ଆଥର୍‌ ଏନର୍ଜିର ୨ନୂଆ ରିଟେଲ ଆଉଟ୍‌ଲେଟ୍‌

ନୂଆଦିଲ୍ଲୀ,୨୨।୧୨: ଦେଶର ପ୍ରମୁଖ ତଥା ପ୍ରଥମ ଇଣ୍ଟେଲିଜେଣ୍ଟ ଇଲେକ୍‌ଟ୍ରିକ୍‌ ସ୍କୁଟର ମାନୁଫ୍ୟାକ୍ଚରର ଆଥର୍‌ ଏନର୍ଜି ପକ୍ଷରୁ ୨ନୂଆ ରିଟେଲ ଆଉଟ୍‌ଲେଟ୍‌ର ଶୁଭାରମ୍ଭ କରାଯାଇଛି। ଏପରିକି ବୁଧବାର ଭୁବନେଶ୍ୱରର ପଟିଆସ୍ଥିତ ମାଗ୍ନେଟିକ୍‌ ସ୍କୋୟାର୍‌ ଏବଂ କଟକରେ ଏହାର ପ୍ରଥମ ଏକ୍ସପେରିଏନ୍ସ ସେଣ୍ଟରର ଉଦ୍‌ଘାଟନ କରାଯାଇଛି। ବିଶେଷ କରି ଉକ୍ତ ୨ ଆଉଟ୍‌ଲେଟ୍‌ ଜ୍ୟୋତି ମୋଟର୍ସ ଆନୁକୂଲ୍ୟରେ ଖୋଲାଯାଇଛି ,ଯାହା ନୂଆ ଓ ଉନ୍ନତ ଜେନ୍‌-୩ ପାଇଁ ବଢୁଥିବା ଚାହିଦାକୁ ପୂରଣ କରିବା ଓ ଇଭି ଗ୍ରହଣୀୟତାକୁ ତ୍ୱରାନ୍ବିତ କରିବା ଉପରେ ଗୁରୁତ୍ୱ ଦେବ। ନୂଆକରି ଉନ୍ମୋଚିତ ହୋଇଥିବା ଜେନ୍‌ ୩ର ଫ୍ଲାଗ୍‌ଶିପ୍‌ ଆଥର୍‌ ୪୫୦ଏକ୍ସ ଓ ୪୫୦ ପ୍ଳସ୍‌କୁ ଟେଷ୍ଟ ରାଇଡ୍‌ ଓ କ୍ରୟ ପାଇଁ ଆଥର୍‌ ସ୍ପେଶ୍‌ରେ ଉପଲବ୍ଧ କରାଯିବ।

ଏ ସମ୍ପର୍କରେ ସ୍କୁଟର ବିଜ୍‌ନେସ ଆଥର ଏନର୍ଜିର ଉପାଧ୍ୟକ୍ଷ ଶ୍ରୀନିଳୟ ଚନ୍ଦ୍ରା କହିଛନ୍ତି, ‘ଗତ କିଛି ମାସ ହେବ ଆମେ ଦ୍ରୁତବେଗରେ ବିସ୍ତାର କରୁଛୁ। ପ୍ରାୟ ପ୍ରତି ମାସରେ ଆମେ ୮ରୁ ୧୦ଟି ନୂଆ ଏକ୍ସପେରିଏନ୍ସ ସେଣ୍ଟରର ଶୁଭାରମ୍ଭ କରୁଛି। ଆଥର୍‌ ପାଇଁ ଓଡ଼ିଶା ଭଳି ଏକ ରାଜ୍ୟ ଖୁବ୍‌ ଆଶାବାଦୀ ଦେଖାଯାଉଛି, ଯେଉଁଠାରେ ୮୦% ଯାନ ଦୁଇଚକିଆ। ଆଥର୍‌ ୪୫୦ଏକ୍ସ ଜେନ୍‌ ୩ର ଶୁଭାରମ୍ଭ ସହ ଆମେ ଏକାଧିକ ପ୍ରି-ଅର୍ଡର୍‌ ଓ ଟେଷ୍ଟ ରାଇଡ୍‌ ଅନୁରୋଧ ସହିତ ଆମର ସ୍କୁଟର ପାଇଁ ଉପଭୋକ୍ତା ଚାହିଦାରେ ଏକ ବୃଦ୍ଧି ଦେଖିବାକୁ ପାଉଛୁ। ଆମେ ଓଡ଼ିଶାରେ ନୂଆ ଏକ୍ସପେରିଏନ୍ସ ସେଣ୍ଟରଗୁଡିକ ସହିତ ଆମର ସମ୍ପ୍ରସାରଣ ଯୋଜନାକୁ ସମର୍ଥନ କରିବା ପାଇଁ ଜ୍ୟୋତି ମୋଟର୍ସ ସହ ସହଭାଗିତା କରି ଆନନ୍ଦିତ। ସେହିଭଳି ଜ୍ୟୋତି ମୋଟର୍ସ(ଏନର୍ଜି) ପ୍ରାଇଭେଟ ଲିମିଟେଡ୍‌ର ନିର୍ଦ୍ଦେଶକ ଦିବ୍ୟଜ୍ୟୋତି ପଟ୍ଟନାୟକ କହିଛନ୍ତି, ଆମେ ଓଡ଼ିଶାକୁ ହୁଇଲରେ ରଖିବାକୁ ପ୍ରୟାସ କରୁଥିବାରୁ ଆମେ ଗର୍ବର ସହିତ ଆମ ଡେଣା ବିସ୍ତାର କରି ଆଥର ଏନର୍ଜି ସହିତ ଯୋଡ଼ି ହୋଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri