ଏଆଇପିଏନ୍‌ବିଓଏ ପକ୍ଷରୁ ମିଳିତ ତ୍ରୈବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର,୨୨।୧୨: ଅଲ ଇଣ୍ଡିଆ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଅଫିସର୍ସ ଆସୋସିଏଶନ (ଏଆଇପିଏନ୍‌ବିଓଏ)ର ଓଡ଼ିଶା ଶାଖା ପକ୍ଷରୁ ଆୟୋଜିତ ତ୍ରୈବାର୍ଷିକ ସମ୍ମିଳନୀ ନିକଟରେ ଶେଷ ହୋଇଯାଇଛି। ବିଶେଷକରି ଭୁବନେଶ୍ୱର ଓ ବ୍ରହ୍ମପୁର ଶାଖାର ମିଳିତ ତ୍ରୈବାର୍ଷିକ ସମ୍ମିଳନୀ ବ୍ରହ୍ମପୁରର ସର୍କଲ ସଭାପତି ଆର୍‌. ପୁରୁଷୋତ୍ତମ ଏବଂ ଭୁବନେଶ୍ୱରର ସର୍କଲ ସଭାପତି ରବିନାରାୟଣ ମାହାଳିକଙ୍କ ମିଳିତ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି। ଏପରିକି ସଂଘର ରିସେପ୍ସନ କମିଟିର ଅଧ୍ୟକ୍ଷ ଅରବିନ୍ଦ ଶତପଥୀ ସ୍ବାଗତ ଅଭିଭାଷଣ ସହ ଅତିଥି ପରିଚୟ କରାଇଥିଲେ।

ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ଏ. ଉଦୟ ଭାସ୍କର ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ୟାଙ୍କର ସାମଗ୍ରିକ ବିକାଶର ଏକ ଅଂଶ ହେବା ପାଇଁ ସଂଘର ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ଏଆଇପିଏନ୍‌ବିଓଏର ମହାପ୍ରବନ୍ଧକ ଦିଲୀପ ସାହା ବିବରଣୀ ପ୍ରଦାନ ସହ ‘ବ୍ୟାଙ୍କ ବଚାଓ-ଦେଶ ବଚାଓ’ ଆନ୍ଦୋଳନରେ ସାମିଲ ହେବାକୁ କହିଥିଲେ। ଅପରପକ୍ଷରେ ବ୍ରହ୍ମପୁର ସର୍କଲ ସେକ୍ରେଟାରି ପି. ସନ୍ତୋଷ ପାତ୍ର ଏବଂ ଭୁବନେଶ୍ୱର ସର୍କଲ ସେକ୍ରେଟାରି ବୈଲୋଚନ ସାହୁ ସଂଘର ବିକାଶ ଓ ସଫଳତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେହିପରି ଏଆଇପିଏନ୍‌ବିଓଏର ସଭାପତି କେ. ଶ୍ରୀକୁମାର, ସଂଘର କାର୍ଯ୍ୟକାରୀ ସଭାପତି କୌଶିକ ଘୋଷ, ଭୁବନେଶ୍ୱର ସର୍କଲ ମୁଖ୍ୟ ଆଲୋକ ରଞ୍ଜନ ସେନାପତି ଉପସ୍ଥିତ ସଦସ୍ୟ ଓ ଅତିଥିଙ୍କୁ ସଂଘର କାର୍ଯ୍ୟକଳାପ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ପରିଶେଷରେ ଅବସର ଗ୍ରହଣ କରିଥିବା ସଦସ୍ୟମାନଙ୍କୁ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ସର୍କଲ ୟୁନିଟ୍‌ର କାର୍ଯ୍ୟରତ ସଭାପତି ବିଶ୍ୱଭୂଷଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରଜରେ ଶିବମନ୍ଦିର ପରିସରରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ

କୋରାପୁଟ,୧୪ା୬(ଅମିତାଭ ବେହେରା): କୋରାପୁଟ ସହର ଉପକଣ୍ଠ ବଡ଼ ଚିନ୍ଦ୍ରି ଗୋପନଗରସ୍ଥିତ ଚନ୍ଦ୍ରଶେଖର ଶିବମନ୍ଦିର ପରିସରରୁ ରବିବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ…

ସରପଞ୍ଚ ଚାମେଲି ଓଝାଙ୍କ ଘଟଣା: ମନ୍ତ୍ରୀ କହିଲେ ରିପୋର୍ଟ ଆସିଲେ…

ଭୁବନେଶ୍ୱର,୧୪ା୬: ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ଘଟଣାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ…

ବିଜେଡିରେ ସାମିଲ ହେଲେ ଭାଜପା-କଂଗ୍ରେସର ୫୦ରୁ ଊର୍ଦ୍ଧ୍ୱ କର୍ମୀ

ଥୁଆମୂଳ ରାମପୁର,୧୪ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରସ୍ଥିତ ଖଣ୍ଡୁଆଳ ଖେଳ ପଡ଼ିଆଠାରେ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଏକ ଦିନିକିଆ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ…

ରଜରେ ରକ୍ତପାତ: ଜନ୍ମକଲା ମା’କୁ ବୀଭତ୍ସ ଭାବେ ହତ୍ୟା କଲା ପୁଅ

ବନ୍ତ, ୧୪।୬ (କିଶୋର କୁମାର ସେଠୀ): ଭଦ୍ରକ ଜିଲାର ବନ୍ତ ଥାନା ଅଞ୍ଚଳରେ ରଜ ପର୍ବ ଅବସରରେ ଘଟିଛି ଏକ ହୃଦୟବିଦାରକ ଘଟଣା। ପାରିବାରିକ କଳହକୁ କେନ୍ଦ୍ର…

ଇରାନରେ ଆରାଘଚିଙ୍କ ବିରୋଧରେ ବିଶାଳ ପ୍ରତିବାଦ; ନିଜ ବିଦେଶ ମନ୍ତ୍ରୀଙ୍କ ବିରୋଧରେ ବିଦ୍ରୋହ କଲେଣି ଲୋକେ

ତେହରାନ,୧୪।୬: ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ଖୁବ ଶୀଘ୍ର ହେବା ପରି ମନେ ହେଉଛି; ତଥାପି, ଇରାନ ଭିତରେ ବୈଦେଶିକ ମନ୍ତ୍ରୀ ସୟଦ…

ଆକ୍ସନମୋଡାରେ ଆନନ୍ଦପୁର ଉପଖଣ୍ଡ ପୋଲିସ: ଚଢ଼ାଉ କରି ୬୯ ଲିଟର ନାମୀଦାମୀ ବିଦେଶୀ ବ୍ରାଣ୍ଡ ଜବତ

 ହାଟଡିହୀ/ଆନନ୍ଦପୁର, ୧୪/୦୬ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): ବେଆଇନ ଭାବେ ବିଦେଶୀ ମଦ ଗଚ୍ଛିତ ରଖି ବିକ୍ରି କରାଯାଉଥିବା ସମୟରେ କେନ୍ଦୁଝର ଜିଲାର  ଆନନ୍ଦପୁର ଉପଖଣ୍ଡ ପୋଲିସ…

ଧୂଷୁରୀ ବଜାରର ଦୁର୍ଦ୍ଦଶା ଥମୁନି, ଯାତାୟାତ ପାଇଁ ସଙ୍କୁଚିତ ହୋଇପଡୁଛି ରାସ୍ତା

ତିହିଡ଼ି,୧୪ା୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧୂଷୁରୀ କେବଳ ଏକ ସ୍ଥାନର ନାମ ନୁହେଁ, ଏହା ଏକ ଗର୍ବ ଓ ଗୌରବର ମାଟି। ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ବହୁ…

ବକ୍ସ କଣ୍ଡୁଇଟ୍‌ ଅଧୁରା, କେନାଲକୁ ବାଲିବସ୍ତା ଭରସା: ତଳିମୁଣ୍ଡ ଚାଷୀମାନଙ୍କ ବଢ଼ିଲା ଚିନ୍ତା

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ସରକାର ବଦଳିବା ପରେ ବିକଶିତ ବରଗଡ଼ ଲକ୍ଷ୍ୟ ନେଇ ଡ୍ରେନ ନିର୍ମାଣଠାରୁ ଆରମ୍ଭ କରି ରାସ୍ତା ପ୍ରଶସ୍ତୀକରଣ, ଆଲୋକୀକରଣ, ଧନୁଯାତ୍ରାର ସ୍ଥାୟୀ ମଞ୍ଚ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri