ଭାରତ ଗୌରବ ଟ୍ରେନ୍‌ ମାଧ୍ୟମରେ ରେଳ ଟୁର୍‌

ନୂଆଦିଲ୍ଲୀ,୨୨।୧୨: ଭାରତୀୟ ରେଳପଥ କ୍ୟାଟରିଂ ଆଣ୍ଡ ଟୁରିଜମ୍‌ କର୍ପୋରେଶନ (ଆଇଆର୍‌ସିଟିସି) ଲିମିଟେଡ୍‌ ପକ୍ଷରୁ ଏକ ୮ ଦିନିଆ ରେଳ ଟୁର୍‌ ଓ ଅନ୍ୟାନ୍ୟ ସେବା ଓ ସୁବିଧା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ରେଳ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଆଇଆର୍‌ସିଟିସି ଲିମିଟେଡ୍‌ ଘରୋଇ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାରଙ୍କ ‘ଦେଖୋ ଆପ୍‌ନା ଦେଶ’ ପଦକ୍ଷେପ ଅନୁଯାୟୀ ଏକ ସ୍ବତନ୍ତ୍ର ଟ୍ରେନ୍‌ ଯାତ୍ରା (ଶ୍ରୀଜଗନ୍ନାଥ ଯାତ୍ରା) ଭାରତ ଗୌରବ ପର୍ଯ୍ୟଟନ ଟ୍ରେନ୍‌ ଚଳାଇବାକୁ ଯାଉଛି। ଏପରିକି ଭାରତ ଗୌରବ ଟୁରିଷ୍ଟ ଟ୍ରେନ୍‌ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଏବଂ ଓଡ଼ିଶା ଭଳି ରାଜ୍ୟର କେତେକ ପ୍ରମୁଖ ତୀର୍ଥକ୍ଷେତ୍ର ଏବଂ ଐତିହ୍ୟ ସ୍ଥଳକୁ ଅନ୍ତର୍ଭୁକ୍ତ କରିବ ବୋଲି ଜଣାପଡ଼ିଛି। ସେହିଭଳି ଅତ୍ୟାଧୁନିକ ଏସି ରେକ୍‌ ସହ ଉକ୍ତ ଟୁରିଷ୍ଟ ଟ୍ରେନ୍‌ ୨୦୨୩ ଜାନୁୟାରୀ ୨୫ରେ ଦିଲ୍ଲୀ ସଫଦରଜଙ୍ଗ ରେଳ ଷ୍ଟେଶନରୁ ଯାତ୍ରା ଆରମ୍ଭକରି ୨୦୨୩ ଫେବୃୟାରୀ ୧ରେ ଉକ୍ତ ଯାତ୍ରା ଶେଷ କରିବ। ଏହି ସମୟ ମଧ୍ୟରେ ତୀର୍ଥଯାତ୍ରୀମାନେ ପୁରୀର ଜଗନ୍ନାଥ ମନ୍ଦିର ବ୍ୟତୀତ ବାରାଣସୀ, ବୈଦ୍ୟନାଥ ଏବଂ ଗୟା ପରିଦର୍ଶନର କାର୍ଯ୍ୟକ୍ରମ ରହିଛି। ସେହିପରି ଉକ୍ତ ଟ୍ରେନ୍‌ରେ ପର୍ଯ୍ୟଟକମାନେ ଗାଜିଆବାଦ, ଆଲିଗଡ଼ ତୁଣ୍ଡଲା, ଇଟାୱା, କାନପୁର ଏବଂ ଲକ୍ଷ୍ନୌ ଷ୍ଟେଶନରେ ବୋର୍ଡିଂ (ଚଢ଼ିବା-ଓହ୍ଲାଇବା)ର ବିକଳ୍ପ ମଧ୍ୟ ପାଇବେ। ଏପରିକି ୭ ରାତ୍ରି ୮ ଦିନର ଟୁରିଷ୍ଟ ଟ୍ରେନ୍‌ ଯାତ୍ରା ପ୍ରାଚୀନ ପବିତ୍ର ସହର ବାରାଣସୀରୁ ଆରମ୍ଭ କରି ଗୟାରେ ଶେଷ କରି ଫେବୃୟାରୀ ୧ରେ ଦିଲ୍ଲୀକୁ ଫେରିବ।

ଅପରପକ୍ଷରେ ଏହି ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ପର୍ଯ୍ୟଟନ ଟ୍ରେନ୍‌ରେ ୧୧ଟି ତୃତୀୟ ଏସି କୋଚ୍‌, ଗୋଟିଏ ପ୍ୟାଣ୍ଟ୍ରି କାର୍‌ ଏବଂ ଦୁଇଟି ଏସ୍‌ଏଲ୍‌ଆର୍‌ ଉପଲବ୍ଧ। ଉଲ୍ଲେଖଯୋଗ୍ୟ, ଭାରତ ଗୌରବ ଟ୍ରେନ୍‌ ଯୋଜନା ଅଧୀନରେ ରେଳ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ରେଳ ପ୍ରାୟ ୩୩% ରିହାତି ପ୍ରଦାନ କରୁଛି। ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୧୭,୫୦୦ ଟଙ୍କାରୁ ପ୍ୟାକେଜ ଆରମ୍ଭ ହେଉଛି।ଲୋକମାନେ ବହୁଳ ଭାବେ ଉକ୍ତ ପ୍ୟାକେଜର ଲାଭ ଉଠାଇବାପାଇଁ ଆଇଆର୍‌ସିଟିସି ପେଟିଏମ୍‌ ଏବଂ ରେଜରପେ ପେମେଣ୍ଟ ଗେଟ୍‌ୱେ ସହ ନିବନ୍ଧନ ହୋଇଛି। ) ପେମେଣ୍ଟ କରିବାକୁ ଉପଭୋକ୍ତା ୩, ୬, ୯, ୧୨, ୧୮ କିମ୍ବା ୨୪ ମାସର ଇଏମ୍‌ଆଇ ବିକଳ୍ପ ପାଇବେ। ) ଏହି ଇଏମ୍‌ଆଇ ଡେବିଟ୍‌-କ୍ରେଡିଟ୍‌ କାର୍ଡ ମାଧ୍ୟମରେ ପ୍ରଦାନ କରାଯାଇପାରିବ।) ଅଧିକ ବିବରଣୀ ପାଇଁ ଆଇଆର୍‌ସିଟିସି ୱେବ୍‌ସାଇଟ୍‌ www.irctctourism.com ପରିଦର୍ଶନ କରିପାରିବେ କିମ୍ବା ଆଇଆର୍‌ସିଟିସି ମୋବାଇଲ ନମ୍ବର ୮୨୮୭୯୩୦୭୪୯ ଏବଂ ୮୨୮୭୯୩୦୭୧୨ ସହ ଯୋଗାଯୋଗ ମଧ୍ୟ କରିପାରିବେ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri