ସୁପ୍ରିମକୋର୍ଟଙ୍କ ରାୟ ପରେ ଏମିତି କହିଲେ ଦୂତି

ଭୁବନେଶ୍ୱର,୧୭।୧୦ : ସମଲିଙ୍ଗୀ ସମ୍ପର୍କକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇଛନ୍ତି। ଏହାକୁ ନେଇ ଆଥ୍‌ଲେଟ୍‌ ଦୂତି ଚାନ୍ଦ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ସେ ସୁପ୍ରିମକୋର୍ଟଙ୍କ ଏହି ରାୟକୁ ଗ୍ରହଣ କରିପାରି ନାହାନ୍ତି। ସେ କହିଛନ୍ତି ମୁଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ ନେଇ ଖୁସି ନୁହେଁ। ଭାରତ ଛଡ଼ା ଅନ୍ୟଦେଶରେ ଏହା ଲାଗୁ କରାଯାଇଛି। ମାତ୍ର କୋର୍ଟ ସମଲିଙ୍ଗୀ ସମ୍ପର୍କକୁ ଆଗ୍ରାହ୍ୟ କଲେ ମଧ୍ୟ ଅଲଗା ହେବାକୁ କହି ନାହାନ୍ତି। ଏଥିଲାଗି ଆମ ସମ୍ପର୍କ ପୂର୍ବପରି ରହିବ। କାରଣ ଆମେ ପୂର୍ବରୁ ସ୍ତ୍ରୀ-ସ୍ବାମୀ ଭଳି ରହିଛୁ।