ଭାରତ ଗୌରବ ଟ୍ରେନ୍‌ ମାଧ୍ୟମରେ ରେଳ ଟୁର୍‌

ନୂଆଦିଲ୍ଲୀ,୨୨।୧୨: ଭାରତୀୟ ରେଳପଥ କ୍ୟାଟରିଂ ଆଣ୍ଡ ଟୁରିଜମ୍‌ କର୍ପୋରେଶନ (ଆଇଆର୍‌ସିଟିସି) ଲିମିଟେଡ୍‌ ପକ୍ଷରୁ ଏକ ୮ ଦିନିଆ ରେଳ ଟୁର୍‌ ଓ ଅନ୍ୟାନ୍ୟ ସେବା ଓ ସୁବିଧା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ରେଳ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଆଇଆର୍‌ସିଟିସି ଲିମିଟେଡ୍‌ ଘରୋଇ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାରଙ୍କ ‘ଦେଖୋ ଆପ୍‌ନା ଦେଶ’ ପଦକ୍ଷେପ ଅନୁଯାୟୀ ଏକ ସ୍ବତନ୍ତ୍ର ଟ୍ରେନ୍‌ ଯାତ୍ରା (ଶ୍ରୀଜଗନ୍ନାଥ ଯାତ୍ରା) ଭାରତ ଗୌରବ ପର୍ଯ୍ୟଟନ ଟ୍ରେନ୍‌ ଚଳାଇବାକୁ ଯାଉଛି। ଏପରିକି ଭାରତ ଗୌରବ ଟୁରିଷ୍ଟ ଟ୍ରେନ୍‌ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଏବଂ ଓଡ଼ିଶା ଭଳି ରାଜ୍ୟର କେତେକ ପ୍ରମୁଖ ତୀର୍ଥକ୍ଷେତ୍ର ଏବଂ ଐତିହ୍ୟ ସ୍ଥଳକୁ ଅନ୍ତର୍ଭୁକ୍ତ କରିବ ବୋଲି ଜଣାପଡ଼ିଛି। ସେହିଭଳି ଅତ୍ୟାଧୁନିକ ଏସି ରେକ୍‌ ସହ ଉକ୍ତ ଟୁରିଷ୍ଟ ଟ୍ରେନ୍‌ ୨୦୨୩ ଜାନୁୟାରୀ ୨୫ରେ ଦିଲ୍ଲୀ ସଫଦରଜଙ୍ଗ ରେଳ ଷ୍ଟେଶନରୁ ଯାତ୍ରା ଆରମ୍ଭକରି ୨୦୨୩ ଫେବୃୟାରୀ ୧ରେ ଉକ୍ତ ଯାତ୍ରା ଶେଷ କରିବ। ଏହି ସମୟ ମଧ୍ୟରେ ତୀର୍ଥଯାତ୍ରୀମାନେ ପୁରୀର ଜଗନ୍ନାଥ ମନ୍ଦିର ବ୍ୟତୀତ ବାରାଣସୀ, ବୈଦ୍ୟନାଥ ଏବଂ ଗୟା ପରିଦର୍ଶନର କାର୍ଯ୍ୟକ୍ରମ ରହିଛି। ସେହିପରି ଉକ୍ତ ଟ୍ରେନ୍‌ରେ ପର୍ଯ୍ୟଟକମାନେ ଗାଜିଆବାଦ, ଆଲିଗଡ଼ ତୁଣ୍ଡଲା, ଇଟାୱା, କାନପୁର ଏବଂ ଲକ୍ଷ୍ନୌ ଷ୍ଟେଶନରେ ବୋର୍ଡିଂ (ଚଢ଼ିବା-ଓହ୍ଲାଇବା)ର ବିକଳ୍ପ ମଧ୍ୟ ପାଇବେ। ଏପରିକି ୭ ରାତ୍ରି ୮ ଦିନର ଟୁରିଷ୍ଟ ଟ୍ରେନ୍‌ ଯାତ୍ରା ପ୍ରାଚୀନ ପବିତ୍ର ସହର ବାରାଣସୀରୁ ଆରମ୍ଭ କରି ଗୟାରେ ଶେଷ କରି ଫେବୃୟାରୀ ୧ରେ ଦିଲ୍ଲୀକୁ ଫେରିବ।

ଅପରପକ୍ଷରେ ଏହି ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ପର୍ଯ୍ୟଟନ ଟ୍ରେନ୍‌ରେ ୧୧ଟି ତୃତୀୟ ଏସି କୋଚ୍‌, ଗୋଟିଏ ପ୍ୟାଣ୍ଟ୍ରି କାର୍‌ ଏବଂ ଦୁଇଟି ଏସ୍‌ଏଲ୍‌ଆର୍‌ ଉପଲବ୍ଧ। ଉଲ୍ଲେଖଯୋଗ୍ୟ, ଭାରତ ଗୌରବ ଟ୍ରେନ୍‌ ଯୋଜନା ଅଧୀନରେ ରେଳ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ରେଳ ପ୍ରାୟ ୩୩% ରିହାତି ପ୍ରଦାନ କରୁଛି। ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୧୭,୫୦୦ ଟଙ୍କାରୁ ପ୍ୟାକେଜ ଆରମ୍ଭ ହେଉଛି।ଲୋକମାନେ ବହୁଳ ଭାବେ ଉକ୍ତ ପ୍ୟାକେଜର ଲାଭ ଉଠାଇବାପାଇଁ ଆଇଆର୍‌ସିଟିସି ପେଟିଏମ୍‌ ଏବଂ ରେଜରପେ ପେମେଣ୍ଟ ଗେଟ୍‌ୱେ ସହ ନିବନ୍ଧନ ହୋଇଛି। ) ପେମେଣ୍ଟ କରିବାକୁ ଉପଭୋକ୍ତା ୩, ୬, ୯, ୧୨, ୧୮ କିମ୍ବା ୨୪ ମାସର ଇଏମ୍‌ଆଇ ବିକଳ୍ପ ପାଇବେ। ) ଏହି ଇଏମ୍‌ଆଇ ଡେବିଟ୍‌-କ୍ରେଡିଟ୍‌ କାର୍ଡ ମାଧ୍ୟମରେ ପ୍ରଦାନ କରାଯାଇପାରିବ।) ଅଧିକ ବିବରଣୀ ପାଇଁ ଆଇଆର୍‌ସିଟିସି ୱେବ୍‌ସାଇଟ୍‌ www.irctctourism.com ପରିଦର୍ଶନ କରିପାରିବେ କିମ୍ବା ଆଇଆର୍‌ସିଟିସି ମୋବାଇଲ ନମ୍ବର ୮୨୮୭୯୩୦୭୪୯ ଏବଂ ୮୨୮୭୯୩୦୭୧୨ ସହ ଯୋଗାଯୋଗ ମଧ୍ୟ କରିପାରିବେ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ଦୁଃଖ… ଗୋଟିଏ ସପ୍ତାହରେ ୨ ଶ୍ରମିକଙ୍କ ମୃତ୍ୟୁ, ଦାରିଙ୍ଗବାଡିରେ ଉଦବେଗ

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ମୃତ୍ୟୁ ହୋଇଛି । ମୃତକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା…

CJPର ବିକ୍ଷୋଭ; ଜନ୍ତରମନ୍ତରରେ ବାଧା ପାଇଁ ଚାଲିଥିଲା ଆତଙ୍କବାଦୀ ଯୋଜନା, ହମିମ୍‌ ମଣ୍ଡଳଙ୍କ ବାନ୍ଧବୀ ଅର୍ପିତା ସର୍କାର ଗିରଫ

କୋଲକାତା,୨।୮: ପଶ୍ଚିମବଙ୍ଗ ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଜୈଶ-ଏ-ମହମ୍ମଦ ସହ ଜଡ଼ିତ ଏକ ସନ୍ଦିଗ୍ଧ ମାମଲାରେ ବଡ଼ ଖୁଲାସା କରିଛି । STFର ଆଇଜି ଗୌରବ…

ମଙ୍ଗଳବାର ତପ୍ତପାଣି ଆସିବେ ରାଷ୍ଟ୍ରପତି, ଶ୍ରାବଣ ସୋମବାରରେ ଜଳଲାଗି ମନା

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ ସ୍ଥଳୀ ଉଷ୍ମ ପସ୍ରବଣ ତପ୍ତପାଣି ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମଙ୍ଗଳବାର ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ…

ରାତି ପାହିଲେ ଶ୍ରାବଣ ସୋମବାର, ଋଷିକୁଲ୍ୟା ନଦୀରେ କୂଳରେ ବୋଲବମ ଭକ୍ତଙ୍କ ଭିଡ଼

ଗଞ୍ଜାମ,୨।୮(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ନିକସ୍ଥ ଋଷିକୁଲ୍ୟା ନଦିଘାଟରେ ବୋଲବମ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସୋମବାର ପବିତ୍ର ଶ୍ରାବଣ…

ବ୍ଲାକମେଲ ପରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣା, ଦୁଇ ଜଣଙ୍କୁ କୋର୍ଟଚାଲାଣ କଲା ପୋଲିସ

ପୁରୁଷୋତ୍ତମପୁର,୨।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର ଗଡ଼ସାହିରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ଅନୁସାରେ, ବ୍ଲାକମେଲରେ…

ବିବାହ ପ୍ରଲୋଭନ ଦେଖାଇ ବିଧବା ମହିଳାଙ୍କଠୁ ୬୦ ଲକ୍ଷର ଠକେଇ, ବାପାଙ୍କ ରୋଗ କଥା କହି….

​ଛତ୍ରପୁର,୨।୮(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : କନ୍ଧମାଳ ଜିଲା ଚକାପାଦ ଥାନା ଅନ୍ତର୍ଗତ ତଳସାହିର ଉତ୍ତମ କୁମାର ସାହୁ (୩୧)ଙ୍କୁ ଗିରଫ କରିଛି ଗଞ୍ଜାମ ସାଇବର କ୍ରାଇମ୍ ଥାନା…

ବଡ଼ଓସ୍ତିଆ ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ, କୃଷି ଋଣ ଛାଡ଼ ଦାବି

ଚାନ୍ଦବାଲି,୨।୮(କିଷାନ ପାତ୍ର): ଲଗାଣ ବର୍ଷା ଓ ବୈତରଣୀ ନଦୀର ବନ୍ୟା ଜଳ ମାଡ଼ି ଆସି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବଡ଼ଓସ୍ତିଆ ପଞ୍ଚାୟତର ଅନେକ ଅଞ୍ଚଳ…

ଜମିରେ ତଳି ରୋଇବା ବେଳେ ବଜ୍ରପାତ, ମହିଳା ଅଚେତ ହୋଇ…

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ କୃଷ୍ଣପୁର ଗ୍ରାମରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ ଜଣେ ମହିଳା ଚାଷଜମିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri