Posted inଖେଳ

ଅଲିମ୍ପିକ୍ସରେ ଆଥ୍‌ଲେଟ ନିଜେ ପିନ୍ଧିବେ ମେଡାଲ

ଟୋକିଓ, ୧୫।୭- କୋଭିଡ୍‌-୧୯ ପାଇଁ ଏଥର ଟୋକିଓ ଅଲିମ୍ପିକ୍ସରେ ଆଉ ଏକ ପରମ୍ପରା ଭାଙ୍ଗିବାକୁ ଯାଉଛି। ବିଭିନ୍ନ ଇଭେଣ୍ଟରେ କୃତିତ୍ୱ ହାସଲ କରିଥିବା ଆଥ୍‌ଲେଟମାନଙ୍କୁ ଅଲିମ୍ପିକ ମେଡାଲ ସେରିମନିରେ ଜଣେ ମାନ୍ୟଗଣ୍ୟ ବ୍ୟକ୍ତି ପଦକ ପିନ୍ଧାଇବାର ପରମ୍ପରା ରହିଆସିଛି। ଏହା ମଧ୍ୟ ପ୍ରତ୍ୟେକ ଆଥ୍‌ଲେଟଙ୍କ ପାଇଁ ଏକ ବଡ଼ ସ୍ବପ୍ନ ବୋଲି ବିବେଚନା କରାଯାଇଥାଏ। କିନ୍ତୁ ଏଥର କଥା ଅଲଗା ହେବ। ଆଥ୍‌ଲେଟମାନେ ନିଜର ଗଳାରେ ନିଜେ ମେଡାଲ ପିନ୍ଧିବେ। କରୋନା ସଂକ୍ରମଣକୁ ରୋକିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ପାରମ୍ପରିକ ମେଡାଲ ସେରିମନିରେ ଏଥର ପରିବର୍ତ୍ତନ କରାଯାଇଛି। ୩୩୯ଟି ଇଭେଣ୍ଟରେ ଆଥ୍‌ଲେଟମାନେ ନିଜ ଗଳାରେ ନିଜେ ପଦକ ପିନ୍ଧାଇବେ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଅଧ୍ୟକ୍ଷ ଥୋମାସ ବାକ୍‌ କହିଛନ୍ତି। ଏଥିସହ ମେଡାଲ ସେରିମନିରେ ହାତ ମିଳାଇବା ଓ ଆଲିଙ୍ଗନ କରିବାକୁ ମଧ୍ୟ ବାରଣ କରାଯାଇଛି। ଏଥର ଆଥ୍‌ଲେଟମାନଙ୍କୁ କେହି ପଦକ ପିନ୍ଧାଇବେ ନାହିଁ ବୋଲି ବାକ ଖବରଦାତା ସମ୍ମିଳନୀରେ କହିଛନ୍ତି।
ଆଥଲେଟମାନଙ୍କୁ ଏକ ଟ୍ରେ’ରେ ପଦକ ପ୍ରଦାନ କରାଯିବ। ଆଥଲେଟମାନେ ନିଜେ ଟ୍ରେ’ରୁ ପଦକ ଉଠାଇ ନିଜେ ପିନ୍ଧିବେ। ଟ୍ରେ’ରେ ପଦକ ପ୍ରଦାନ କରିବାକୁ ଥିବ ବ୍ୟକ୍ତି ମଧ୍ୟ ଡିସ୍‌ଇନ୍‌ଫେକ୍‌ଟେଡ ଗ୍ଲୋଭ୍ସ ପିନ୍ଧିବେ। ଯାହାଫଳରେ ତାଙ୍କୁ କେହି ଛୁଇଁ ନ ଥିବା ନେଇ ଆଥଲେଟମାନେ ନିଶ୍ଚିତ ହେବେ ବୋଲି ବାକ୍‌ କହିଛନ୍ତି।
ସଦ୍ୟ ସମାପ୍ତ ୟୁରୋକପ୍‌ରେ କିନ୍ତୁ ଅଲଗା ଦୃଶ୍ୟ ଦେଖିବାକୁ ମିଳିଥିଲା। ୟୁଇଏଫ୍‌ଏ ଅଧ୍ୟକ୍ଷ ଆଲେକଜାଣ୍ଡର ସେଫେରିନ ଫାଇନାଲରେ ଖେଳାଳିମାନଙ୍କୁ ପଦକ ପିନ୍ଧାଇବାର ଦେଖାଯାଇଥିଲା। ଲଣ୍ଡନରେ ଗତ ରବିବାର ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ସେଫେରିନ୍‌ ଇଟାଲୀ ଗୋଲକିପର ଜିଆନଲୁଇଗି ଡୋନାରୁମାଙ୍କ ସହ ହାତ ମିଳାଇଥିଲେ। ଜିଆନଲୁଇଗି ଏକ ପେନାଲ୍ଟି ଶୁଟ୍‌ ଆଉଟ୍‌ ସେଭ କରିଥିଲେ ଓ ଇଂଲଣ୍ଡ ବିପକ୍ଷ ଇଟାଲୀକୁ ଚାମ୍ପିୟନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
ଅଲିମ୍ପିକ୍ସରେ ଏଥର ହାତ ମିଳାଇବା କିମ୍ବା ଆଲିଙ୍ଗନ କରିବାକୁ ବାରଣ କରାଯାଇଛି ବୋଲି ବାକ୍‌ ସ୍ପଷ୍ଟ କରିଛନ୍ତି। ସାଧାରଣତଃ ଜଣେ ଆଇଓସି ସଦସ୍ୟ କିମ୍ବା ବରିଷ୍ଠ ଅଧିକାରୀ ଅଲିମ୍ପିକ୍ସରେ ଆଥ୍‌ଲେଟମାନଙ୍କୁ ପଦକ ପିନ୍ଧାଇବାର ପରମ୍ପରା ରହିଥାଏ। ପୂର୍ବରୁ ମେଡାଲିଷ୍ଟ ଓ ମେଡାଲ ସେରିମନିରେ ଅଂଶଗ୍ରହଣ କରିବାକୁ ଥିବା ଅଫିସିଆଲମାନେ ମାସ୍କ ପିନ୍ଧିବେ ବୋଲି ଆଇଓସି କହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri