ଆଥର୍‌ ଏନର୍ଜିର ୨ନୂଆ ରିଟେଲ ଆଉଟ୍‌ଲେଟ୍‌

ନୂଆଦିଲ୍ଲୀ,୨୨।୧୨: ଦେଶର ପ୍ରମୁଖ ତଥା ପ୍ରଥମ ଇଣ୍ଟେଲିଜେଣ୍ଟ ଇଲେକ୍‌ଟ୍ରିକ୍‌ ସ୍କୁଟର ମାନୁଫ୍ୟାକ୍ଚରର ଆଥର୍‌ ଏନର୍ଜି ପକ୍ଷରୁ ୨ନୂଆ ରିଟେଲ ଆଉଟ୍‌ଲେଟ୍‌ର ଶୁଭାରମ୍ଭ କରାଯାଇଛି। ଏପରିକି ବୁଧବାର ଭୁବନେଶ୍ୱରର ପଟିଆସ୍ଥିତ ମାଗ୍ନେଟିକ୍‌ ସ୍କୋୟାର୍‌ ଏବଂ କଟକରେ ଏହାର ପ୍ରଥମ ଏକ୍ସପେରିଏନ୍ସ ସେଣ୍ଟରର ଉଦ୍‌ଘାଟନ କରାଯାଇଛି। ବିଶେଷ କରି ଉକ୍ତ ୨ ଆଉଟ୍‌ଲେଟ୍‌ ଜ୍ୟୋତି ମୋଟର୍ସ ଆନୁକୂଲ୍ୟରେ ଖୋଲାଯାଇଛି ,ଯାହା ନୂଆ ଓ ଉନ୍ନତ ଜେନ୍‌-୩ ପାଇଁ ବଢୁଥିବା ଚାହିଦାକୁ ପୂରଣ କରିବା ଓ ଇଭି ଗ୍ରହଣୀୟତାକୁ ତ୍ୱରାନ୍ବିତ କରିବା ଉପରେ ଗୁରୁତ୍ୱ ଦେବ। ନୂଆକରି ଉନ୍ମୋଚିତ ହୋଇଥିବା ଜେନ୍‌ ୩ର ଫ୍ଲାଗ୍‌ଶିପ୍‌ ଆଥର୍‌ ୪୫୦ଏକ୍ସ ଓ ୪୫୦ ପ୍ଳସ୍‌କୁ ଟେଷ୍ଟ ରାଇଡ୍‌ ଓ କ୍ରୟ ପାଇଁ ଆଥର୍‌ ସ୍ପେଶ୍‌ରେ ଉପଲବ୍ଧ କରାଯିବ।

ଏ ସମ୍ପର୍କରେ ସ୍କୁଟର ବିଜ୍‌ନେସ ଆଥର ଏନର୍ଜିର ଉପାଧ୍ୟକ୍ଷ ଶ୍ରୀନିଳୟ ଚନ୍ଦ୍ରା କହିଛନ୍ତି, ‘ଗତ କିଛି ମାସ ହେବ ଆମେ ଦ୍ରୁତବେଗରେ ବିସ୍ତାର କରୁଛୁ। ପ୍ରାୟ ପ୍ରତି ମାସରେ ଆମେ ୮ରୁ ୧୦ଟି ନୂଆ ଏକ୍ସପେରିଏନ୍ସ ସେଣ୍ଟରର ଶୁଭାରମ୍ଭ କରୁଛି। ଆଥର୍‌ ପାଇଁ ଓଡ଼ିଶା ଭଳି ଏକ ରାଜ୍ୟ ଖୁବ୍‌ ଆଶାବାଦୀ ଦେଖାଯାଉଛି, ଯେଉଁଠାରେ ୮୦% ଯାନ ଦୁଇଚକିଆ। ଆଥର୍‌ ୪୫୦ଏକ୍ସ ଜେନ୍‌ ୩ର ଶୁଭାରମ୍ଭ ସହ ଆମେ ଏକାଧିକ ପ୍ରି-ଅର୍ଡର୍‌ ଓ ଟେଷ୍ଟ ରାଇଡ୍‌ ଅନୁରୋଧ ସହିତ ଆମର ସ୍କୁଟର ପାଇଁ ଉପଭୋକ୍ତା ଚାହିଦାରେ ଏକ ବୃଦ୍ଧି ଦେଖିବାକୁ ପାଉଛୁ। ଆମେ ଓଡ଼ିଶାରେ ନୂଆ ଏକ୍ସପେରିଏନ୍ସ ସେଣ୍ଟରଗୁଡିକ ସହିତ ଆମର ସମ୍ପ୍ରସାରଣ ଯୋଜନାକୁ ସମର୍ଥନ କରିବା ପାଇଁ ଜ୍ୟୋତି ମୋଟର୍ସ ସହ ସହଭାଗିତା କରି ଆନନ୍ଦିତ। ସେହିଭଳି ଜ୍ୟୋତି ମୋଟର୍ସ(ଏନର୍ଜି) ପ୍ରାଇଭେଟ ଲିମିଟେଡ୍‌ର ନିର୍ଦ୍ଦେଶକ ଦିବ୍ୟଜ୍ୟୋତି ପଟ୍ଟନାୟକ କହିଛନ୍ତି, ଆମେ ଓଡ଼ିଶାକୁ ହୁଇଲରେ ରଖିବାକୁ ପ୍ରୟାସ କରୁଥିବାରୁ ଆମେ ଗର୍ବର ସହିତ ଆମ ଡେଣା ବିସ୍ତାର କରି ଆଥର ଏନର୍ଜି ସହିତ ଯୋଡ଼ି ହୋଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri