ସ୍ଥିତ କପିଳେଶ୍ୱରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଭଗବାନ ଓ ମାତାଙ୍କ ନାମ ପଦ୍ମାବତୀ ଦେବୀ। ବାଲ୍ୟକାଳରୁ ଜଗନ୍ନାଥ ଦାସଙ୍କ ମନରେ ଭକ୍ତିଭାବ ଅଙ୍କୁରିତ ହୋଇଥିଲା। ସଂସ୍କୃତ ଭାଷା ପ୍ରତି ତାଙ୍କର ଖୁବ୍‌ ଆଗ୍ରହ ରହିଥିଲା। ତାଙ୍କର ଦୀକ୍ଷାଗୁରୁ ଥିଲେ ବଳରାମ ଦାସ। ଭଗବାନଙ୍କ ଭକ୍ତି ପ୍ରତି ପ୍ରେରିତ ହୋଇ ସେ ୧୯ ବର୍ଷ ବୟସରେ ଗୃହତ୍ୟାଗ କରିଥିଲେ। ଶ୍ରୀମନ୍ଦିରରେ ପ୍ରତିଦିନ ଭାଗବତ ପାଠର ବ୍ୟବସ୍ଥା ରାଜା କପିଳେନ୍ଦ୍ରଦେବ କରାଇଥିଲେ। ପ୍ରଥମେ ଅତିବଡ଼ି ଜଗନ୍ନାଥଙ୍କ ପିତା ଭଗବାନ ସେଠାରେ ଭାଗବତ ପାଠ କରୁଥିବାବେଳେ ତାଙ୍କ ଅନ୍ତେ ଜଗନ୍ନାଥ ଏହି କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ। ସେତେବେଳେ ସଂସ୍କୃତରେ ଭାଗବତ ପଢ଼ା ହେଉଥିଲା; ଯାହାକୁ ଭକ୍ତମାନେ ସେସବୁ ସହଜରେ ବୁଝିପାରୁ ନ ଥିଲେ। ଏହି ରୀତିକୁ ପରିବର୍ତ୍ତନ କରିବାକୁ ଚିନ୍ତା କରି ସେ ସଂସ୍କୃତ ଭାଗବତର ମୌଳିକତାକୁ ବଜାୟ ରଖି ତାହାକୁ ଅତି ସରଳ ଓ ପ୍ରାଞ୍ଜଳ ଭାବରେ ଓଡ଼ିଆରେ ଅନୁବାଦ କରିଥିଲେ। ଯାହାକି ପରବର୍ତ୍ତୀ ସମୟରେ ଘରେ ଘରେ ଲୋକାଦୃତ ହୋଇପାରିଥିଲା।
୧୫୧୦ ଖ୍ରୀଷ୍ଟାବ୍ଦରେ ଶ୍ରୀ ଚୈତନ୍ୟ ପୁରୀଧାମ୍‌କୁ ଆସି ଜଗନ୍ନାଥ ଦାସଙ୍କ ମନରେ ଈଶ୍ୱରୀୟ ଭକ୍ତିଭାବନା ଦେଖି ଅତ୍ୟନ୍ତ ବିମୋହିତ ହୋଇଯାଇଥିଲେ। ଜଗନ୍ନାଥ ଦାସଙ୍କ ପାଣ୍ଡିତ୍ୟ ଏବଂ କବି ପ୍ରତିଭା ଦେଖି ଚୈତନ୍ୟ ତାଙ୍କୁ ‘ଅତିବଡ଼ୀ’ ବୋଲି ସମ୍ବୋଧନ କରିଥିଲେ। ବଳରାମ, ଅଚ୍ୟୁତାନନ୍ଦ, ଯଶୋବନ୍ତ ଓ ଶିଶୁଅନନ୍ତ ଆଦି ଉତ୍କଳୀୟ ବୈଷ୍ଣବମାନଙ୍କ ସହିତ ଜଗନ୍ନାଥ ଦାସଙ୍କ ନିବିଡ଼ ସମ୍ବନ୍ଧ ରହିଥିଲା। ଓଡ଼ିଆ ସାହିତ୍ୟ ଇତିହାସରେ ଏହି ୫ଜଣ ସାଧକଙ୍କୁ ପଞ୍ଚସଖା ବୋଲି କୁହାଯାଇଛି। ଓଡ଼ିଆ ଭାଗବତ ବ୍ୟତୀତ ଜଗନ୍ନାଥ ଦାସଙ୍କର ଆଉ କେତେକ ଜଣାଶୁଣା ରଚନା ହେଉଛି -ତୁଳାଭିଣା, ଅର୍ଥ କୋଇଲି, ଦାରୁବ୍ରହ୍ମ ଗୀତା, ମୃଗୁଣୀ ସ୍ତୁତି, ଗଜ ସ୍ତୁତି, ଦୂତୀବୋଧ, କ୍ଷେତ୍ରବର ଚଉତିଶା, ଗୁପ୍ତ ଭାଗବତ, ରାଧା ମଞ୍ଜରୀ, ଷୋଳ ଚଉପଦୀ, ପାଷାଣ୍ଡ ଦଳନ, ମନଶିକ୍ଷା, ରାସକ୍ରୀଡ଼ା, ଜଗନ୍ନାଥକାରିକା, ଧ୍ରୁବଚରିତ, ଗୁଣ୍ଡିଚାବିଜେ, ସତ୍‌ସଙ୍ଗ ଓ ଶ୍ରୀନାମଚନ୍ଦ୍ରିକା ଇତ୍ୟାଦି। ସେ ମହାଭାରତ ଓ ରାମାୟଣ ମଧ୍ୟ ରଚନା କରିଥିଲେ। ପ୍ରତ୍ୟେକ ଶ୍ରେଣୀର ଲୋକଙ୍କ ହୃଦୟରେ ଭକ୍ତିଭାବର ସଞ୍ଚାର ପାଇଁ ସେ ଅନେକ ପୁସ୍ତକ ଲେଖିଯାଇଛନ୍ତି।
ସମୁଦ୍ର କୂଳରେ ଥିବା ସାତଲହରୀ ମଠରେ ଅତିବଡ଼ିଙ୍କ ସମାଧି ପୀଠ ରହିଛି। ରାଧାଷ୍ଟମୀରେ ତାଙ୍କର ଜନ୍ମ ହୋଇଥିବାରୁ ଏହିଦିନରେ ଜନ୍ମସ୍ଥାନ କପିଳେଶ୍ୱରପୁର ଶାସନରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଆଲୋଚନା ହୁଏ। ଏପରି କି ସମାଧିପୀଠରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆଲୋଚନା ଚକ୍ର ହୁଏ। ହେଲେ ଚଳିତ ବର୍ଷ କରୋନା କଟକଣା ଯୋଗୁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଭର୍ଚୁଆଲ ଆଲୋଚନାଚକ୍ର ଆୟୋଜନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri