ବିଶ୍ୱ ପର୍ଯ୍ୟଟନ ୩୨୦ ବିଲିୟନ ଡଲାର ହରାଇଛି

ଜାତିସଂଘ, ୨୬।୮: କରୋନା ମହାମାରୀ ବିଶ୍ୱ ପର୍ଯ୍ୟଟନ ଶିଳ୍ପରେ ବିପର୍ଯ୍ୟୟ ଆଣିଛି। ଚଳିତ ବର୍ଷର ପ୍ରଥମ ୫ ମାସରେ ଏହି ଶିଳ୍ପ ୩୨୦ ବିଲିୟନ ଡଲାର ରପ୍ତାନି ହରାଇଥିବାବେଳେ ୧୨ କୋଟିରୁ ଅଧିକ ନିଯୁକ୍ତି ପ୍ରତି ବିପଦ ସୃଷ୍ଟି ହୋଇଥିବା ଜାତିସଂଘ ମୁଖ୍ୟ କହିଛନ୍ତି। ଇନ୍ଧନ ଓ କେମିକାଲକୁ ବାଦ୍‌ ଦେଲେ ପର୍ଯ୍ୟଟନ ବିଶ୍ୱ ଅର୍ଥନୀତିରେ ତୃତୀୟ ସର୍ବାଧିକ ରପ୍ତାନି କ୍ଷେତ୍ର। ୨୦୧୯ରେ ଏହା ବିଶ୍ୱ ବାଣିଜ୍ୟର ୭ ପ୍ରତିଶତ ଥିଲା ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି।
ବିଶ୍ୱରେ ପ୍ରତି ୧୦ ଜଣରେ ଜଣେ ପର୍ଯ୍ୟଟନ କ୍ଷେତ୍ରରେ ନିଯୁକ୍ତ ହୋଇଥାନ୍ତି ଓ ଏହା କୋଟି କୋଟି ଲୋକଙ୍କ ଗୁଜୁରାଣ ମେଣ୍ଟାଇଥାଏ। ଏହା କେବଳ ଆର୍ଥତ୍କ ଅଭିବୃଦ୍ଧିରେ ସହାୟକ ହୋଇ ନ ଥାଏ, ବିଶ୍ୱ ସଂସ୍କୃତି ଓ ପ୍ରାକୃତିକ ବୈଭବ ସମ୍ପର୍କରେ ଜନସାଧାରଣ ଜାଣିବାକୁ ପାଇଥାନ୍ତି। ଫଳରେ ବିଭିନ୍ନ ଦେଶର ଲୋକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ହୋଇଥାଏ। ତେବେ କରୋନା ମହାମାରୀ ଯୋଗୁ ୨୦୨୦ର ପ୍ରଥମ ୫ ମାସରେ ଅନ୍ତର୍ଜାତୀୟ ପର୍ଯ୍ୟଟନ ଅଧାରୁ ଅଧିକ ହ୍ରାସ ପାଇବା ସହ ଏହି ସେକ୍ଟରରୁ ଆୟ ଗୁରୁତର ପ୍ରଭାବିତ ହୋଇଛି। ବିକଶିତ ଦେଶଗୁଡ଼ିକ ପ୍ରତି ଏହା ବଡ଼ ଝଟ୍‌କା ହୋଇଥିବାବେଳେ ବିକାଶଶୀଳ ରାଷ୍ଟ୍ର ବିଶେଷକରି କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ର ଓ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକ ପାଇଁ ଜରୁରୀ ସ୍ଥିତି ସୃଷ୍ଟି କରିଥିବା ଗୁଟେରେସ୍‌ କହିଛନ୍ତି। କାରଣ ଏହିସବୁ ଦେଶର ଜିଡିପିର ୨୦ ପ୍ରତିଶତରୁ ଅଧିକ ପର୍ଯ୍ୟଟନରୁ ଆସିଥାଏ।
୨୦୦୯ରେ ବିଶ୍ୱ ଆର୍ଥିକ ସଙ୍କଟ ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ଥିବାବେଳେ ପର୍ଯ୍ୟଟନ ଶିଳ୍ପକୁ ଯେତିକି କ୍ଷତି ହୋଇଥିଲା, ମହାମାରୀ ଯୋଗୁ ଚଳିତ ବର୍ଷର ପ୍ରଥମ ୫ ମାସରେ ପର୍ଯ୍ୟଟନ ରପ୍ତାନି ସେକ୍ଟରରେ ତା’ର ୩ ଗୁଣ କ୍ଷତି ହୋଇଛି ବୋଲି ଜାତିସଂଘର ବିଶ୍ୱ ପର୍ଯ୍ୟଟନ ସଂଗଠନର ମାର୍କେଟ ଇଣ୍ଟେଲିଜେନ୍ସ ଆଣ୍ଡ କମ୍ପିଟେଟିଭ୍‌ନେସ୍‌ ମୁଖ୍ୟ ସାଣ୍ଡ୍ରା କାର୍‌ଭାଓ କହିଛନ୍ତି। ଆକଳନ ଅନୁଯାୟୀ ଚଳିତ ବର୍ଷ ରପ୍ତାନି ସେକ୍ଟରରୁ ରପ୍ତାନି ୯୧୦ ବିଲିୟନରୁ ୧.୨ ଟ୍ରିଲିୟନ ଡଲାର ହ୍ରାସ ପାଇପାରେ। ଫଳରେ ବିଶ୍ୱ ଜିଡିପି ୧.୫ ପ୍ରତିଶତ ହ୍ରାସ ପାଇ ୨.୮ ପ୍ରତିଶତକୁ ଖସିଆସିବ। ପର୍ଯ୍ୟଟନ ସହ ଜଡ଼ିତ ଖାଦ୍ୟ ସେବା ଓ ଅନ୍ୟାନ୍ୟ ସେକ୍ଟର ସହ ସମ୍ପୃକ୍ତ ଥିବା ବିଶ୍ୱବ୍ୟାପୀ ୧୪.୪ କୋଟି ନିଯୁକ୍ତି ପ୍ରତି ବିପଦ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ଲଘୁଚାପ: ରାଜ୍ୟର ୧୧ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ସତର୍କ କଲା…

ଭୁବନେଶ୍ୱର, ୯ା୯(ସୌମ୍ୟରଞ୍ଜନ ରାଉତ) – ଉତ୍ତର ବଙ୍ଗୋପସାଗର ସଂଲଗ୍ନ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୫.୮ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ହର୍ମୁଜ୍‌ ସମୁଦ୍ର ତଳେ ଚାଲୁଥିବା ଆମେରିକା ଡ୍ରୋନ୍‌କୁ କବ୍‌ଜା କରିଛି ଇରାନ, ଦାବି କରି କହିଲା…

ଓ୍ବାଶିଂଟନ,୯ା୯: ହର୍ମୁଜ୍‌ ଜଳପଥର ପ୍ରବେଶପଥଠାରେ ଆମେରିକାର ଏକ କର୍ମଚାରୀବିହୀନ ସମୁଦ୍ର ତଳ ଯାନ (ଡ୍ରୋନ୍‌)କୁ କବ୍‌ଜା କରିଥିବା ଇରାନର ରିଭଲ୍ୟୁଶନାରି ଗାର୍ଡସ ଦାବି କରିଛି। ସାମରିକ କାର୍ଯ୍ୟାନୁଷ୍ଠାନରେ…

ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣ ନିମ୍ନମାନର ଅଭିଯୋଗ ଆଣି ଗ୍ରାମବାସୀ…

ଛତ୍ରପୁର,୯ା୯(ଦିଲ୍ଲୀପ ସମାଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିବା ରାସ୍ତା ନିର୍ମାଣ କାମରମାନକୁ…

ରାତି ୧୦ଟା ପରେ ବାଜିବନି ଲାଉଡ୍‌ ସ୍ପିକର, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ଛତ୍ରପୁର,୯ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆସନ୍ତା ୧୪ ତାରିଖରେ ହେବାକୁ ଯାଉଥିବା ଶ୍ରୀଗଣେଶ ପୂଜାକୁ ଶୃଙ୍ଖଳିତ ଓ ଭକ୍ତିପୂର୍ଣ୍ଣ ପରିବେଶରେ ପାଳନ କରିବାକୁ ଛତ୍ରପୁର ପୋଲିସ ଏବଂ ପ୍ରଶାସନ…

ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’

ହାଟଡିହୀ, ୯।୯(ଶୁଭକାନ୍ତ ନାୟକ): ଇନଷ୍ଟାଗ୍ରାମରେ ପ୍ରେମ, ତା’ପରେ ପ୍ରତ୍ୟାଖ୍ୟାନ, ଆଉ ଶେଷରେ ରାସ୍ତା ମଝିରେ ଗୁଣ୍ଡାଗର୍ଦ୍ଦି। ବୁଧବାର ଏଭଳି ଏକ ଲଜ୍ଜାଜନକ ଘଟଣା କେନ୍ଦୁଝର ଜିଲା ହାଟଡିହୀ…

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ୩ ବର୍ଷ ଝିଅକୁ ହତ୍ୟା ଉଦ୍ୟମ କରି ନିଜେ…

ବଲାଙ୍ଗୀର,୯ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବେଲପଡ଼ା ଅଞ୍ଚଳରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି, ବାରମ୍ବାର ଚୋରି ଡକାୟତ ପରେ ବୁଧବାର ପୁଣି ବେଲପଡ଼ା ଥାନା…

ବରଗଡ଼ରେ ସ୍କ୍ରବ୍ ଟାଇଫସ୍‌ ଆତଙ୍କ! ବୃଦ୍ଧଙ୍କ ଜୀବନ ଗଲା, ବଢ଼ୁଛି ସଂକ୍ରମଣ ଭୟ

ବରଗଡ଼, ୯।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଏବେ ଏହା ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି…

ଆଦିବାସୀ କଲ୍ୟାଣ ଓ ଅଧିକାର ନେଇ ସମୀକ୍ଷା: ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ନେଇ…

ଖୋର୍ଦ୍ଧା,୯ା୯(ପ୍ରଭାତ ପାଣିଗ୍ରାହୀ): ଅନୁସୂଚିତ ଜନଜାତିଙ୍କ କଲ୍ୟାଣ, ବିକାଶ ଏବଂ ଅଧିକାର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଜାତୀୟ ଅନୁସୂଚିତ ଜନଜାତି କମିଶନ ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri